ଟ୍ରକ୍ ଉପରେ ଛିଡି ପଡିଲା ୩୩ କେଭି ବିଦ୍ୟୁତ୍ ତାର, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର

Published By : Prameya-News7 Bureau | October 08, 2019 IST

ପାରାଦୀପ ୮।୧୦: ପାରାଦୀପ ଲକ୍ ଥାନା ଅନ୍ତର୍ଗତ କାଠଗଡା ନିକଟରେ ୩୩ କେଭି ବିଦ୍ୟୁତ୍ ଖୁଣ୍ଟରୁ ତାର ଛିଡି ଟ୍ରକ ଉପରେ ପଡିଛି । ଫଳରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଡ୍ରାଇଭର ଓ ହେଲପର। କାଠଗଡା ନିକଟରେ ଟ୍ରକ୍ ଟି ଛିଡା ହୋଇଥିବା ବେଳେ ସେହି ରାସ୍ତା ଦେଇ ଯାଇଥିବା ୩୩ କେଭି ବିଦ୍ୟୁତ ତାର ଖୁଣ୍ଟରୁ କୌଣସି ପ୍ରକାରରେ ଛିଡି ଟ୍ରକ୍ ଉପରେ ପଡିଥିଲା ଯାହା ଫଳରେ ଟ୍ରକ୍ ର ଚକା ଫାଟିଯାଇଥିଲା ।

{"id":167467}

ତେବେ ଜୋରରେ ଶବ୍ଦ ହେବାରୁ ଟ୍ରକ୍ ରେ ଶୋଇଥିବା ଡ୍ରାଇଭର ଓ ହେଲପର ଟ୍ରକ୍ ରୁ ଓହ୍ଲାଇ ପଡିଥିଲେ। ଏହି ଘଟଣା ଗତକାଲି ବିଳମ୍ବିତ ରାତିରେ ଘଟିଥିବା ବେଳେ ଘଟଣା ସ୍ଥଳରେ ବିଦ୍ୟୁତ୍ କର୍ମଚାରୀ ପହଞ୍ଚି ବିଦ୍ୟୁତ୍ କାଟ କରିବା ସହ ଖୁଣ୍ଟରୁ ଛିଡି ଯାଇଥିବା ତାରକୁ ସଜାଡିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.