ଉଦ୍‌ଯାପିତ ହେଲା କୋଣାର୍କ ନୃତ୍ୟ ଓ ସଙ୍ଗୀତ ଉତ୍ସବ : ପଦ୍ମଶ୍ରୀ ସ୍ବର୍ଗତ ମିନତୀ ମିଶ୍ରଙ୍କୁ ଗୁରୁ ଗଙ୍ଗାଧର ପ୍ରଧାନ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ

Published By : Prameya-News7 Bureau | February 22, 2020 IST

କୋଣାର୍କ ୨୨।୨: ଉଦଯାପିତ ହୋଇଛି ୩୪ତମ କୋଣାର୍କ ନୃତ୍ୟ ଓ ସଙ୍ଗୀତ ଉତ୍ସବ । ତିନି ଦିନ ବ୍ୟାପି ଆୟୋଜିତ ହେଉଥିବା ଏହି ଉତ୍ସବର ଶୁକ୍ରବାର ଥିଲା ଅନ୍ତିମ ସନ୍ଧ୍ୟା । ଅନ୍ତିମ ସନ୍ଧ୍ୟାର ପ୍ରଥମ ଅର୍ଘ୍ୟରେ ପରିବେଷଣ କରାଯାଇଥିଲା ପଞ୍ଚଦେବ ସ୍ତୁତି ।

{"id":227582,"sizeSlug":"large"}

ପ୍ରଥମ ସନ୍ଧ୍ୟାରେ ବିଖ୍ୟାତ ସୀତାର ବାଦକ ପଣ୍ଡିତ ରବିଶଙ୍କର ପ୍ରଧାନ ପରିବେଷଣ କରିଥିଲେ ଋତୁ ରାଜ୍ ବସନ୍ତକୁ ନେଇ ‘ରାଗ-ବାହାର’ । ପରେ ପରେ ଓଡିଶୀ ରାଗ ସଙ୍ଗୀତ ଆଧାରିତ ‘ସଙ୍ଗିନୀରେ ରାସ ରଙ୍ଗିନୀରେ’ ଭାବମୟ ମୂର୍ଚ୍ଚନାକୁ ସୁନ୍ଦର ଅଭିନୟରେ ଦର୍ଶକମାନଙ୍କୁ ତୋଳି ଧରିଥିଲା ।

{"id":227587,"sizeSlug":"large"}

ଦ୍ବିତୀୟ ଚରଣରେ ପ୍ରସିଦ୍ଧ ଓଡିଶୀ ନୃତ୍ୟ ଗୁରୁ ମନୋରଞ୍ଜନ ପ୍ରଧାନ ଓ ଗୁରୁ ମିନତୀ ପ୍ରଧାନ ବାଢି ଦେଇଥିଲେ ଓଡିଶୀ ନୃତ୍ୟରେ ‘ଅର୍ଦ୍ଧ ନାରୀସ୍ବର’, ‘କୋଣାର୍କ କାନ୍ତି’ ଯାହାକି କୋଣାର୍କର ପ୍ରତ୍ୟେକ ଅଙ୍ଗ ପ୍ରତ୍ୟଙ୍ଗକୁ ନୃତ୍ୟ ମାଧ୍ୟମରେ ପରିବେଷଣ କରିଥିଲେ । ଶେଷରେ ଓଡିଶୀ ସଙ୍ଗୀତ ଦ୍ବାରା ମାଣିକ ପାଟଣା ନୃତ୍ୟକୁ ଦର୍ଶକଙ୍କୁ ବାଢି ଦେଇଥିଲେ।

{"id":227584,"sizeSlug":"large"}

ଶେଷ ସନ୍ଧ୍ୟାରେ ପରିବେଷଣ ହୋଇଥିଲା ଛଉ ନୃତ୍ୟ । ମୟୁରଭଞ୍ଜରୁ ଆସିଥିବା ଗୋକୁଳ ଚନ୍ଦ୍ର ଛଉ ନୃତ୍ୟ ପ୍ରତିଷ୍ଠାନର ଛଉ ନୃତ୍ୟ ଦର୍ଶକଙ୍କୁ ବେଶ୍ ମନ୍ତ୍ର ମୁଗ୍ଧ କରିଥିଲେ ।

{"id":227585,"sizeSlug":"large"}

୩୪ତମ ନୃତ୍ୟ ଓ ସଙ୍ଗୀତ ଉତ୍ସବର ଶେଷ ଅର୍ଘ୍ୟରେ ଓଡ଼ିଶୀ ନୃତ୍ୟ ଗୁରୁ ସ୍ବର୍ଗତ ଡ଼. ମୀନତି ମିଶ୍ରଙ୍କୁ ଗୁରୁ ଗଙ୍ଗାଧର ପ୍ରଧାନ ଲାଇଫ୍ ଟାଇମ୍ ଆୱାର୍ଡରେ ସମ୍ମାନିତ କରାଯାଇଥିଲା । ତାଙ୍କ ଅନୁପସ୍ଥିତିରେ ତାଙ୍କ ଶିଷ୍ୟ ମୀନାକ୍ଷୀ ବେହେରା ଓ ଯୋଗେନ୍ଦ୍ର ପାଲଙ୍କୁ ଏହି ଆଓ୍ବାର୍ଡ ପ୍ରଦାନ କରାଯାଇଥିଲା ।

{"id":227586,"sizeSlug":"large"}

ଏହି ମଞ୍ଚରେ ନୃତ୍ୟ କରି କଳାକାରମାନେ ନିଜକୁ ଗର୍ବିତ ଅନୁଭବ କରିବା ସହିତ ଗୁରୁ ଗଙ୍ଗାଧରଙ୍କ ଏହି ଅନୁଷ୍ଠାନ ଆମ ପାଇଁ ସଦା ସ୍ମରଣୀୟ ହୋଇ ରହିବ ବୋଲି କଳାକାରମାନେ କହିଛନ୍ତି ।

{"id":227588,"sizeSlug":"large"}

ଏହି ଅନୁଷ୍ଠାନକୁ କିପରି ସୁଚାର ରୂପେ ପରିଚାଳନା କରାଯିବ, ଗୁରୁ ଗଙ୍ଗାଧର ଛାଡି ଯାଇଥିବା ଏହି ଅମୁଲ୍ୟ କଳା କୀର୍ତ୍ତିକୁ ଆଗେଇ ନେବା ପାଇଁ ଯଦି ସରକାର ଟିକିଏ ଏଥିପ୍ରତି ଦୃଷ୍ଟି ଦିଅନ୍ତି ତାହାଲେ ଆସନ୍ତା ବର୍ଷ ଆହୁରି ଆକୃଷ୍ଟ ହୋଇପାରିବ ବୋଲି ଆୟୋଜକ ଗୁରୁପଦ ବଳିୟାର ସିଂ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.