ପୁଣି ଅଟାକଳ ଲିଙ୍କ୍ରୁ ୩୫ ପଜିଟିଭ୍ ଚିହ୍ନଟ: ସ୍ଥାନୀୟ ଅଞ୍ଚଳରେ ଘାରିଲାଣି କରୋନା ଭୟ
23/07/2020 at 6:59 PM

ଭୁବନେଶ୍ବର୨୩/୭: ଅଟାକଳରୁ କରୋନା ସଂକ୍ରମଣ। ଗୁରୁବାର ଅଟାକଳରୁ ଆସିଥିବା ଜଣେ ପଜିଟିଭ୍ଙ୍କ ସଂସ୍ପର୍ଶରେ ଆସିଥିବା କର୍ମଚାରୀମାନେ ଏବେ କରୋନା କବଜାରେ। ଅଟାକଳ ଲିଙ୍କ୍ରେ ଥିବା ବ୍ୟକ୍ତିମାନେ କ୍ବାରେଣ୍ଟାଇନ୍ ଥିଲେ। ସେମାନଙ୍କ ମଧ୍ୟରୁ ଆଜି ୩୫ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ସମସ୍ତଙ୍କୁ ଘାରିଛି କରୋନା ଭୟ।
ସୂଚନା ଥାଉକି ଗତକାଲି ସେହି ଅଟାକଳରୁ ୨୬ ଜଣଙ୍କୁ କରୋନା ସଂକ୍ରମଣ ଚିହ୍ନଟ ହୋଇଥିଲେ। ରାଜଧାନୀ ଭୁବନେଶ୍ବର ମଞ୍ଚେଶ୍ବର ଅଞ୍ଚଳରେ ଅଟାକଳରୁ ଜଣେ କରୋନା ପଜିଟିଭ ଆସିବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଅଟାକଳର ଅନ୍ୟ କର୍ମଚାରୀଙ୍କ ସମେତ ମୋଟ ୨୬ ଜଣ ଏବେ ସଂକ୍ରମିତ ହୋଇଛନ୍ତି।
ପଜିଟିଭ ଆସିଥିବା ବ୍ୟକ୍ତି ଏହି ଅଟା କଳରେ କାର୍ଯ୍ୟ କରୁଥିଲେ। ଗତକାଲି ଭୁବନେଶ୍ବରରେ ଚିହ୍ନଟ ହୋଇଥିବା ୯୧ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଥିଲେ ମଞ୍ଚେଶ୍ବରର ୨୬ ଜଣ । ବୁଧବାର ଚିହ୍ନଟ ହୋଇଥିବା ୯୧ ଆକ୍ରାନ୍ତଙ୍କ ମଧ୍ୟରୁ ୭୨ ଜଣ କ୍ବାରାଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୧୯ ଜଣ ସ୍ଥାନୀୟ ବାସିନ୍ଦା ଥିଲେ।