Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନାକରେ ବୁଷ୍ଟର ଡୋଜ୍ ପରୀକ୍ଷଣକୁ ଡିସିଜିଆଇର ମଞ୍ଜୁରୀ, ଭାରତ ବାୟୋଟେକ୍ କରିବ କ୍ଲିନିକଲ ଟ୍ରାଏଲ
  • ||
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୬୦କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦୫୭ କୋଭିଡ୍ ପଜିଟିଭ୍, ୧୨୩୬୨୨୬ରେ ପହଞ୍ଚିଲା ସଂଖ୍ୟା
  • ||
  • ପାକିସ୍ତାନ: ବଲୁଚିସ୍ତାନ ଚେକ୍ ପୋଷ୍ଟ ଉପରେ ଆତଙ୍କୀ ହମଲା, ୧୦ ସୈନିକଙ୍କ ମୃତ୍ୟୁ
  • ||
  • ରାଉରକେଲା : ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ଏମ୍‌ଡି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଭି. ଅନନ୍ତ ନାଗେଶ୍ୱରନ ହେବେ ଭାରତର ଆଗାମୀ ମୁଖ୍ୟ ଆର୍ଥିକ ପରାମର୍ଶଦାତା, ଅତିଶୀଘ୍ର ଘୋଷଣା କରିପାରନ୍ତି ସରକାର
  • ||
  • ସୋର : ଦେଶୀ ମଦ ଦୋକାନରେ ପଶି କର୍ମଚାରୀଙ୍କୁ କଟୁରୀରେ ହାଣିଲେ ଦୁର୍ବୃତ୍ତ, ଛଡାଇନେଲେ ୭୦ହଜାର ଟଙ୍କା
  • ||
  • କଣ୍ଟାବାଞ୍ଜି : ଚାଲାଣ ବେଳେ ୧୪ ଶ୍ରମିକ ଉଦ୍ଧାର, ଷ୍ଟେସନ ଯିବା ବାଟରେ ଧରିଲା ପୋଲିସ
  • ||
  • ରାଜ୍ୟରେ ୩ ଦିନ ଯାଏଁ ହାଡଭଙ୍ଗା ଶୀତ, ୬ ଜିଲ୍ଲା ବେଶୀ ଥରିବ
  • ||

ଗାଧେଇବା ସମୟରେ ଗୋଡରେ ଛନ୍ଦି ହୋଇଗଲା ସାପ : କେଳା ଆସିବା ପରେ ନାଗୁଣୀ ସମେତ ଘରୁ ବାହାରିଲା ୩୪ ସାପ ଛୁଆ

22/05/2020 at 11:08 AM

ଦରଭଙ୍ଗା ୨୨/୦୫ : ବିହାର ଦରଭଙ୍ଗା ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି | ଗାଧୁଆଘରେ ଗାଧେଇବା ସମୟରେ ଜଣେ ବ୍ୟକ୍ତିଙ୍କ ଗୋଡରେ ସାପ ଗୁଡେଇ ହୋଇଯାଇଥିଲା | ସାପକୁ ଦେଖି ବ୍ୟକ୍ତି ଜଣକ ଭୟରେ ପାଟି କରିଥିଲେ | ଯେତେବେଳେ ସେ ଭଲ ଭାବେ ଦେଖିଲେ, ଜାଣିଲେ ତାହା ସାପ ନୁହଁ ବରଂ ସାପର ଛୁଆ ଥିଲା | ବ୍ୟକ୍ତି ଜଣକ ଗାଧୁଘରୁ ବାହାରକୁ ବାହାରି ଆସିଲେ | ବାହାରେ ଆସି ସେ ଯାହା ଦେଖିଲେ ତାଙ୍କ ହୋସ ଉଡ଼ିଗଲା | ଘର ଭିତରେ ଅନେକ ସାପ ଛୁଆ ବୁଲୁଥିଲେ |

 

ସୂଚନା ଅନୁଯାୟୀ, ଘଟଣା ଦରଭଙ୍ଗା ଜିଲ୍ଲାର ଲାଲବାଗ ଅଞ୍ଚଳର | ବିନୟ ଝା ନାମକ ବ୍ୟକ୍ତି ନିଜ ଘର ଗାଧୁଆଘରେ ଗାଧେଇବା ସମୟରେ ତାଙ୍କ ଗୋଡରେ ଏକ ସାପ ଛୁଆ ଗୁଡେଇ ହୋଇଯାଇଥିଲା | ଗାଧୁଆଘରୁ ବାହାରକୁ ଆସି ସେ ଦେଖିଲେ ପୁରା ଘର ସାରା ସାପ ଛୁଆ ବୁଲୁଛନ୍ତି | ଏହାପରେ ସେ ନିଜ ପଡୋଶୀଙ୍କୁ ଡାକିଥିଲେ ଏବଂ ସାପୁଆକେଳାକୁ ଡାକିବାକୁ କହିଥିଲେ | ଖବର ପାଇ ସାପୁଆ କେଳା ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା | ସେ ଆସି ଘରେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲା | ପୁରା ଘରୁ ୩୩ ଟି ସାପ ଛୁଆ ବାହାରିଲା | ସାପ ଛୁଆ ସହ ଏକ ବଡ ନାଗୁଣୀ ମଧ୍ୟ ବାହାରିଥିଲା | ନାଗୁଣୀ ବହୁତ ଦିନ ହେବା ବିନୟ ଝାଙ୍କ ଘରେ ରହୁଥିବିବା ବୋଲି ଆଶଙ୍କା କରିଥିଲେ ସ୍ଥାନୀୟାଵାସୀ | କାରଣ ଘର ଅଗଣାରେ ରଖାଯାଇଥିବା ଟାଇଲ ତଳେ ସାପ ଛୁଆ ରହୁଥିଲେ |

୨୦୧୮ ମସିହାରେ ଉତ୍ତର ପ୍ରଦେଶ ମେରଠରୁ ମଧ୍ୟ ଏହିଭଳି ଏକ ଘଟଣା ସାମ୍ନାକୁ ଆସିଥିଲା | ଗୋଟିଏ ଘରୁ ପାଖାପାଖି ୩୦୦ ରୁ ୪୦୦ ସାପ ବାହାରିଥିଲେ | ଯାହାଫଳରେ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଥିଲା | ଏତେ ସଂଖ୍ୟକ ସାପ ବାହାରିବା ପରେ ଗ୍ରାମବାସୀ ସେହି ଘରକୁ ନାଗଲୋକ ବୋଲି ନାଁ ଦେଇଛନ୍ତି | ପରିବାର ଲୋକେ କହିଥିଲେ ଯେ ସେମାନେ ଗୋଟିଏ ରାତିରେ ପାଖାପାଖି ୩୦୦ ସାପ ମାରିଦେଇଥିଲେ | ଏହାପରେ ସ୍ଥାନୀୟ ଲୋକେ ଅତ୍ୟନ୍ତ ଭୟଭୀତ ଅବସ୍ଥାରେ ଥିଲେ |

   Related Posts