ବରଗଡ଼ରୁ ଆଜି ୩୩ ନୂଆ କରୋନା ପଜିଟିଭ୍‌ ଚିହ୍ନଟ : କଟାପଲୀ ଗାଁ ପାଲଟିଛି ଏବେ ହଟସ୍ପଟ, ୧୦୫ ଛୁଇଁଲାଣି ଗାଁରେ ଆକ୍ରାନ୍ତଙ୍କ ସଂଖ୍ୟା

Published By : Prameya-News7 Bureau | July 06, 2020 IST

ବରଗଡ଼ ୦୬।୦୭: ବରଗଡ଼ କଟାପାଲି ଗାଁ ଏବେ କରୋନା ପାଇଁ ଜିଲ୍ଲାର ହଟସ୍ପଟ ପାଲଟିଛି । ବରଗଡ଼ ଜିଲ୍ଲାରେ ଆଜି ପୁଣି ୩୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୬ ଜଣ ପୁରୁଷ ଓ ୧୭ ଜଣ ମହିଳା । ସମସ୍ତ ଆକ୍ରାନ୍ତ ବରଗଡ଼ ବ୍ଲକ ଅନ୍ତର୍ଗତ କଟାପାଲି ଗ୍ରାମର ବୋଲି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ସୂଚନା ଦେଇଛନ୍ତି।

୫୨୦୫ ଜନସଂଖ୍ୟା ବିଶିଷ୍ଟ କଟାପାଲି ଗ୍ରାମରେ ଆକ୍ରାନ୍ତଙ୍କ ସଂଖ୍ୟା କେବଳ ୧୦୫ରେ ପହଞ୍ଚିଛି। ସେହିପରି ବର୍ତ୍ତମାନ ସୁଦ୍ଧା ଜିଲାରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬୬କୁ ଛୁଇଁଛି। ଅନ୍ୟପଟେ କଟାପାଲି ଗ୍ରାମରେ ଏପର୍ଯ୍ୟନ୍ତ ୧୩୯୭ ଜଣଙ୍କ ସ୍ବାବ୍‌ ନମୁନା ପରୀକ୍ଷା ହୋଇସାରିଛି। ତେବେ ଗତମାସ ୧୬ ତାରିଖରୁ କଟାପାଲି କଣ୍ଟେନ୍‌ମେଣ୍ଟ୍‌ ଜୋନ ଘୋଷଣା ହୋଇଥିବା ବେଳେ ଏଠାରେ ଏଭଳି ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ଅଞ୍ଚଳବାସୀଙ୍କ ଚିନ୍ତା ବଢ଼ାଇ ଦେଇଛି।

ସେହିପରି ବରଗଡ଼ ଜିଲ୍ଲାରେ ଵର୍ତମାନ ପର୍ଯ୍ୟନ୍ତ ପଜିଟିଭ ଚିହ୍ନଟ ହୋଇଥିବା ୧୬୬ ଜଣଙ୍କ ମଧ୍ୟରୁ ୬୭ ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି । ବର୍ତ୍ତମାନ ପର୍ଯ୍ୟନ୍ତ ୯୮ ଜଣ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ କଟାପାଲି ରେ ଧୀରେ ଧୀରେ ସ୍ଥିତି ବିଗିଡିବାକୁ ଲାଗିଥିବ ବେଳେ ସେମାନଙ୍କ ପାଇଁ ସରକାରୀ ସ୍ଥରରେ ଅବହେଳା ପାଇଁ ଅସନ୍ତୋଷ ଦେଖିବାକୁ ମିଳିଛି । ଜନସାଧାରଣ ମଧ୍ୟ କରୋନା କଟକଣାକୁ ଠିକ ହିସାବରେ ନିୟମ ମାନୁନଥିବା , ଯାହାକି ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢି ଚାଲିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.