୩୪ ହଜାର ଲୋକଙ୍କୁ ଚାକିରୀ ଦେବେ ରାମଦେବ ବାବା

Published By : Prameya-News7 Bureau | December 07, 2018 IST

ଆଗାମୀ ଦିନରେ ଯୋଗଗୁରୁ ରାମଦେବ ବାବାଙ୍କ ପତାଞ୍ଜଳୀ ପ୍ରାୟ ୩୪ ହଜାର ଲୋକଙ୍କୁ ଚାକିରୀ ଦେବାର ଯୋଜନା କରୁଛି | ବିଭିନ୍ନ ବିଭାଗରେ ଭିନ୍ନ ଭିନ୍ନ ଦରମା ବ୍ୟବସ୍ଥାରେ ଏହି ଚାକିରୀ ଦିଆଯିବ | ତେବେ ଏହି ଚାକିରୀ କେମିତି ମିଳିବ ଆସନ୍ତୁ ଜାଣିବା :
ବାବା ରାମଦେବଙ୍କ ପତାଞ୍ଜଳୀ ଆନ୍ଧ୍ରପ୍ରଦେଶର ବିଜୟନଗରମ ଜିଲ୍ଲାରେ ୬୩୪ କୋଟି ଟଙ୍କା ବିନିଯୋଗରେ ଏକ ବିଶାଳ ଫୁଡ ପାର୍କ ସ୍ଥାପନ କରିବାକୁ ଯାଉଛି | ନିକଟରେ ଏହି ପ୍ରୋଜେକ୍ଟକୁ ନେଇ ବାବା ରାମଦେବ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁଙ୍କ ସହ ସାକ୍ଷାତ କରିଥିଲେ | ସାକ୍ଷାତ ପରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ତରଫରୁ ଜାରି ନୋଟିସ ଏହି ପ୍ରୋଜେକ୍ଟ ବିଷୟରେ ବିସ୍ତୃତ ସୂଚନା ଦେଇଛି | ଏହି ନୋଟିସରେ କୁହାଯାଇଛି ଯେ, ପତାଞ୍ଜଳୀ ଫୁଡ ଏବଂ ହର୍ବଲ ପାର୍କ ଚିନ୍ନାରାଓପଲ୍ଲୀ ଗାଁରେ ୧୭୨.୮୪ ଏକର ବିଶିଷ୍ଟ ଜମିରେ କରାଯିବ | ଯାହାଦ୍ୱାରା ପାଖାପାଖି ୩୩୪୦୦ ଲୋକ ରୋଜଗାରକ୍ଷମ ହୋଇପାରିବେ |
ଏହି ଫୁଡ ପାର୍କରେ ବ୍ଲାଷ୍ଟ ଫ୍ରୀଜର, କୋଲ୍ଡ ଷ୍ଟୋରେଜ, ମସଲା ଏବଂ ଶସ୍ୟ ପାଇଁ ଗ୍ରେଡିଙ୍ଗ ପ୍ୟାକିଂ ସୁବିଧା ରହିବ | ଏହାସହ ଡ୍ରାଇ ବେୟରହାଉସ ମଧ୍ୟ ସ୍ଥାପନା କରାଯିବ | ଏହି ଫୁଡ ଏବଂ ହର୍ବଲ ପାର୍କରେ ୪୫.୨୦ କୋଟି ଟଙ୍କା ବିନିଯୋଗ କରି ଜୁସ ପ୍ଲାଣ୍ଟ ମଧ୍ୟ ସ୍ଥାପନା କରାଯିବ | ଯେଉଁଥିରୁ ପ୍ରତିଦିନ ୧୫୦୦ ହଜାର କେଜି ଓଜନର ଫଳର ଜୁସ ବାହାର କରାଯାଇପାରିବ |
ସୂଚନାଯୋଗ୍ୟ ଯେ, ଏହି ଫୁଡ ପାର୍କ ଯୋଗୁଁ ରାଜ୍ୟର ଚାଷୀ ସିଧାସଳଖ ଲାଭବାନ ହେବେ | ଚାଷୀଙ୍କୁ ତାଙ୍କ ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ମିଳିବ |

{"id":61723}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.