Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଗଣେଶ ଆଚାର୍ଯ୍ୟଙ୍କ ନାଁରେ ପୁଣି ଅଭିଯୋଗ : ମହିଳା କୋରିଓଗ୍ରାଫରଙ୍କୁ ଜବରଦସ୍ତି ଦେଖାଉଥିଲେ ଆଡଲ୍ଟ ଭିଡିଓ

28/01/2020 at 3:21 PM

ମୁମ୍ବାଇ ୨୮/୧: କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟ କିଛି ଦିନ ହେବ ନକରାତ୍ମକ ଖବରକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏବେ ଗଣେଶ ଆଚାର୍ଯ୍ୟଙ୍କ ବିରୋଧରେ ୩୩ବର୍ଷ ବୟସ୍କା ଜଣେ ମହିଳା କୋରିଓଗ୍ରାଫର ମହାରାଷ୍ଟ୍ରର ଅମ୍ବୋଲି ପୋଲିସ୍ ଷ୍ଟେସନରେ ମାମଲା ରୁଜୁ କରିଛନ୍ତି। ମହିଳାଙ୍କ କହିବା ଅନୁସାରେ ଗଣେଶ ଆଚାର୍ଯ୍ୟ ତାଙ୍କୁ ଜବରଦସ୍ତି ଆଡଲ୍ଟ ଭିଡିଓ ଦେଖିବାକୁ ବାଧ୍ୟ କରିଥିଲେ।

ନିଜ ଅଭିଯୋଗର କପିରେ ମହିଳା ଲେଖିଥିଲେ ଯେ ଯେବେଠାରୁ ସେ ଗଣେଶ ଆଚାର୍ଯ୍ୟ ଇଣ୍ଡିଆନ ଫିଲ୍ମ ଆଣ୍ଡ ଟେଲିଭିଜନ୍ କୋରିଓଗ୍ରାଫର୍ସ ଆସୋସିଏସନର ଜେନେରାଲ୍ ସେକ୍ରେଟାରୀ ହୋଇଛନ୍ତି ସେବେଠୁ ଗଣେଶ ତାଙ୍କୁ ହଇରାଣ କରୁଛନ୍ତି। ତାଙ୍କ କଥା ନମାନିବାରୁ ସେ ତାଙ୍କୁ ହଇରାଣ କରିବା ଆରମ୍ଭ କରିଥିଲେ। ଗଣେଶ ଆଚାର୍ଯ୍ୟ ତାଙ୍କ ଶକ୍ତିର ଅପବ୍ୟବହାର କରି ତାଙ୍କୁ ଆସୋସିଏସନରୁ ବାହାର କରି ଦେଇଥିଲେ।

ମହିଳା ଆହୁରି ମଧ୍ୟ କହିଥିଲେ ଯେ ଗଣେଶ ଆଚାର୍ଯ୍ୟ ତାଙ୍କୁ ନିଜ ଆସିଷ୍ଟାଣ୍ଟ ହେବାକୁ କହିଥିଲେ କିନ୍ତୁ ସେ ମନା କରି ଦେଇଥିଲେ। ସେ ଯେତେବେଳେ ଅଫିସକୁ ଯାଉଥିଲେ ସେ ସବୁବେଳେ ଆଡଲ୍ଟ ଭିଡିଓ ଦେଖୁଥିଲେ ଏବଂ ତାଙ୍କୁ ଆଡଲ୍ଟ ଭିଡିଓ ଦେଖିବାକୁ ବାଧ୍ୟ କରୁଥିଲେ।

ଏହା ପୂର୍ବରୁ ସିନେ ଡ୍ୟାନ୍ସର ଆସୋସିଏସନର ସଦସ୍ୟ ଏବଂ ବ୍ରାଣ୍ଡ ଆମ୍ବାସାଡର ସରୋଜ ଖାନ୍ ତାଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ ଯେ ସେ ନିଜ ପଦର ଅପବ୍ୟବହାର କରି ଡ୍ୟାନ୍ସରଙ୍କୁ ଭ୍ରମିତ କରୁଛନ୍ତି ଏବଂ ସିଡିଏ ଭଳି ପୁରୁଣା ଆସୋସିଏସନକୁ ବଦନାମ କରିବା ପାଇଁ ସେ ଅଲ୍ ଇଣ୍ଡିଆ ଫିଲ୍ମ ଟେଲିଭିଜନ୍ ଇଭେଣ୍ଟସ୍ ଡ୍ୟାନ୍ସର ଆସୋସିଏସନ ସ୍ଥାପିତ କରିଛନ୍ତି।

   Related Posts