Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

ଆକ୍ରାନ୍ତଙ୍କ ତୂଳନାରେ ସୁସ୍ଥ ହେଲେ ଅଧିକ, ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୩୪୫୫

7/10/2020 at 6:57 PM

ଭୁବନେଶ୍ଵର ୦୭।୧୦: ଦୁଇ ମାସ ପରେ ରାଜ୍ୟରେ କରୋନା ସଂକ୍ରମଣ କମିଛି। ନୂତନ ଆକ୍ରାନ୍ତ ସଂଖ୍ୟା ୩ ହଜାରରୁ ତଳକୁ ଖସିଛି। ହେଲେ ମୃତ୍ୟୁ ସଂଖ୍ୟା  ବଢିବାରେ ଲାଗିଛି ଯାହା ସରକାର ଏବଂ ଜନତାଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। ଆଶ୍ଵସ୍ତକର ବିଷୟ ଏବେ ସଂକ୍ରମିତଙ୍କ ତୂଳନାରେ ସୁସ୍ଥ ସଂଖ୍ୟା ଅଧିକ ରହିଛି। ଏହି କ୍ରମରେ ଗତ ୨୪ ଘଣ୍ଟାରେ ୩୪୫୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ଆରୋଗ୍ୟ ସଂଖ୍ୟା ୨ ଲକ୍ଷ ୧୩ ହଜାର ୬୭୨କୁ ବୃଦ୍ଧି ଘଟିଛି। ସ୍ଵାସ୍ଥ୍ୟ ଓ ପରିବାର  କଲ୍ୟାଣ ବିଭାଗ ତରଫରୁ ବୁଧବାର ଟ୍ଵିଟ୍ ଯୋଗେ ଏହାର ସୂଚନା ଦିଆଯାଇଛି।

ବିଭାଗ ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୭୧ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହି ପରି କଟକ ଜିଲ୍ଲାରୁ ୨୯୨, ପୁରୀରୁ ୨୫୪, ଅନୁଗୁଳରୁ ୧୭୫, ଯାଜପୁରରୁ ୧୬୬, ବରଗଡରୁ ୧୩୩, ମୟୂରଭଞ୍ଜ ଜିଲ୍ଲାରୁ ୧୨୬, ବାଲେଶ୍ଵରରୁ ୧୨୦, ସମ୍ବଲପୁରରୁ ୧୧୨, ବଲାଙ୍ଗିରରୁ ୧୦୪, କେନ୍ଦୁଝରରୁ ୧୦୧ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହିପରି କେନ୍ଦ୍ରାପଡା ଜିଲ୍ଲାରୁ ୯୯, ଜଗତସିଂହପୁରରୁ ୮୪, ଝାରସୁଗୁଡାରୁ ୮୪, ନୂଆପଡାରୁ ୭୨, ନବରଙ୍ଗପୁରରୁ ୭୧, ନୟାଗଡରୁ ୭୦, ଢେଙ୍କାନାଳରୁ ୬୧, କନ୍ଧମାଳରୁ ୬୧, ମାଲକାନଗିରିରୁ ୫୮, ଭଦ୍ରକରୁ ୫୬, ସୋନପୁରରୁ ୫୬, ସୁନ୍ଦରଗଡରୁ ୫୪, କଳାହାଣ୍ଡିରୁ ୪୧, ରାୟଗଡାରୁ ୪୧, କୋରାପୁଟରୁ ୩୫, ଗଞ୍ଜାମରୁ ୩୪, ଗଜପତିରୁ ୩୩, ବୌଦ୍ଧରୁ ୩୧ ଓ ଦେବଗଡ ଜିଲ୍ଲାରୁ ୧୩ ଜଣ କରୋନା ମୁକ୍ତ ହୋଇଛନ୍ତି।

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୯୯୫ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୪୦ ହଜାର ୯୯୮କୁ ବୃଦ୍ଧି ଘଟିଛି। ସେଥିରୁ ୨ ଲକ୍ଷ ୧୩ ହଜାର ୬୭୨ ଆରୋଗ୍ୟଲାଭ କରିଛନ୍ତି। ଏହି ସମୟରେ ସର୍ବାଧିକ ୧୮ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି। ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୯୫୮ରେ ପହଞ୍ଚିଛି।

   Related Posts