ଜନ୍ମଦିନ ପାଳନ କରିବାକୁ ବୟଫ୍ରେଣ୍ଡ ସହ ହୋଟେଲରେ ରହିଥିଲେ ମହିଳା : ଧାରୁଆ ଅସ୍ତ୍ରରେ ଗଳା କାଟି ହତ୍ୟା କଲା ବୟଫ୍ରେଣ୍ଡ

Published By : Prameya-News7 Bureau | November 13, 2019 IST

ନୂଆଦିଲ୍ଲୀ ୧୩/୧୧:  ଦିଲ୍ଲୀର ଅଲିପୁର ଅଞ୍ଚଳରେ ଥିବା ହୋଟେଲରୁ ଜଣେ ମହିଳା(୩୩)ଙ୍କ ହତ୍ୟା ଘଟଣା ସାମନାକୁ ଆସିଛି। ଏହି ଘଟଣାର ଅଭିଯୁକ୍ତ ହେଉଛି ମହିଳାଙ୍କ ବୟଫ୍ରେଣ୍ଡ।

ସୂଚନା ଅନୁଯାୟୀ ଖେରା କଲାନରେ ରହୁଥିବା ମହିଳା ତାଙ୍କ ବୟଫ୍ରେଣ୍ଡ ବିକ୍କି ମାନ(୨୧)ଙ୍କ ସହ ହୋଟେଲରେ ଜନ୍ମଦିନ ପାଳନ କରିବା ପାଇଁ ସୋମବାର ରହିଥିଲେ। ସୂଚନା ଅନୁଯାୟୀ, ଉଭୟଙ୍କ ମଧ୍ୟରେ ମଦ ପିଇବାକୁ ନେଇ ଝଗଡ଼ା ହୋଇଥିଲା।

ପୋଲିସଙ୍କ କହିବାନୁସାରେ ମଦ ପିଇବାକୁ ନେଇ ଆରମ୍ଭ ହୋଇଥିବା ଝଗଡ଼ାରେ ବିକ୍କି ମାନ ମହିଳାଙ୍କ ବେକରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା। ମହିଳା ବେହୋଶ ହୋଇଯିବାରୁ ସେ ତାଙ୍କୁ ହୋଟେଲ ରୁମରେ ଛାଡ଼ି ଫେରାର ହୋଇଯାଇଥିଲା। ହୋଟେଲ୍ କର୍ମଚାରୀମାନେ ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ କିନ୍ତୁ ଡାକ୍ତରମାନେ ତାଙ୍କୁ ମୃତ ଘୋଷିତ କରିଥିଲେ।

ଅଭିଯୁକ୍ତ ବିରୋଧରେ ହତ୍ୟା ମାମଲା ରୁଜୁ କରାଯାଇ ତାକୁ ଗିରଫ କରାଯାଇଛି। ପଚରାଉଚୁରା ସମୟରେ ସେ ଭୁଲରେ ମହିଳାଙ୍କୁ ହତ୍ୟା କରିଥିବା କଥା ସ୍ବୀକାର କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.