କରୋନା ସହ ଲଢେଇରେ ହାରିଗଲେ ଡାନିଏଲା, ଆତ୍ମହତ୍ୟା କଲେ ଏହି ୩୪ ବର୍ଷୀୟା ନର୍ସ

Published By : Prameya-News7 Bureau | March 26, 2020 IST

ଇଟାଲୀ, ୨୬|୦୩: ଇଟାଲୀରେ କରୋନା ଭାଇରସ ମହାମାରୀରର ରୂପ ନେଲାଣି । ଏହା ମଧ୍ୟରେ କରୋନା ସହ ଲଢୁଥିବା ଜଣେ ନର୍ସ ଆତ୍ମହତ୍ୟା କରିଛନ୍ତି । ଡାନିଏଲା ଟ୍ରେଜିନାମକ ୩୪ ବର୍ଷୀୟା ଏହି ନର୍ସ ଅନ୍ୟମାନଙ୍କ ଜୀବନ ବଞ୍ଚାଉଥିବା ସମୟରେ ନିଜ ଜୀବନ ହାରିଛନ୍ତି ।

ଡାନିଏଲା ଲୋମ୍ବାର୍ଡିର ଗେରାର୍ଡୋ ହସ୍ପିଟାଲର ଆଇସିୟୁରେ କାର୍ଯ୍ୟରତ୍ତ ଥିଲେ । ଏହି ଅଞ୍ଚଳକୁ କରୋନା ସବୁଠାରୁ ଅଧିକ ପ୍ରଭାବିତ କରିଛି । ତେବେ ଡାନିଏଲାଙ୍କ ଆତ୍ମହତ୍ୟା ପରେ ନର୍ସ ଫେଡେରେସନ କହିଛି ଯେ, ସେ କରୋନା ସହ ଲଢେଇ କରି ହାରି ଯାଇଛନ୍ତି । ଏଠାରେ ଅନେକ ତିକ୍ତ ଅନୁଭୂତି ତାଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଥିଲା । ସେ ନିଜେ ମଧ୍ୟ କରୋନାରେ ସଂକ୍ରମିତ ଥିଲେ ବୋଲି ଫେଡେରସନ କହିଛି । ତେବେ ଡାନିଏଲାଙ୍କ କରୋନା ପଜିଟିଭ୍ ଖବରକୁ ମେଡିକାଲ କର୍ତୃପକ୍ଷ ଖଣ୍ଡନ କରିଦେଇଛନ୍ତି ।

{"id":244355,"width":754,"height":509,"sizeSlug":"large"}

ସୂଚନାଯୋଗ୍ୟ, ଇଟାଲୀରେ କରୋନା ଭାଇରସରେ ୭୪,୩୮୬ ଜଣ ସଂକ୍ରମିତ ହୋଇଥିବା ବେଳେ ୭୫୦୩ଜଣ ପ୍ରାଣ ହରାଇଛନ୍ତି । ଚୀନ ପରେ ଇଟାଲୀରେ ହିଁ କରୋନା ସବୁଠାରୁ ଅଧିକ ମୃତ୍ୟୁର ତାଣ୍ଡବ ରଚିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.