ସୁସ୍ଥ ହେଲେ ୩୪ ଜଣ କରୋନା ଯୋଦ୍ଧା

Published By : Prameya-News7 Bureau | July 20, 2020 IST

ସୁନ୍ଦରଗଡ୨୦/୭: ସୁସ୍ଥ ହେଲେ ୩୪ କରୋନା ଯୋଦ୍ଧା। ସୁନ୍ଦରଗଡରେ ସୁସ୍ଥ ହେଲେ ୩୪ ଜଣ କରୋନା ସଂକ୍ରମିତ ପୋଲିସ କର୍ମଚାରୀ ।  ସୁସ୍ଥ ହୋଇ ବିଭିନ୍ନ ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଛନ୍ତି ଏହି ୩୪ କରୋନା ଯୋଦ୍ଧା ।  ଏନେଇ ଟ୍ବିଟ୍‌ ଯୋଗେ ସୂଚନା ଦେଲେ ସୁନ୍ଦରଗଡ଼ ଜିଲ୍ଲାପାଳ । ସମସ୍ତ ୩୪ କରୋନା ଯୋଦ୍ଧାଙ୍କୁ  ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ଫୁଲ ଏବଂ ଚକଲେଟ୍‌ ଦେଇ କରୋନା ଯୋଦ୍ଧାଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ବର୍ତ୍ତମାନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ି ଚାଲିଛି।

{"id":303042,"sizeSlug":"large"}

ବିଶେଷ କରି କରୋନା ମୁକାବିଲାରେ ଫ୍ରଣ୍ଟ ଲାଇନ୍‌ ଯୋଦ୍ଧା ହେଉଛନ୍ତି ଡାକ୍ତର, ନର୍ସ ଏବଂ ପୋଲିସ୍ କର୍ମଚାରୀ। ଏଭଳି ପରିସ୍ଥିତିରେ ରାଜ୍ୟରେ କିଛି ଡାକ୍ତର ଏବଂ ପୋଲିସ୍‌ କର୍ମଚାରୀ କରୋନା ଆକ୍ରାନ୍ତର ଶିକାର ହୋଇଛନ୍ତି। ସେହିପରି ସୁନ୍ଦରଗଡ଼ ଜିଲ୍ଳାରେ କରୋନା ଆକ୍ରାନ୍ତ ଥିବା ୩୪ ପୋଲିସ୍ କର୍ମଚାରୀ ଆଜି ସୁସ୍ଥ ହୋଇ ନିଜ ନିଜ ଘରକୁ ଫେରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.