Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||
  • ଭୁବନେଶ୍ବର : ସାଲିଆ ସାହିରୁ ୫ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ, ୯ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୬ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||

ଆଜି ଝାରସୁଗୁଡାରୁ ୩୪ କରୋନା ଆକ୍ରାନ୍ତ ଚିହ୍ନଟ: ରଘୁନାଥପାଲ୍ଲୀକୁ ୭ଦିନ , ଲଇକେରାକୁ ୩ଦିନିଆ ସଟ୍‌ଡାଉନ୍‌ ଘୋଷଣା

22/07/2020 at 12:30 PM

ଝାରସୁଗୁଡା ୨୨।୦୭: ଝାରସୁଗୁଡା ଜିଲ୍ଲାରେ ଆଜି ୩୪ଜଣ  କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ  ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୨୬୦ରେ ପହଞ୍ଚିଥିବା ବେଳେ ୭୮ଟି ଆକ୍ଟିଭ କେସ୍ ରହିଛି । ସେହିପରି ୧୮୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ପାଇଁ ଜିଲ୍ଲା ପ୍ରଶାସନର ମୁଣ୍ଡବଥ୍ୟା ପାଲଟିଛି ।  କାରଣ ରଘୁନାଥପାଲି କଣ୍ଟେନମେଣ୍ଟ ଜୋନରୁ ୨୩ ଜଣ କରୋନା ପଜିଟିଭ୍‌ ବାହାରିଛନ୍ତି । ରଘୁନାଥପାଲି ଅଞ୍ଚଳର ଜଣେ ବ୍ୟକ୍ତି ଗତ ସପ୍ତାହରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ବରଣ କରିଥିଲେ। ତାଙ୍କର ସ୍ୱାବ ନମୁନା ନେଗେଟିଭ ଥିଲେ ମଧ୍ୟ ତାଙ୍କ ପରିବାର ଓ ସମ୍ପର୍କୀୟ ମାନଙ୍କ ସ୍ୱାବ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା। ସ୍ୱାବ ରିପୋର୍ଟ ରେ ଦୁଇଦିନ ତଳେ କ୍ବାରେଣ୍ଟାଇନରେ ରହିଥିବା ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଯାଇଥିଲା।

ସେହିପରି ଆଜି ସେହି ଅଞ୍ଚଳର ୨୩ ଜଣଙ୍କ ରିପୋର୍ଟରେ ପଜିଟିଭ ଆସିବା ପରେ ସମସ୍ତଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରଘୁନାଥପାଲି ଅଞ୍ଚଳକୁ ସିଲ କରାଯାଇ ପ୍ରଶାସନ ପକ୍ଷରୁ ସାନିଟାଇଜ କରାଯାଉଛି। ଅପରପକ୍ଷରେ ଲାଇକେରା କଣ୍ଟେନମେଣ୍ଟ ଅଞ୍ଚଳରୁ ୨ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ସରପଞ୍ଚ ପ୍ରୟୋଗ କଲେ ଜିଲ୍ଲାପାଳଙ୍କ କ୍ଷମତା। ଝାରସୁଗୁଡା ଜିଲ୍ଲା ଲଇକେରା ପଞ୍ଚାୟତରେ ଆଜି ଦୁଇ କରୋନା ପଜିଟିଭ ଚିହ୍ନଟ ହେବା ପରେ ସରପଞ୍ଚ ୩ ଦିନ ପାଇଁ ସଟଡାଉନ ଘୋଷଣା କରିଛନ୍ତି। ଆଜି ଠାରୁ ୨୪ ତାରିଖ ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ସହ କେନ୍ଦ୍ରୀୟ ଓ ରାଜ୍ୟ ସରକାରଙ୍କ କାର୍ଯ୍ୟାଳୟ ଖୋଲା ରହିବ। ଏଭଳି ଘୋଷଣା କରିଛନ୍ତି ସରପଞ୍ଚ ସୁଶୀଲ କିଷାନ। ସେହିପରି ରଘୁନାଥପାଲି ପଞ୍ଚାୟତକୁ ୭ ଦିନ ପାଇଁ ସଟଡାଉନ ଘୋଷଣା କଲେ ଜିଲ୍ଲାପାଳ। ଏନେଇ ଝାରସୁଗୁଡା ଜିଲ୍ଲାପାଳ ସରୋଜ ସାମଲ ଟ୍ୱିଟ କରି ଦେଲେ ସୂଚନା ଦେଇଛନ୍ତି ।

   Related Posts