Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଏସଏଫର ବଡ କାର୍ଯ୍ୟାନୁଷ୍ଠାନ, ବାଂଲାଦେଶ ସୀମାରେ ୮୨ ନକଲି ଡ୍ରାଇଭିଂ ଲାଇସେନ୍ସ ଜବତ
  • ||
  • ୟୁପି ସମର: ଅଖିଳେଶଙ୍କ ପାଇଁ ପ୍ରଚାର କରିବେ ମମତା, ଫେବୃଆରୀ ୮ରେ ଲକ୍ଷ୍ନୌରେ ଭର୍ଚୁଆଲ ରାଲି
  • ||
  • ଆସନ୍ତାକାଲି ପ୍ରଥମ ଦିନିକିଆ: କିଏ କରିବ ଓପନିଂ ? ଖୁଲାସା କଲେ ରାହୁଲ, ୫ ବର୍ଷ ପରେ ଦିନିକିଆକୁ ପ୍ରତ୍ୟାବର୍ତ୍ତନ କରିବେ ଏହି ଖେଳାଳି
  • ||
  • କାରିଗରଙ୍କଠୁ ଲାଞ୍ଚ ନେବା ମହଙ୍ଗା ପଡିଲା, ଭିଜିଲାନ୍ସ ଦ୍ଵାରା ବନ୍ଧା ହେଲେ ହସ୍ତଶିଳ୍ପ ନିଗମର ସହ-ନିର୍ଦ୍ଦେଶକ ଓ କ୍ରାପ୍ଟମ୍ୟାନ୍
  • ||
  • କଲେଜ୍ରେ ନିର୍ବାଚନୀ ସଭା ନେଇ କଠୋର ହେଲେ ଏସଇସି: ଏସଡିପିଓ ଏବଂ ପ୍ରିନ୍ସିପାଲଙ୍କୁ ନିଲମ୍ବନ କରିବାକୁ ଦେଲେ ନିର୍ଦ୍ଦେଶ
  • ||
  • IPL 2022: କେଏଲ ରାହୁଲଙ୍କ ସହ ଏହି ଦୁଇ ଖେଳାଳିଙ୍କୁ ନିଜ ଦଳରେ ସାମିଲ୍ କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜି
  • ||
  • ମଙ୍ଗଳବାର ପୃଥିବୀର ନିକଟତର ହେବ ବିରାଟ ଗ୍ରହାଣୁ : ମାଡ ହେଲେ ଘଟାଇବ ବିନାଶ !
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୧୦ ମୃତ
  • ||
  • ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୦୮୬ କୋଭିଡ୍ ପଜିଟିଭ୍, ୧୧୫୫୪୮୭ରେ ପହଞ୍ଚିଲା ସଂଖ୍ୟା
  • ||

ଏହି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡରେ ଜମା ହେଲା ୩୪୨ କୋଟି ଟଙ୍କା, ହେଲେ କରୋନା ପାଇଁ ଖର୍ଚ୍ଚ ହୋଇଛି ମାତ୍ର ୨୩ କୋଟି

31/05/2020 at 6:43 PM

ମୁମ୍ବାଇ ୩୧।୦୫: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ କୋଭିଡ୍ ୧୯ ଆକାଉଣ୍ଟରେ ଦାନଦାତାଙ୍କ ଜରିଆରେ ୩୪୨ କୋଟି ଟଙ୍କା ଜମା ହୋଇଛି। ହେଲେ କରୋନା ଭାଇରସ୍‌ ମୁକାବିଲା ପାଇଁ ଖର୍ଚ୍ଚ ହୋଇଛି ମାତ୍ର ୨୩.୮୨ କୋଟି ଟଙ୍କା। ଏହି ସୂଚନା ଆରଟିଆଇରୁ ମିଳିଛି। ଏହି ସୂଚନା ଆରଟିଆଇ କାର୍ଯ୍ୟକର୍ତ୍ତା ଅନିଲ୍ ଗଲଗଲିଙ୍କୁ ସିଏମ ରିଲିଫ ଫଣ୍ଡ ପକ୍ଷରୁ ଦିଆଯାଇଛି। ବଡ କଥା ଏହା ଯେ, ସବୁଠୁ ଅଧିକ ଧନରାଶି ୫୫.୨୦ କୋଟି ଟଙ୍କା ପ୍ରବାସୀ ଶ୍ରମିକଙ୍କ ଯାତ୍ରାରେ ଖର୍ଚ୍ଚ ହୋଇଛି।

