ବିଭିନ୍ନ ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ, ୩୪ ଗିରଫ

Published By : Prameya-News7 Bureau | November 03, 2020 IST

ପୁରୀ  ୦୩।୧୧: ପୁରୀ ଜିଲ୍ଲାରେ ଖୁଲମଖୁଲା ଜୁଆ ଖେଳ ଚାଲିଥିବା ବେଳେ ଆକ୍ସନ ମୋଡକୁ ଆସିଛି ପୋଲିସ। ବିଭିନ୍ନ ଜୁଆ ଆଡ୍ଡା ଉପରେ ଚଢାଉ କରି ୩୪ଜଣଙ୍କୁ ଗିରଫ କରିଛି ପୋଲିସ । ସମସ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି ।

ଖବର ଅନୁଯାୟୀ, ଗତ ୩୦ ତାରିଖରେ ପୁରୀ ସଦର ଚନ୍ଦନପୁର ପୋଲାଙ୍ଗତୋଟା ସହ ଉଆସ ଗ୍ରାମରେ ଜୁଆ ଖେଳ ଚାଲୁଥିବା ସହ ଜୁଆଡିଙ୍କ ଆଡ୍ଡା ଜମୁଥିବା ନେଇ ପ୍ରଥମେ ନ୍ୟୁଜ7 ରେ ଖବର ପ୍ରସାରଣ ହୋଇଥିଲା। ଏନେଇ ଚନ୍ଦନପୁର ଥାନା ପୋଲିସ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୧୯ ଜଣ ଜୁଆଡିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେହିପରି ରବିବାର ସଦର ଥାନା ଓ ବଳିଆ ପଣ୍ଡା ଥାନା ଅଞ୍ଚଳରେ ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୧୫ ଜଣଙ୍କୁ ପୋଲିସ ଗିରଫ କରିଥିଲା। ଦୁଇ ଦିନ ଭିତରେ ଜୁଆ ଖେଳ ନେଇ ବିଭିନ୍ନ ସ୍ଥାନରେ ଚଢାଉ କରି ପୋଲିସ ୩୪ ଜଣଙ୍କୁ  ଗିରଫ କରି କୋର୍ଟ ଚାଲାଣ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.