Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭୁବନେଶ୍ୱରରୁ ଆଉ ୩୩୨ କରୋନା ପଜିଟିଭ୍ ଚିହ୍ନଟ, ସ୍ଥାନୀୟ ସଂକ୍ରମିତ ୧୫୯

25/08/2020 at 6:23 PM

ଭୁବନେଶ୍ୱର, ୨୫|୦୮:  ଭୁବନେଶ୍ୱରରୁ ମଙ୍ଗଳବାର ୩୩୨ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାସହ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୭୯୩୧ରେ ପହଁଚିଛନ୍ତି ।

ମଙ୍ଗଳବାର ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୧୭୩ଜଣ ରହିଥିବା ବେଳେ ସ୍ଥାନୀୟ ସଂକ୍ରମିତ ହେଉଛନ୍ତି ୧୫୯ । ଏହାସହ ୧୬୩ଜଣ ଆରୋଗ୍ୟ ଲାଭ କରିଛନ୍ତି ।

ସୂଚନାଯୋଗ୍ୟ, ରାଜଧାନୀରେ ଏବେସୁଦ୍ଧା ୭୯୩୧ଟି ପଜିଟିଭ୍ କେସ୍ ସାମ୍ନାକୁ ଆସିଥିବା ବେଳେ ୪୭୨୬ଜଣ ଆରୋଗ୍ୟ ଲାଭ କରିଛନ୍ତି । ସେହିପରି ୩୪ଜଣ ପ୍ରାଣ ହରାଇଥିବା ବେଳେ ୩୧୬୨ଟି ସକ୍ରିୟ କେସ୍ ରହିଛି ।

   Related Posts