Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଭାରତୀୟ ସଂସ୍କୃତି ଓ ଯୋଗ ଟାଣିଆଣିଲା ସ୍ୱିଜରଲ୍ୟାଣ୍ଡରୁ ଭାରତ: ୧୮ ଦେଶ ୬୫୦୦ କିଲୋମିଟର ପଦଯାତ୍ରା କରି ଆସିଲେ ହରିଦ୍ୱାର

22/04/2021 at 12:22 PM

ଶିମଲା ୨୨/୦୪ : ଦୁନିଆ ବହୁତ ଛୋଟ, ବାସ ଧାର୍ଯ୍ୟ ଓ ସାହସ ବଡ ହେବା ଦରକାର। ଏହାର ଜ୍ୱଳନ୍ତ ଉଦାହରଣ ହେଲେ ବେନ୍ ବାବା। ଲମ୍ବା ଲମ୍ବା ଚୁଟି, ଶରୀରରେ ଗେରୁଆ ବସ୍ତ୍ର ଓ ଅଣ୍ଟାରେ ବନ୍ଧା ହୋଇଛି ଆସନ ଓ ଢାଳ। ବୟସ ୩୩ ବର୍ଷ। ଏମିତି ବେନ୍ ବାବାଙ୍କ ବେଶଭୂଷା। ବେନ୍ ବାବା ସ୍ୱିଜରଲ୍ୟାଣ୍ଡରୁ ଭାରତ ଆସିଛନ୍ତି। ହରିଦ୍ୱାର କୁମ୍ଭ ମେଳାରେ ଦୁଇ ସପ୍ତାହ ରହିବା ପରେ ବେନ ବାବା ଏବେ ଶିମଲାରେ ପହଞ୍ଚିଛନ୍ତି। ଭାରତୀୟ ସଂସ୍କୃତି, ସନାତନ ଧର୍ମ ଓ ଯୋଗରୁ ପ୍ରଭାବିତ ହୋଇ ବେନ ବାବା ପାଞ୍ଚ ବର୍ଷରେ ପାଖାପାଖି ୬୫୦୦ କିଲୋମିଟର ଚାଲି ଚାଲି ଯାତ୍ରା କରି ହରିଦ୍ୱାରରେ ପହଞ୍ଚିଥିଲେ। ହରିଦ୍ୱାର କୁମ୍ଭରେ ଗଙ୍ଗା ସ୍ନାନ କରିବା ପରେ ସେ ଶିମଲାରେ ପହଞ୍ଚିଛନ୍ତି। ୩୩ ବର୍ଷୀୟ ବେନ ବାବା ପେଶାରେ ୱେବ ଡିଜାଇନର ଥିଲେ। ସ୍ୱିଜରଲ୍ୟାଣ୍ଡରେ ସେ ଘଣ୍ଟାକୁ ୧୦ ୟୁରୋ ରୋଜଗାର କରୁଥିଲେ। ତାଙ୍କ ପାଖରେ ଘର, ଗାଡି ସବୁକିଛି ଥିଲା କିନ୍ତୁ ଶାନ୍ତି ନଥିଲା। ସ୍ୱିଜରଲ୍ୟାଣ୍ଡର ସେହି ଅଏସ-ଆରାମ ଜୀବନ ଛାଡି ଅଧ୍ୟାତ୍ମ ଓ ଯୋଗ ଆଡକୁ ମୁହାଁଇଥିଲେ ବେନ ବାବା।

ସେ ଭାରତୀୟ ସଂସ୍କୃତି ଓ ଯୋଗ ସମ୍ପର୍କରେ ପଢିଲେ ଓ ଆଧ୍ୟାତ୍ମିକ ପଥରେ ଆଗକୁ ବଢିବାକୁ ସ୍ୱିଜରଲ୍ୟାଣ୍ଡ ଛାଡିଦେଲେ। ସେ କହିଛନ୍ତି ଟଙ୍କା ଦେଇ କେବେ ବି ଖୁସି କିଣି ହୁଏନା। ସେଥିପାଇଁ ସେ ଆଗକୁ ଆଧ୍ୟାତ୍ମିକ ଜୀବନ ବିତାଇବାକୁ ଚାହାନ୍ତି। ହିମାଚନ ଧର୍ମଶାଳାର ମ୍ୟାକଲୋଡଗଞ୍ଜ ତାଙ୍କର ସ୍ଥାୟୀ ଠିକଣା।