ଆରଟିଆଇ କାର୍ଯ୍ୟକର୍ତ୍ତା ଅନିଲ୍ ଗଲଗଲି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡ କୋଭିଡ୍ ୧୯ ଆକାଉଣ୍ଟରେ ଦାନ ଭାବେ ଜମା ହୋଇଥିବା ମୋଟ୍ ଧନରାଶି ଓ ଆବଣ୍ଟିତ ଧନରାଶି ବିଷୟରେ ତଥ୍ୟ ମାଗିଥିଲେ। ସିଏମ ରିଲିଫ ଫଣ୍ଡର ସହାୟକ ଲେଖାଧିକାରୀ ମିଲିନ୍ଦ କାବାଡି ଏହି ସମ୍ବନ୍ଧରେ ସମସ୍ତ ତଥ୍ୟ ଅନିଲ ଗଲଗଲିଙ୍କୁ ଦେଇଛନ୍ତି। ଆରଟିଆଇ ଅନୁଯାୟୀ ୨୦୨୦ ମେ ୧୮ ସୁଦ୍ଧା ମୋଟ୍ ୩୪୨.୦୧ କୋଟି ଟଙ୍କା ଧନରାଶି ଜମା ହୋଇଛି। ଏହି ଧନରାଶିରୁ ମୋଟ୍ ୭୯ କୋଟି  ୮୨ ଲକ୍ଷ ୩୭ ହଜାର ୭୦ ଟଙ୍କା ଖର୍ଚ୍ଚ ହୋଇଛି। ଖର୍ଚ୍ଚ ହୋଇଥିବା ଅର୍ଥରାଶିରୁ କୋଭିଡ୍-୧୯ ନାମରେ କେବଳ ୨୩ କୋଟି ୮୨ ଲକ୍ଷ ୫୦ ହଜାର ଟଙ୍କା ଖର୍ଚ୍ଚ କରାଯାଇଛି।

ଏଠାରେ ହୋଇଛି ଖର୍ଚ୍ଚ

ଏଥିରୁ ୨୦ କୋଟି ସେଣ୍ଟ ଜର୍ଜ ହସ୍ପିଟାଲ, ମୁମ୍ବାଇକୁ ଆବଣ୍ଟିତ କରାଯାଇଛି। ୩ କୋଟି ୮୨ ଲକ୍ଷ ୫୦ ହଜାର ଟଙ୍କା ମେଡିକାଲ ଶିକ୍ଷା ଓ ସଂଶୋଧନ ବିଭାଗକୁ ଦିଆଯାଇଛି। ପ୍ରବାସୀ ଶ୍ରମିକଙ୍କ ଲାଗି ଯେଉଁ ଅର୍ଥ ଆବଣ୍ଟିତ ହୋଇଛି, ତାକୁ ରାଜ୍ୟର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି, ଯଦ୍ଵାରା ରେଲଓ୍ଵେ ଭଡା ଠିକ୍ ସମୟରେ ପୈଠ ହୋଇ ପାରିବ। ଏଥିରେ ୩୬ ଜିଲ୍ଲା ସ୍ଥିତ ପ୍ରବାସୀ ଶ୍ରମିକଙ୍କ ଭଡା ଭାବେ ୫୩ କୋଟି ୪୫ ଲକ୍ଷ ୪୭ ହଜାର ୭୦ ଟଙ୍କା ଦିଆଯାଇଛି।

ସ୍ଵାସ୍ଥ୍ୟସେବାରେ ମାତ୍ର ୭ ପ୍ରତିଶତ ଖର୍ଚ୍ଚ

ଅନିଲ୍ ଗଲଗଲିଙ୍କ ଅନୁଯାୟୀ, ମହାରାଷ୍ଟ୍ର ସରକାର କରୋନା ଭୂତାଣୁ ସଂକ୍ରମଣକୁ ନେଇ ମୋଟ୍ ଜମା ଅର୍ଥରୁ ମାତ୍ର ୭ ପ୍ରତିଶତ ଅର୍ଥ ସ୍ଵାସ୍ଥ୍ୟ ସେବା ଉପରେ ଖର୍ଚ୍ଚ କରିଛନ୍ତି। ପ୍ରବାସୀ ଶ୍ରମିକଙ୍କ ରେଲଓ୍ଵେ ଟିକେଟ୍ ଉପରେ ୧୬ ପ୍ରତିଶତ ଏବଂ ଟ୍ରେନ୍‌ ଦୁର୍ଘଟଣାରେ ମୃତକଙ୍କ ଉପରେ ୦.୨୩ ପ୍ରତିଶତ ଅର୍ଥ ଖର୍ଚ୍ଚ କରାଯାଇଛି। ଆଜି ମଧ୍ୟ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରେ ୨୬୨.୨୮ କୋଟି ଟଙ୍କା ଧନରାଶି ରହିଛି। ଅନିଲ୍ ଗଲଗଲି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚିଠି ଲେଖି ଦାବି କରିଛନ୍ତି ଯେ, ସରକାରୀ ହସ୍ପିଟାଲରେ ସ୍ଵାସ୍ଥ୍ୟ ସେବା ଉପରେ ଏହି ଅର୍ଥ ଖର୍ଚ୍ଚ କରାଗଲେ ଦାନାଦାତାଙ୍କୁ ମଧ୍ୟ ଶାନ୍ତି ମିଳିବ ଯେ, ସେମାନଙ୍କ ଦ୍ଵାରା ଦାନ ହୋଇଥିବା ଧନରାଶିର ସଠିକ୍ ଉପଯୋଗ ହୋଇଛି।

   Related Posts