ଟ୍ରାଫିକ ପୋଲିସ ସହ ଯୁକ୍ତତର୍କ ବେଳେ ୩୪ ବର୍ଷ ବୟସ୍କ ଯୁବକଙ୍କ ହୃଦଘାତରେ ପରଲୋକ!

Published By : Prameya-News7 Bureau | September 10, 2019 IST

ନୂଆଦିଲ୍ଲୀ୧୦|୯: ହୃଦଘାତରେ ନୋଇଡ଼ାର ସଫ୍ଟଓ୍ବେୟାର କମ୍ପାନୀରେ କାମ କରୁଥିବା ଜଣେ ୩୪ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ନିୟମ ଉଲ୍ଲଂଘନ ପାଇଁ ଦିଲ୍ଲୀ ଟ୍ରାଫିକ ପୋଲିସ ମୋଟା ଅଙ୍କର ଚାଲାଣ କାଟିବାକୁ  ଧମକ ଦେଇଥିଲେ।ଏହି କଥାକୁ ନେଇ ଉଭୟ ପୋଲିସ ଏବଂ ଯୁବକଙ୍କ ମଧ୍ୟରେ ଯୁକ୍ତତର୍କ ଚାଲିଥିଲା । ଏହି ସମୟରେ ଯୁବକ ହଠାତ ବେହୋସ ହୋଇ ଯାଇଥିଲେ। ସେପ୍ଟେମ୍ବର ୧ ତାରିଖଠାରୁ ଦିଲ୍ଲୀର ବିଭିନ୍ନ ଅଂଚଳରେ ଟ୍ରାଫିକ୍ ନିୟମ କଡ଼ାକଡ଼ି କରାଯାଇଛି। ଏହା ଦ୍ବାରା ସାଧାରଣ ଗାଡିଚାଳକମାନେ ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହେବାକୁ ପଡୁଛି।

ସୂଚନାଯୋଗ୍ୟ ଯେ, ମୃତ ଯୁବକଙ୍କ ନାଁ ହେଉଛି ଗୌରବ।ତାଙ୍କର ସଂପର୍କୀୟ ଅଙ୍କୁର ଶର୍ମାଙ୍କ କହିବା ମୁତାବକ,ଟ୍ରାଫିକ ପୋଲିସ ଗୌରବଙ୍କ କାରକୁ ବାଡି​‌ରେ ବାଡ଼େଇଥିଲେ।ହଠାତ ଗୌରବ ଗାଡ଼ି ସେହି  ସ୍ଥାନରେ ରଖି ଦେଇଥିଲେ।ତାଙ୍କ ଗାଡ଼ିକୁ କାହିଁକି ପିଟିଲେ ବୋଲି ଗୌରବ ଟ୍ରାଫିକ ପୋଲିସଙ୍କୁ ପଚାରିଥିଲେ।ଟ୍ରାଫିକ ପୋଲିସ ପ୍ରଶ୍ନର ଉତ୍ତର ଦେବା ବଦଳରେ ତାଙ୍କୁ ନାଲି ଆଖି ଦେଖାଇଥିଲେ। ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଟ୍ରାଫିକ ପୋଲିସ ତାଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିଥିବା କଥା ମଧ୍ୟ ପରିବାର ଲୋକ ଅଭିଯୋଗ କରିଛନ୍ତି।

ପରିବାରଙ୍କ ଲୋକଙ୍କ କହିବାନୁଯାୟୀ, ଟ୍ରାଫିକ ପୋଲିସ ସହ ଯୁକ୍ତିତର୍କ କରିବା ସମୟରେ ସେ ଅଚାନକ ବେହୋସ ହୋଇ ତଳେ ପଡିଯାଇଥିଲେ। ଟ୍ରାଫିକ ପୋଲିସ ତାଙ୍କୁ ସାହାଯ୍ୟ ନକରି ଛାଡି ଚାଲି ଯାଇଥିଲେ। ଅନ୍ୟ ଗାଡ଼ି ଚାଳକ ତାଙ୍କୁ  ହସ୍ପିଟାଲକୁ ନେଇଥିଲେ। କିନ୍ତୁ ହସ୍ପିଟାଲରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଗୌରବଙ୍କ ବାପା କହିଛନ୍ତି ଯେ, ଗୌରବ ସଂପର୍କୀୟଙ୍କ ପାଖକୁ ଇନ୍ଦିରାପୁରମ ଯାଉଥିଲେ।ରାସ୍ତାରେ ତାଙ୍କୁ ଟ୍ରାଫିକ ପୋଲିସ ଅଟକାଇବାରୁ ତାଙ୍କ ସହ ଯୁକ୍ତିତର୍କ କରିଥିଲେ।ଟ୍ରାଫିକ ପୋଲିସ ଗୌରବଙ୍କୁ ଅଶ୍ଳୀଳ ଭାଷାରେ ଗାଳି କରିଥିଲେ ।ଟ୍ରାଫିକ ପୋଲସ ସହ ବଡ଼ ପାଟିରେ ଯୁକ୍ତିତର୍କ କରିବାରୁ ତାଙ୍କର ହୃତଘାତ ହୋଇଥିଲା ବୋଲି ତାଙ୍କ ବାପା କହିଛନ୍ତି। ଟ୍ରାଫିକ ପୋଲିସଙ୍କ ଯୋଗୁ ଗୌରବଙ୍କ ମୃତ୍ୟୁ ହୋଇଛି ବୋଲି ତାଙ୍କ ବାପା ଅଭିଯୋଗ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.