ସମ୍ବଲପୁର ବିଶ୍ବବିଦ୍ୟାଳୟ ପରିସରରେ ଜୁଆନ୍ ପରବ୍-୨୦୧୯ : ୬ଟି ରାଜ୍ୟର ୩୨ ବିଶ୍ବବିଦ୍ୟାଳୟରୁ ଆସିଥିବା ୧୨ଶହରୁ ଅଧିକ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚାଲିଛି ସାଂସ୍କୃତିକ ଭାବର ଆଦାନ ପ୍ରଦାନ

Published By : Prameya-News7 Bureau | January 11, 2019 IST

ସମ୍ବଲପୁର ୧୧|୧: ସମ୍ବଲପୁର ବିଶ୍ବବିଦ୍ୟାଳୟ ପରିସରରେ ଚାଲିଛି ଜୁଆନ୍‌ ପରବ୍‌ -୨୦୧୯ । ୪ଦିନ ଧରି ବିଶ୍ବବିଦ୍ୟାଳୟ ପରିସରରେ  ଚାଲିଛି  ସାଂସ୍କୃତିକ ମହାକୁମ୍ଭ ।  ୬ଟି ରାଜ୍ୟରୁ ୩୨ ବିଶ୍ବ ବିଦ୍ୟାଳୟରୁ ଆସିଥିବା ୧୨ଶହରୁ ଅଧିକ ଛାତ୍ରଛାତ୍ରୀଙ୍କ  ମଧ୍ୟରେ ଚାଲିଛି ସାଂସ୍କୃତିକ ଭାବର ଆଦାନ ପ୍ରଦାନ ।

{"id":72749}

ସମ୍ବଲପୁର ବିଶ୍ବବିଦ୍ୟାଳୟ ଜ୍ୟୋତି ବିହାର ପରିସର  ନୃତ୍ୟଗୀତରେ ଦୁଲ୍‌କୁଛି। ଶୀତୁଆ ସଂନ୍ଧ୍ୟାକୁ ଉଷ୍ମ କରୁଛି ଯୁବକଳାକାରଙ୍କ ନିଖୁଣ ଦଳଗତ ନୃତ୍ୟ । ୩୪ ତମ ଇଣ୍ଟର ୟୁନିଭରସିଟି ସେଣ୍ଟ୍ରାଲ୍‌ ଜୋନ୍‌ ୟୁଥ୍‌ ଫେଷ୍ଟିଭାଲ ଫୁଲ୍ ଜମୁଛି । ୬ଟି ରାଜ୍ୟର ୩୨ଟି ବିଶ୍ବ ବିଦ୍ୟାଳୟର ପ୍ରାୟ ୧୨ଶହ ଛାତ୍ରଛାତ୍ରୀ ସାମିଲ୍ ହୋଇଛନ୍ତି ଜୁଆନ୍ ପରବ ରେ । ମୁକ୍ତାକାଶ ମଞ୍ଚରେ ସକାଳୁ ବିଳମ୍ବିତ ରାତି ଯାଏଁ ଚିତ୍ରାଙ୍କନ,ବ୍ୟଙ୍ଗ, ମିମକ୍ରି  ଚାଲୁଛି  । ବିଭିନ୍ନ ରାଜ୍ୟର ପାରମ୍ପରିକ ନୃତ୍ୟ ମନଜିଣୁଛି ।ଏହା ସହ ସମ୍ବଲପୁରୀ ବି ବାନ୍ଧି ରଖୁଛି ସମସ୍ତଙ୍କୁ ।

{"id":72750}

ବିଶ୍ବବିଦ୍ୟାଳୟ ପରିସରରେ ବିଭିନ୍ନ ଭାଷା,ସଂସ୍କୃତି, ପରମ୍ପରାର ଏକ ମିଶ୍ରିତ ଝଲକ୍‌ ଦେଖିବାକୁ ମିଳିଛି। ଛାତ୍ରଛାତ୍ରୀଙ୍କ  ମଧ୍ୟରେ ଭାବର ଆଦାନ ପ୍ରଦାନ ହେଉଛି । ନିତିଦିନିଆ ପାଠପଢାର ଚାପରୁ ମୁକ୍ତ ହୋଇ ସମସ୍ତେ ମଜ୍ଜା ମାରିବାରେ ବ୍ୟସ୍ତ । , ପରିବେଶର ଭରପୁର ମଜ୍ଜା ନେଉଥିବା ଦେଖିବାକୁ ମିଳିଛି । ସମ୍ବଲପୁର ବିଶ୍ବବିଦ୍ୟାଳୟ ପରିସର ଏବେ ଯେମିତି ଏକ ମିନି ଇଣ୍ଡିଆରେ ପରିଣତହେଲା ଭଳି ଅନୁଭବ ହେଉଛି ।

{"id":72751}

ସମ୍ବଲପୁର ବିଶ୍ବବିଦ୍ୟାଳୟ ପରିସରରେ ଆୟୋଜିତ ଏହି ଯୁବ ମେଳା ଜୁଆନ୍‌ ପରବ୍‌ ର ଆଜି ଶେଷ ସଂନ୍ଧ୍ୟା ।ଆଜି କ୍ୟାମ୍ପ୍‌ ଫାୟାର କାର୍ଯ୍ୟକ୍ରମ ଆୟୋଜିତ ହେବ। ଆସନ୍ତାକାଲି ଠାରୁ ଛାତ୍ରଛାତ୍ରୀ ମାନେ ନିଜ ନିଜ କ୍ୟାମ୍ପସ୍‌କୁ ଫେରିବା ସହ, ଅପେକ୍ଷା କରିବାକୁ ପଡିବ ପୁଣି ଆଉ ଏକ ସାଂସ୍କୃତିକ ମହାକୁମ୍ଭକୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.