ରାଜ୍ୟରେ ହାତୀ ଆକ୍ରମଣରେ ୩୩୮ ଜଣଙ୍କ ମୃତ୍ୟୁ, କୁମ୍ଭୀର ମାରିଛି ୧୦ ଜଣଙ୍କୁ
2/07/2019 at 1:02 PM

ଭୁବନେଶ୍ବର ୨|୭: ୨୦୧୫ରୁ ଏପର୍ଯ୍ୟନ୍ତ ରାଜ୍ୟରେ ହାତୀ ଉପଦ୍ରବରେ ମୋଟ୍ ୩୩୮ ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହିତ ୪୨ହଜାର ୬୪ ଏକର ଜମିରେ ଫସଲ ନଷ୍ଟ ହୋଇଛି । ସେହିପରି ଲୋକଙ୍କ ଆକ୍ରମଣରେ ୩୩୧ ଟି ହାତୀଙ୍କ ମୃତ୍ୟୁ ଘଟିଛି। ବିଧାନସଭାରେ ଏନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ ଆରୁଖ ଉତ୍ତର ରଖିଛନ୍ତି।
ସେହିପରି କୁମ୍ଭୀର ଆକ୍ରମଣରେ ୨୦୧୫ରୁ ଏପର୍ଯ୍ୟନ୍ତ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଲୋକଙ୍କ ଆକ୍ରମଣରେ ୧୭ଟି କୁମ୍ଭୀର ପ୍ରାଣ ହରାଇଛନ୍ତି। ତେବେ ବନ୍ୟଜୀବଙ୍କ ଦ୍ବାରା କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହେବା ସ୍ଥଳେ ସେମାନଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ଦିଆଯାଉଥିବା ସେ କହିଛନ୍ତି। ଏଥିସହିତ ସାଧାରଣ ଫସଲ ନଷ୍ଟ ପାଇଁ ଏକର ପିଛା ୧୦ ହଜାର ଏବଂ ଅର୍ଥକାରୀ ଫସଲ କ୍ଷେତ୍ରରେ ଏକର ପିଛା ୧୨ ହଜାର ଟଙ୍କାର ସହାୟତା ଦିଆଯାଇଥିବା ମନ୍ତ୍ରୀ ଗୃହକୁ ଅବଗତ କରିଛନ୍ତି।