ଉଦ୍‌ଘାଟିତ ହେଲା କୋଣାର୍କ ନୃତ୍ୟ ଓ ସଙ୍ଗୀତ ଉତ୍ସବ, ଚାଲିବ ୩ ଦିନ

Published By : Prameya-News7 Bureau | February 20, 2020 IST

କୋଣାର୍କ ୨୦।୨: ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଉଦଘାଟିତ ହେଲା କୋଣାର୍କ ନୃତ୍ୟ ସଙ୍ଗୀତ ଉତ୍ସବ । ୩୪ ବର୍ଷରେ ପାଦ ଦେଇଥିବା ଏହି ଉତ୍ସବ ୩ ଦିନ ଧରି ଚାଲିବ । ପ୍ରଥମ ଦିନର କାର୍ଯ୍ୟକ୍ରମରେ ଝୁମିଥିଲେ ଦର୍ଶକ ।

{"id":226677,"sizeSlug":"large"}

ଉତ୍କଳୀୟ କଳା, ସଂସ୍କୃତି, ଭାସ୍କର୍ଯ୍ୟ ର ଜୀବନ୍ତ ଉଦାହରଣ କୋଣାର୍କ ସୂର୍ଯ୍ୟ ମନ୍ଦିର। ଯେଉଁ ସୂର୍ଯ୍ୟ ମନ୍ଦିରର ପ୍ରତିଟି କାରୁକାର୍ଯ୍ୟ କଥା କୁହେ ତାହା ଏବେ ଭଗ୍ନ ସ୍ତୁପ ସଦୃଶ ଦଣ୍ଡାୟମାନ। ଯେଉଁ କଳା ସଂସ୍କୃତି କୁ ପୁନଃଜୀବିତ କରିବା ପାଇଁ ଦିନେ ପଦ୍ମଶ୍ରୀ ଗୁରୁ ଶ୍ରୀ ଗଙ୍ଗାଧର ପ୍ରଧାନ ଦିନେ ସ୍ବପ୍ନ ଦେଖିଥିଲେ ତାହା ଆଜି ବାସ୍ତବରେ ରୂପାନ୍ତରିତ ହୋଇଛି । ଏହି ନୃତ୍ୟ ସଙ୍ଗୀତ ଦିବସ ର ୩୪ ବର୍ଷରେ ପାଦ ଦେଇଛି ।

{"id":226680,"sizeSlug":"large"}

କୋଣାର୍କ ନାଟ୍ୟ ମଣ୍ଡପ ପକ୍ଷରୁ ଏକ ନୃତ୍ୟ ସଙ୍ଗୀତ ମହୋତ୍ସବ ଉଦଘାଟିତ ହୋଇଛି । ଯାହା ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଉଦଘାଟନୀ ମହୋତ୍ସବରେ ନାଟ୍ୟ ମଣ୍ଡପର ସଂପାଦକ ଶିବାଶିଷ ପ୍ରଧାନ, ଯୁଗ୍ମ ସଂପାଦକ ଗୁରୁପଦ ବଳିୟାର ସିଂ, ସ୍ବର୍ଗତ ଗୁରୁ ଗଙ୍ଗାଧର ପ୍ରଧାନଙ୍କ ସହଧର୍ମିଣୀ ସୁଲୋଚନା ପ୍ରଧାନ ପ୍ରମୁଖ ପ୍ରଦୀପ ପ୍ରଜ୍ବଳନ କରି ଉତ୍ସବର ଶୁଭ ଉଦଘ|ଟନ କରିଥିଲେ।

{"id":226678,"sizeSlug":"large"}

ପ୍ରଥମେ ଘଣ୍ଟ ମୃଦଙ୍ଗ ଶଙ୍ଖର ଧ୍ଵନିରେ ଗୁଞ୍ଜରିତ ହୋଇଥିଲା ନାଟ୍ୟମଣ୍ଡପ । ପରେ ପରେ ଶିବ ପଞ୍ଚାକ୍ଷରୀ ମନ୍ତ୍ରର ଧୂନିରେ ପ୍ରକମ୍ପିତ ହୋଇ ଉଠିଥିଲା ରଙ୍ଗମଞ୍ଚ । ପରେ ପରେ ମଂଚସ୍ଥ ହୋଇଥିଲା ଗୁରୁ ଲିଙ୍ଗରାଜ ସ୍ବାଇଁ ନିର୍ଦ୍ଦେଶନାରେ ଶିବ ପଞ୍ଚକ । ଯାହା ନାଟ୍ୟ ମଣ୍ଡପ ପରିସରରେ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା । ପରେ ପରେ କଟକର ସୁର ମନ୍ଦିର ପକ୍ଷରୁ ଗୁରୁ ଜ୍ୟୋତ୍ସ୍ନାରାଣୀ ସାହୁଙ୍କ ନିର୍ଦ୍ଦେଶନାରେ ଶିଳ୍ପୀମାନେ ମଂଚସ୍ଥ କରିଥିଲେ ଓଡିଶୀ ନୃତ୍ୟ ।କୃଷ୍ଣ ବନ୍ଦନା ଓ ଶିବ ତାଣ୍ଡବର ନୃତ୍ୟର ତାଳରେ ଝୁମି ଉଠିଥିଲେ ଦର୍ଶକ।

{"id":226679,"sizeSlug":"large"}

ପ୍ରଥମ ଦିନ କାର୍ଯ୍ୟକ୍ରମର ଶେଷରେ ଭୁବନେଶ୍ବରର ଦୟାଲ ସଙ୍ଗୀତ ଏକାଡେମୀ ପକ୍ଷରୁ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା । ଯାହା ଦର୍ଶକଙ୍କୁ ଭାବ ବିହ୍ଵଳିତ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.