କେନ୍ଦ୍ରାପଡା ମହିଳା ସମାବେଶରେ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା ; ଓଡିଶାରୁ ୩୩ପ୍ରତିଶତ ମହିଳା ସଂସଦକୁ ଯିବେ

Published By : Prameya-News7 Bureau | March 10, 2019 IST

କେନ୍ଦ୍ରାପଡା ୧୦|୩ : ଓଡିଶାରୁ ୩୩ ପ୍ରତିଶତ ମହିଳା ସଂସଦକୁ ଯିବେ ।  କେନ୍ଦ୍ରାପଡା ସିଦ୍ଧମଠ ପଡ଼ିଆରେ ମିଶନ ଶକ୍ତି କାର୍ଯ୍ୟକ୍ରମରେ  ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି ।  ମହାସମାବେଶରେ ସାମିଲ ହୋଇ କେନ୍ଦ୍ରାପଡାରେ ମିଶନ ଶକ୍ତି ଭବନ ଭବନ ନିର୍ମାଣ ପାଇଁ ୧ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ମହିଳା ସଶକ୍ତିକରଣ କ୍ଷେତ୍ରରେ ଓଡିଶା, ସାରା ଭାରତକୁ ବାଟ ଦେଖାଇଛି । ମହିଳା ସଶକ୍ତିକରଣ ପାଇଁ ଜାତୀୟ ଦଳ ଯାହା କହୁଛନ୍ତି, ତାହା ପାଳନ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମହିଳାଙ୍କ ସଂରକ୍ଷଣ ପ୍ରସଙ୍ଗ ନେଇ ଦେଶର ଅନ୍ୟ ରାଜନୈତିକ ଦଳଗୁଡିକ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ।  ଅଧିକାଂଶ ଦଳ ଏହାକୁ ସମର୍ଥନ କରିଥିବା  ନବୀନ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, କେନ୍ଦ୍ରାପଡାର ମାଟି ବିଜୁ ବାବୁଙ୍କ ମାଟି । ୧୯୯୦ରେ ବିଜୁ ବାବୁ ସାରା ଭାରତକୁ ବାଟ ଦେଖାଇଥିଲେ ।

{"id":92140}

କାର୍ଯ୍ୟକ୍ରମ ଅବସରରେ ମାଛ ଚାଷ କରୁଥିବା କିଛି ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ସମ୍ମାନିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ ବ୍ଲକ ସ୍ତରୀୟ ମହାସଂଘମାନଙ୍କୁ ୨୫ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରିଛନ୍ତି ନବୀନ । ମାସକ ଭିତରେ ଏହା ନବୀନଙ୍କ ଦ୍ବିତୀୟ କେନ୍ଦ୍ରାପଡା ଗସ୍ତ । ମିଶନ ଶକ୍ତି ମହିଳା ସମାବେଶରେ ଲକ୍ଷାଧିକ ମହିଳା ଯୋଗ ଦେଇଥିଲେ ।

କେନ୍ଦ୍ରାପଡା ବାରୋ ସିଦ୍ଧମଠ ପଡ଼ିଆରେ ମିଶନ ଶକ୍ତି ମହିଳା ସମାବେଶରେ ଯୋଗଦେଇଛନ୍ତି ନବୀନ । ଏହି ସମାବେଶରେ ଲକ୍ଷାଧିକ ମହିଳା ଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନଜରରେ ରଖି ପ୍ରାୟ ୨୫ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.