ଆତଙ୍କବାଦୀଙ୍କ ଆକ୍ରମଣରେ ୩୫ଜଣଙ୍କ ମୃତ୍ୟୁ, ସୁରକ୍ଷାକର୍ମୀଙ୍କ ଗୁଳିରେ ୮୦ଆତଙ୍କବାଦୀ ନିପାତ

Published By : Prameya-News7 Bureau | December 25, 2019 IST

ସୋମ ୨୫।୧୨: ଆଫ୍ରିକୀୟ ଦେଶ ବୁର୍କିନା ଫାସୋରେ ଆତଙ୍କବାଦୀ ଆକ୍ରମଣରେ ପ୍ରାୟ ୩୫ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ରହିଛନ୍ତି । ରାଷ୍ଟ୍ରପତି ରୋଚ ମାର୍କ କାବୋର କହିଛନ୍ତି  ଯେ, ଆତଙ୍କବାଦୀ ଆକ୍ରମଣ ପରେ ସୁରକ୍ଷା କର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଗୁଳିବିନିମୟରେ ୮୦ ଆତଙ୍କବାଦୀଙ୍କ ନିହତ ହୋଇଛନ୍ତି ।

ସୂଚନା ଅନୁସାରେ କାବୋର ତାଙ୍କ ଟ୍ବିଟର ଆକାଉଣ୍ଟରେ ପୋଷ୍ଟ କରି କହିଛନ୍ତି ଯେ, ଆତଙ୍କବାଦୀ ଆକ୍ରମଣ ଦେଶର ସୋମ ଅଞ୍ଚଳର ଅର୍ବିଡା ଶହରରେ ହୋଇଛି । ସେ କହିଛନ୍ତି ଯେ, ସେନା ବାହୀନ ବୀରତ୍ବର ସହ ଆତଙ୍କବାଦୀମାନଙ୍କୁ ନିହତ କରିଛନ୍ତି । ଆତଙ୍କବାଦୀଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଜବତ ହୋଇଛି ।

ସେ କହିଛନ୍ତି ଯେ, ଏହି ଆକ୍ରମଣରେ ୩୫ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରେ ଅଧିକାଂଶ ମହିଳା ଥିଲେ । ଏପର୍ଯ୍ୟନ୍ତ କୌଣସି ଆତଙ୍କବାଦୀ ସଂଗଠନ ଆକ୍ରମଣ ପାଇଁ ନିଜକୁ ଦାୟୀ କରିନାହାନ୍ତି । ଆକ୍ରମଣ ପରେ ଦେଶରେ ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.