Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ତୃତୀୟ ପର୍ଯ୍ୟାୟ ମତଦାନ : ଦିନ ୧ଟା ସୁଦ୍ଧା ଓଡିଶାରେ ୩୪ ପ୍ରତିଶତ ଭୋଟିଂ

23/04/2019 at 1:33 PM

ଭୁବନେଶ୍ବର ୨୩|୪: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଜାରି ରହିଛି । ଦିନ ୧ଟା ସୁଦ୍ଧା ଦେଶରେ ୩୭.୯୨ ପ୍ରତିଶତ ମତଦାନ ହୋଇଛି । ସେହିଭଳି ଓଡିଶାରେ ଦିନ ୧ଟା ସୁଦ୍ଧା ୩୪ପ୍ରତିଶତ ମତଦାନ ହୋଇଛି ।

ଦିନ ୧୧ଟା ସୁଦ୍ଧା ଓଡିଶାରେ ୧୮.୫୮ପ୍ରତିଶତ ମତଦାନ ହୋଇଥିଲା । କଟକରେ ୧୮.୪୮, ପୁରୀରେ ୧୭.୫୮, ଭୁବନେଶ୍ବର ୮.୬୮ପ୍ରତିଶତ ମତଦାନ ହୋଇଥିଲା ।

ସକାଳ ୯ଟା ସୁଦ୍ଧା ୬ପ୍ରତିଶତ ମତଦାନ ହୋଇଥିଲା । ଅନୁଗୋଳରେ ସକାଳ ୯ଟା ସୁଦ୍ଧା ୯ପ୍ରତିଶତ ମତଦାନ ହୋଇଥିଲା । ଆଠମଲ୍ଲିକ ୧୩ ପ୍ରତିଶତ, ପାଲଲହଡା ୫ ପ୍ରତିଶତ ମତାଦାନ ହୋଇଥିଲା । ଖୋର୍ଦ୍ଧା ଜିଲ୍ଲାରେ ଜୟଦେବରେ ୭.୨୦ ପ୍ରତିଶତ, ବେଗୁନିଆରେ ୭.୨୦ ପ୍ରତିଶତ, ଖୋର୍ଦ୍ଧାରେ ୪ ପ୍ରତିଶତ, ଚିଲିକା ୮ପ୍ରତିଶତ, ଜଟଣୀ ୨.୩୦ ପ୍ରତିଶତ ମତଦାନ ହୋଇଥିଲା । ଭୁବନେଶ୍ବର ମଧ୍ୟ ୩.୪୬ ପ୍ରତିଶତ, ଭୁବନେଶ୍ବର ଉତ୍ତର ୨.୮୬ ପ୍ରତିଶତ, ଭୁବନେଶ୍ବର ଏକାମ୍ର ୩.୨୦ ପ୍ରତିଶତ ମତଦାନ ହୋଇଥିଲା

ସୂଚନାଯୋଗ୍ୟ ଯେ, ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଜାରି ରହିଛି । ଓଡ଼ିଶାର ସମ୍ବଲପୁର, କେନ୍ଦୁଝର, ଢ଼େଙ୍କାନାଳ, କଟକ, ପୁରୀ ଏବଂ ଭୁବନେଶ୍ବରର ଲୋକସଭା ନିର୍ବାଚନମଣ୍ଡଳୀ ଭୋଟଗ୍ରହଣ ଜାରି ରହିଛି । ଏଥିସହ ୪୨ ବିଧାନସଭା ଆସନରେ ବି ଭୋଟ୍ ଗ୍ରହଣ ।

   Related Posts