Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

କେରଳରେ ବନ୍ଧା ପଡିଛନ୍ତି ୩୪ ଓଡିଆ ଦାଦନ; ଉଦ୍ଧାର କରିବାକୁ ଭରସା ଦେଲେ ଶ୍ରମମନ୍ତ୍ରୀ

10/11/2018 at 5:31 PM

ଭୁବନେଶ୍ବର ୧୦|୧୧:  କେରଳରେ ବନ୍ଧା ପଡିଛନ୍ତି ୩୪ଜଣ ଦାଦନ । ରାୟଗଡା, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାରୁ ଯାଇଥିବା ଏହି ଶ୍ରମିକମାନେ କେରଳର ଆଲାପୁଝା ନିକଟ ଆରୁର୍‌ ସହରରେ ଥିବା ଏକ ଫୁଡ୍‌ ପ୍ରୋସେସିଂ କାରଖାନାରେ କାମ କରିବାକୁ ଯାଇଥିଲେ । ଏବେ ସେମାନେ ଘରକୁ ଫେରିବାକୁ ଚାହୁଁଥିଲେ ମଧ୍ୟ କମ୍ପାନୀର ଗୁଣ୍ଡାମାନେ ସେମାନଙ୍କୁ ବନ୍ଦୀକରି ରଖିଥିବା ଅଭିଯୋଗ କରିଛନ୍ତି ଏହି ଶ୍ରମିକଙ୍କ ପରିବାର । ସେମାନଙ୍କୁ ସେଠାରୁ କେମିତି ଉଦ୍ଧାର କରାଯାଇପାରିବ ସେ ନେଇ ରାଜ୍ୟ ଶ୍ରମ ବିଭାଗ ସହ ନ୍ୟୁଜ୍‌ ସେଭେନ୍‌ ଯୋଗାଯୋଗ କରିବା ପରେ ଘଟଣାର ତଦନ୍ତ ହେବ ବୋଲି କହିଛନ୍ତି ଶ୍ରମମନ୍ତ୍ରୀ ।

ସରୁନି ଦାଦନ ଦୁଃଖ । କେରଳରେ ବନ୍ଧା ପଡ଼ିଛି ୩୪ ଜୀବନ । ଓଡ଼ିଶାର ରାୟଗଡ଼ା, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାରୁ ଯାଇଥିବା ଏହି ଶ୍ରମିକମାନେ କେରଳର ଆରୁର୍‌ ସହରରେ ଥିବା ଏକ ଫୁଡ୍‌ ପ୍ରୋସେସିଂ ଫ୍ୟାକ୍ଟ୍ରିରେ କାମ କରୁଥିଲେ । ସେଠାରେ ଶ୍ରମିକଙ୍କ ମଜୁରୀକୁ ନେଇ ଗଣ୍ଡଗୋଳିଆ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏଭଳି ମାହୋଲରେ ଓଡ଼ିଶାର ଶ୍ରମିକମାନେ ଘରକୁ ଫେରିବାକୁ ବାହାରିଥିଲେ । ହେଲେ ଗତ ଗୁରୁବାର ରାତିରେ କାରଖାନା କର୍ତ୍ତୃପକ୍ଷଙ୍କ ଭଡ଼ାଟିଆ ଗୁଣ୍ଡା ଏହି ଶ୍ରମିକମାନଙ୍କୁ ମାଡ଼ ମାରିବା ସହ ବନ୍ଦୀ କରି ରଖିଥିବା ଅଭିଯୋଗ ହୋଇଛି । ଏମିତିକି ସେମାନଙ୍କ ପାଖରୁ ମୋବାଇଲ ଓ ଅନ୍ୟାନ୍ୟ ସାମଗ୍ରୀ ଛଡ଼ାଇନେଇଛନ୍ତି ସେମାନେ ।

ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଅମ୍ବାଦଳା ଅଂଚଳରୁ ଯାଇଥିବା କିଛି ଶ୍ରମିକଙ୍କ ଭିତରୁ ଜଣକ ପାଖରେ ଫୋନ୍‌ ଥିବାରୁ ସେ କୌଣସି ମତେ ସେଠାରୁ ନିଜ ପରିବାରକୁ ଜଣାଇଥିଲେ । ତା’ ପରେ ଯାଇ ପୂରା ଘଟଣା ପଦାକୁ ଆସିଥିଲା । ଏବେ ରାୟଗଡ଼ା ଜିଲ୍ଲାରୁ ଯାଇଥିବା ୧୬ଜଣ ଶ୍ରମିକଙ୍କ ପରିବାର ଚିନ୍ତାରେ ଅଛନ୍ତି ।

ପୂରା ଘଟଣା ନ୍ୟୁଜ୍‌ ସେଭେନ୍‌ ନଜରକୁ ଆସିବା ପରେ ରାଜ୍ୟ ଶ୍ରମମନ୍ତ୍ରୀଙ୍କ ସହ ଯୋଗଯୋଗ କରାଯାଇଥିଲା । ତେବେ ସେ ପୂରା ଘଟଣା ଶୁଣିବା ପରେ ତଦନ୍ତ  ନିର୍ଦ୍ଦେଶ ଦେବା ସହ ଶ୍ରମିକମାନଙ୍କୁ ତୁରନ୍ତ ଉଦ୍ଧାର କରିବାକୁ ଭରସା ଦେଇଛନ୍ତି । କେରଳକୁ ଏକ ଟିମ୍  ଯାଇ ସେଠାରେ ଥିବା ଓଡ଼ିଆ ଶ୍ରମିକମାନଙ୍କୁ ଉଦ୍ଧାର କରିବା ନିର୍ଦ୍ଦେଶ ଦେଇଛନ୍ତି ।

   Related Posts