Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ଖଣି ପରେ ଏବେ ପାଣି: ହଜାର ହଜାର କୋଟି ଟଙ୍କାର ଜଳକର ବାକି ରଖିଛନ୍ତି ୩୩୨ ଘରୋଇ ଓ ୮୨ ସରକାରୀ ସଂସ୍ଥା

17/12/2018 at 6:07 PM

ଭୁବନେଶ୍ବର ୧୭|୧୨: ମନ ଇଚ୍ଛା ପାଣି ଶୋଷୁଛନ୍ତି। ହେଲେ ଟଙ୍କା କାଢୁ ନାହାନ୍ତି । ମେକ୍ ଇନ୍ ଓଡ଼ିଶା ପରେ ଅପାର ଶିଳ୍ପର ସ୍ନପ୍ନ ଦେଖାଇଥିବା ଶିଳ୍ପସଂସ୍ଥାଙ୍କ ବାକି ପରିସଂଖ୍ୟାନ ଲାଗିଛି ନ୍ୟୁଜ୭ ହାତରେ । ହଜାର ହଜାର କୋଟି ଟଙ୍କାର ଜଳକର ବାକି ରଖିଛନ୍ତି ୩୩୨ ଘରୋଇ ଓ ୮୨ ସରକାରୀ ସଂସ୍ଥା ।

ଖଣି ପରେ ପାଣି । ବଡ଼ ବଡ଼ ଘରୋଇ ସଂସ୍ଥା ଲୁଟୁଛନ୍ତି ରାଜ୍ୟ ତହବିଲକୁ । ଓଡ଼ିଶାରେ ବିଭିନ୍ନ କମ୍ପାନି ଉପରେ ଯେତିକି ଜଳକର ବାକି ରହିଛି ଆପଣ ଶୁଣିଲେ କାନରେ ହାତ ଦେଇଦେବେ। ସୂଚନା ଅଧିକାର ବଳରେ ମିଳିଥିବା ତଥ୍ୟ ଏମିତି କିଛି କହୁଛି। ।  ୩୩୨ ଘରୋଇ ଓ ୮୨ ସରକାରୀ ସଂସ୍ଥା ଯେତିକି ଜଳକର ବାକି ରଖିଛନ୍ତି ସେଥିରେ ଶତାଧିକ ଗାଁକୁ ଜଳସେଚନ କରିହୋଇଯିବ । 

ଟାଟା ଷ୍ଟିଲ ଯୋଡ଼ା ପ୍ରକଳ୍ପ ଲାଗି ବ୍ୟବହାର କରିଥିବା ଜଳ ବାବଦରେ ୧୧୧କୋଟି ୮୬ ଲକ୍ଷ ଟଙ୍କା ବାକି ରଖିଛି। ଟାଟା ରିଫ୍ରାକ୍ଟୋରିଜ୍ ବେଲପାହାଡ ପ୍ରକଳ୍ପବାକି ରଖିଛି ୮୭ ଲକ୍ଷ । ଜୟପୁରର ସେୱା ପେପର ମିଲ୍୪୫୨ କୋଟି ୭୧ ଲକ୍ଷ, ଚୌଦ୍ୱାର ବଲ୍ଲାରପୁର ଇଣ୍ଡଷ୍ଟ୍ରିଜ ୩୦୫ କୋଟି, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଢେଙ୍କାନଳ ପ୍ରକଳ୍ପ ୨୮ କୋଟି ୭୧ ଲକ୍ଷ, ଜିନ୍ଦଲ ଷ୍ଟିଲ ଆଣ୍ଡପାୱାର ଲିମିଟେଡ ୫୪ କୋଟି ୯୩ ଲକ୍ଷ, ଭୂଷଣ ପାୱାର ଏଣ୍ଡ ଷ୍ଟିଲ ୫୫ କୋଟି ୧୮ ଲକ୍ଷ, ଭୂଷଣ ଷ୍ଟିଲ ଲିମିଟେଡ ୩୯ କୋଟି ୪୭ ଲକ୍ଷ, ଜେ.କେ. କରପୋରେସନ୍ ୬୪ କୋଟି ୯୫ ଲକ୍ଷ, ଆରତୀ ଷ୍ଟିଲ ୫୦ କୋଟି ୩୯ ଲକ୍ଷ । ବାକି ତାଲିକା ବେଶ୍ ଲମ୍ବା, ହେଲେ ଟଙ୍କା ଆଦାୟ ତାଲିକା ବେଶ୍ କମ୍ । 

ଖାଲି ଘରୋଇ ନୁହେଁ, ଖୋଦ୍ ସରକାରୀ ସଂସ୍ଥାବି କିଛି କମ୍ ନୁହେଁ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଶାଇ ୮୨ ସଂସ୍ଥା ବାକି ରଖିଛନ୍ତି ଜଳକର। ଦେଖି ଦିଅନ୍ତୁ ଏମାନଙ୍କ ବାକି ତାଲିକା । ଇଡକୋ କଳିଂଗନଗର ୧୬ କୋଟି ୩ ଲକ୍ଷ, ପ୍ରଜେକ୍ଟ ଅଫିସର- ସମଲେଶ୍ୱରୀ ଓପନ୍ କାଷ୍ଟ୍ ପ୍ରଜେକ୍ଟ ୬୦ କୋଟି ୮୨ ଲକ୍ଷ, ଏଠିବି ତାଲିକା ଲମ୍ବା । ସରକାରୀ ସଂସ୍ଥା ହିଁ ସରକାରଙ୍କ ବାକିଆ ରଖିଛନ୍ତି । ଏ ସ୍ଥିତି ଦେଖି ବିରୋଧୀ ସରକାରଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି । ଆଉ ସେପଟେ କିଛି ବି ଉତ୍ତର ରଖିବାକୁ ସଫା ସଫା ମନା କରିଦେଇଛନ୍ତି ଜଳସଂପଦ ମନ୍ତ୍ରୀ ନିରଞ୍ଜନ ପୂଜାରୀ । 

ଯେଉଁଠି ମହାନଦୀ ଶୁଖିଯାଉଛି ବୋଲି ରାଜନୀତି ହେଉଛି। ଯେଉଁଠି ଶିଳ୍ପ ପାଇଁ ମେକ୍‌ ଇନ୍‌ ଓଡିଶାର ପରିକଳ୍ପନା କେତେ କଣ ସେଠାରେ ଓଡ଼ିଶା ଭଳି ଗରିବ ରାଜ୍ୟକୁ ଲୁଟୁଛନ୍ତି କମ୍ପାନିମାନେ । 

   Related Posts