ସଚିବ ସ୍ତରକୁ ଉନ୍ନିତ ହେଲେ ୩୪ IAS ଅଫିସର, ଗୁଜୁରାଟ କ୍ୟାଡରରୁ ୬, ଜଣେବି ନାହାନ୍ତି ଓଡିଶା କ୍ୟାଡର

Published By : Prameya-News7 Bureau | April 13, 2020 IST

ନୂଆଦିଲ୍ଲୀ ୧୩।୪:  ଭାରତ ସରକାରଙ୍କର କ୍ୟାବିନେଟ୍ ଆପଏଣ୍ଟମେଣ୍ଟ କମିଟି ସୋମବାର ୨୮ ଜଣ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀଙ୍କୁ ସଚିବ ନିଯୁକ୍ତ କରିଛନ୍ତି। ଏହା ଛଡା ୬ ଜଣଙ୍କୁ ସଚିବଙ୍କ ସମକକ୍ଷ ଅଧିକାରୀ ପଦରେ ନିଯୁକ୍ତି ଦେଇଛନ୍ତି। ୧୯୮୭ ଓ  ୮୮ ବ୍ୟାଚ୍‌ର ଏହି ଆଇଏଏସ୍ ଅଫିସରଙ୍କ ମଧ୍ୟରେ ଗୁଜୁରାଟ କ୍ୟାଡରର ସର୍ବାଧିକ ୬ ଜଣ ଅଧିକାରୀ ଥିବା ବେଳେ ଓଡିଶାରୁ ଜଣେବି ଅଧିକାରୀଙ୍କୁ ଏଥିରେ ସ୍ଥାନ ମିଳିନଥିବା ଜଣାପଡିଛି।

{"id":253736,"width":574,"height":551,"sizeSlug":"large"}

ଏଥିରେ ପଶ୍ଚିମବଙ୍ଗ, ଝାରଖଣ୍ଡ, ପଞ୍ଜାବ, ଆନ୍ଧ୍ରପ୍ରଦେଶ, ହରିୟାଣା, କେରଳ, କର୍ଣ୍ଣାଟକ, ନାଗାଲ୍ୟାଣ୍ଡ, ଉତ୍ତରାଖଣ୍ଡ କ୍ୟାଡରର ଜଣେ ଲେଖାଏଁ ଆଇଏଏସ୍ ଅଫିସରଙ୍କୁ ସଚିବ ଓ ସମକକ୍ଷ ପଦରେ ନିଯୁକ୍ତ ହୋଇଛନ୍ତି। ସେହିପରି ତାମିଲନାଡୁ ଓ ଜମ୍ମୁ-କାଶ୍ମୀର କ୍ୟାଡରରୁ ୨ ଜଣ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର କ୍ୟାଡରରୁ ୩ ଜଣ ଲେଖାଏଁ ଆଇଏଏସ୍ ଅଫିସର ସଚିବ ସ୍ତରରେ ନିଯୁକ୍ତ ହୋଇଥିବା ବେଳେ ଗୁଜରାଟ କ୍ୟାଡରରୁ ଏକକାଳୀନ ୬ ଜଣ ନିଯୁକ୍ତ ହୋଇଛନ୍ତି।

{"id":253737,"sizeSlug":"large"}

ସୋମବାର ସନ୍ଧ୍ୟାରେ କ୍ୟାବିନେଟ୍ ନିଯୁକ୍ତି କମିଟି ଏହି ନିଯୁକ୍ତି ନେଇ ବିଜ୍ଞପ୍ତି ଜାରି କରିଥିବା ବେଳେ ୧୯୮୭ ବ୍ୟାଚ୍‌ର ୬ ଜଣ ଆଇଏଏସ୍ ଅଫିସର ସଚିବ ସ୍ତରକୁ ଉନ୍ନିତ ହୋଇଛନ୍ତି। ବାକି ୨୮ ଜଣ ୧୯୮୮ ବ୍ୟାଚ୍‌ର ଆଇଏଏସ୍ ଅଫିସର ବୋଲି ଜଣାପଡିଛି। ତେବେ ଏଥିରେ ଜଣେ ବି ଓଡିଶା କ୍ୟାଡରର ନଥିବା ବେଳେ ତାମିଲନାଡୁ କ୍ୟାଡରର ଜଣେ ଓ ଗୁଜରାଟ କ୍ୟାଡରର ଜଣେ ଓଡିଆ ଅଫିସର ଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.