Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||
  • ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ସବୁ ଦୋକାନ
  • ||

ରାୟବରେଲିରେ ଫୁଟିଲା କରୋନା ବମ୍, ୩୪ ନୂତନ ପଜିଟିଭ୍ ଚିହ୍ନଟ

21/04/2020 at 10:50 PM

ରାୟବରେଲୀ ୨୧।୦୪: ରାୟବରେଲୀରେ କରୋନା  ବୋମା ଏକା ସଙ୍ଗେ ଫୁଟିଛି। ସେଠାରେ ଏକ ସଙ୍ଗେ ୩୪ ନୂତନ କରୋନା ପଜିଟିଭ୍ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାର ରିପୋର୍ଟ ଆସିବା ମାତ୍ରେ ଜିଲ୍ଲା ପ୍ରଶାସନ ଓ ସ୍ଵାସ୍ଥ୍ୟ ବିଭାଗରେ ଚହଳ ପଡି ଯାଇଛି। ଏହାକୁ ମିଶାଇ ରାୟବରେଲୀରେ କରୋନା ପଜିଟିଭ୍ ସଂଖ୍ୟା ୩୬ରେ ପହଞ୍ଚିଛି। ପଜିଟିଭ୍ ଚିହ୍ନଟ ଅଧିକାଂଶ ରୋଗୀଙ୍କ ମଧ୍ୟରୁ ଅଧିକାଂଶ ସହାରନପୁରର ୨ ପଜିଟିଭ୍ ରୋଗୀଙ୍କ ସଂସ୍ପର୍ଶରେ ଆସିଥିଲେ। ଏହି ରୋଗୀଙ୍କୁ ରୋହନିଆର ଲେବଲ-୧ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ମିଡିଆ ସୂଚନା ଅନୁଯାୟୀ, ସେଠାରେ ଜଣେ ସ୍ଥାନୀୟ ଲୋକ ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରୋଗୀଙ୍କୁ ମୁଶିଗଞ୍ଜ ସ୍ଥିତ କୃପାଲ ଇନଷ୍ଟିଚ୍ୟୁୟଟ୍‌ରେ ତିଆରି ହୋଇଥିବା ଆଇସୋଲେସନ  ଓ୍ଵାର୍ଡରେ ରଖାଯାଇଥିଲା। ଏଠାରେ ମୋଟ୍ ୬୮ ଜମାତିଙ୍କୁ କ୍ଵାରେଣ୍ଟାଇନରେ ରଖାଯାଇଛି। ବାକି ଲୋକଙ୍କ ପୁନର୍ବାର ନମୂନା ମଗା ଯାଇଛି। ରୋହନିଆ ସାମୁଦାୟିକ କେନ୍ଦ୍ରରେ ନିର୍ମିତ ଲେବଲ ୧ ହସ୍ପିଟାଲରେ ୩୦ ଶଯ୍ୟାର ବ୍ୟବସ୍ଥା କରାଯାଇଛି।

   Related Posts