ବେନ ବାବା କୁହନ୍ତି ଯେ ୟୁରୋପରେ ପଇସା ବହୁତ ଅଛି, ଲଗ୍ଜରି ଜୀବନ ଅଛି କିନ୍ତୁ ଖୁସି ନାହିଁ, ମାନସିକ ଶାନ୍ତି ନାହିଁ | ଖୁସି ତ ଯୋଗ ଓ ଧ୍ୟାନରୁ ମିଳିଥାଏ। ବେନ ବାବା ଦରିଦ୍ର, ତାଙ୍କ ପାଖରେ ନା ଟଙ୍କା ଅଛି ନା ଠିକଣା। ଚାଲି ଚାଲି ଯାତ୍ରା କରନ୍ତି। ଯେଉଁଠି ଥକି ଯାଆନ୍ତି ସେଠାରେ ଶୋଇ ପଡନ୍ତି। ମନ୍ଦିର, ଗୁରୁଦ୍ୱାରା, ଆଶ୍ରମ, ସ୍କୁଲ ଯେଉଁଠି ହେଲେ ବି ରାତି କାଟି ଦିଅନ୍ତି।

ଅନେକଥର ସେ ଜଙ୍ଗଲ ଓ ଫୁଟପାଥରେ ଖୋଲା ଆକାଶ ତଳେ ମଧ୍ୟ ରାତି ବିତାଇଛନ୍ତି। ଯାତ୍ରା ସମୟରେ ରାସ୍ତାରେ ଖାଇବାକୁ ଯିଏ ଯାହା ଦେଲେ ସେତିକି ଖାଇ ପ୍ରସନ୍ନ ହୋଇଯାନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଲେ ସେ ଶୁଦ୍ଧ ହିନ୍ଦୀ କହିପାରନ୍ତି। ସେ ବହି ପଢି ହିନ୍ଦୀ ଶିଖିଛନ୍ତି ବୋଲି କୁହନ୍ତି। ଗାୟତ୍ରୀ ମନ୍ତ୍ର ଓ ଗଙ୍ଗା ଆଳତୀ କଣ୍ଠସ୍ଥ ମନେରଖିଛନ୍ତି। ସେ ଅନେକ ସମୟରେ ଗଙ୍ଗା କୂଳରେ ନଜର ଆସନ୍ତି। ବେନ ଗାୟତ୍ରୀ ମନ୍ତ୍ର ଜପ କରିବା ଓ ଗଙ୍ଗା ଆଳତୀ କରୁଥିବା ଦେଖି ଶ୍ରଦ୍ଧାଳୁ ମଧ୍ୟ ଆଚମ୍ବିତ ହୋଇଯାନ୍ତି।

ବେନ କହିଛନ୍ତି ଯେ ସେ ଚାଲି ଚାଲି ୧୮ ଦେଶ ବୁଲିଛନ୍ତି। ୧୮ ଦେଶ ବୁଲିବା ପରେ ସେ ଭାରତରେ ପହଞ୍ଚିଛନ୍ତି। ଯେଉଁ ଦେଶର ସୀମା ଆସିବାର ଥାଏ ସେ ତ ପୂର୍ବରୁ ହିଁ ଭିସା ଆପ୍ଲାଏ କରିଦେଇଥାନ୍ତି। ସେ ଅର୍ମନୀୟା, ଚୀନ, ଇରାନ, ଋଷ, ଜର୍ଜିଆ, ୟୁରୋପର ଅନେକ ଦେଶ ଯାତ୍ରା କରିଛନ୍ତି। ସେ ପାସପୋର୍ଟ ଜରିଆରେ ଏହିସବୁ ଦେଶ ବୁଲି ଭାରତରେ ପହଞ୍ଚିଛନ୍ତି। ହିମାଚଳ କାଙ୍ଗଡାରୁ ୨୫ ଦିନ ଚାଲି ଚାଲି ଯାତ୍ରା କରି ସେ ହରିଦ୍ୱାରରେ ପହଞ୍ଚିଥିଲେ। ବେନ୍ କହିଛନ୍ତି ତାଙ୍କ ପାଖରେ କିଛି ବି ନାହିଁ, ସେ ଦରିଦ୍ର। ସେ କେବଳ ଯୋଗ ଓ ଧ୍ୟାନ କରନ୍ତି। ସେଥିରେ ତାଙ୍କୁ ଶାନ୍ତି ମିଳେ।

   Related Posts