Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଦିଲ୍ଲୀରେ କରୋନା ସ୍ଥିତି ଚିନ୍ତାଜନକ, ଏମ୍ସ ହସ୍ପିଟାଲର ୩୫ ଡାକ୍ତର କୋଭିଡ୍-୧୯ ପଜିଟିଭ୍, ସମସ୍ତେ ନେଇ ସାରିଥିଲେ ଟିକା

9/04/2021 at 4:01 PM

ନୂଆଦିଲ୍ଲୀ ୦୯।୦୪: ଦିଲ୍ଲୀରେ କରୋନା ପ୍ରକୋପ ଥମିବାର ନାଁ ଧରୁନାହିଁ। ଦୈନିକ ହଜାର ସଂଖ୍ୟାରେ ନୂତନ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏଥିରେ ଡାକ୍ତର ମଧ୍ୟ ବାଦ୍ ପଡିନାହାନ୍ତି। ଗଙ୍ଗାରାମ ହସ୍ପିଟାଲ ପରେ ଏବେ ଦିଲ୍ଲୀ ଏମ୍ସର ୩୫ ଡାକ୍ତର ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଖାସ୍ କଥା ଏହା ଯେ, ସଂକ୍ରମିତ ସମସ୍ତ ଡାକ୍ତର କରୋନା ଭ୍ୟାକସିନ୍‌ର ଦୁଇଟି ଡୋଜ୍ ନେଇ ସାରିଥିଲେ। ଏହା ପୂର୍ବରୁ ଗତକାଲି ସାର ଗଙ୍ଗାରାମ ହସ୍ପିଟାଲର ୩୭ ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ।

ସାର ଗଙ୍ଗାରାମ ହସ୍ପିଟାଲରୁ ଏତେ ସଂଖ୍ୟାରେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ତତ୍ପରତା ପ୍ରକାଶ କରିଛନ୍ତି। ସ୍ଥିତି ବିଷୟରେ ଆଲୋଚନା ପାଇଁ ସେ ହସ୍ପିଟାଲର ଚେୟାରମ୍ୟାନ ଡ. ଡିଏସ ରାଣାଙ୍କୁ ବୈଠକ ପାଇଁ ଡକାଇଛନ୍ତି। ଏହି  ବୈଠକ ୪ଟାରେ ହେବାକୁ ଯାଉଛି।

ଦିଲ୍ଲୀରେ କରୋନା ସଂକ୍ରମଣ ପୁଣି ଥରେ ଭୟାବହ ରୂପ ନେବାରେ ଲାଗିଛି। ପାଞ୍ଚ ଦିନର ତଥ୍ୟକୁ ଦେଖିଲେ ଦିଲ୍ଲୀ ମୁମ୍ବାଇ ରାସ୍ତାରେ ଯାଉଥିବା ଦେଖିବାକୁ ମିଳିଛି। ଦିଲ୍ଲୀରେ ଏପ୍ରିଲ ୪ରେ ୪୦୩୩, ଏପ୍ରିଲ ୫ରେ ୩୫୪୮, ଏପ୍ରିଲ ୬ରେ ୫୧୦୦, ଏପ୍ରିଲ ୭ରେ ୫୫୦୬ ଓ ଏପ୍ରିଲ ୮ରେ ୭୪୩୭ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

   Related Posts