ଚେନ୍ନାଇରୁ ଡଙ୍ଗାରେ ଫେରିଲେ ୩୩ ମତ୍ସ୍ୟଜୀବୀ, ସମସ୍ତଙ୍କୁ କ୍ବାରେଣ୍ଟାଇନ୍‌ରେ ରଖାଗଲା

Published By : Prameya-News7 Bureau | April 28, 2020 IST

ଖଲ୍ଲିକୋଟ ୨୮।୦୪: ପୁଣି ଚେନ୍ନାଇରୁ ଜଳପଥ ଦେଇ ଡଙ୍ଗାରେ ଫେରିଲେ ୩୩ ଜଣ ମତ୍ସ୍ୟଜୀବୀ । ଗତକାଲି ବିଳମ୍ବିତ ରାତିରେ ଡଙ୍ଗା କିଣି ୩୩ ଜଣ ମତ୍ସ୍ୟଜୀବୀ ଚେନ୍ନାଇରୁ ଗଞ୍ଜାମର ଆର୍ଯ୍ଯାପଲ୍ଲୀକୁ ଫେରିଛନ୍ତି । ଫେରିଥିବା ମତ୍ସ୍ୟଜୀବୀଙ୍କ ମଧ୍ୟରୁ ଆନ୍ଧ୍ରପ୍ରଦେଶ ଡଙ୍କୁରୁ ଅଞ୍ଚଳର ୨ଜଣ, ପୁରୀ ଜିଲ୍ଲାର ଜଣେ ଏବଂ ୩୦ ଗଞ୍ଜାମ ଜିଲ୍ଲାର ୩୦ ଜଣ ଅଛନ୍ତି। ତେବେ ସେମାନଙ୍କ ମଧ୍ୟରେ କେବଳ ସାନ ଆର୍ଯ୍ୟାପଲ୍ଲୀ ଅଞ୍ଚଳରୁ ୨୧ ଜଣ ମତ୍ସ୍ୟଜୀବୀ ଅଛନ୍ତି। ସେମାନେ ସମୁଦ୍ର ଜେଟି ନିକଟରେ ପହଞ୍ଚିବା ପରେ ପୂର୍ବରୁ ପ୍ରଶାସନ ସୂଚନା ପାଇଥିଲା ।

{"id":261210,"sizeSlug":"large"}

ସେମାନଙ୍କୁ ଉଦ୍ଧାର କରି ଆର୍ଯ୍ୟାପଲ୍ଲୀ ସ୍କୁଲ ନିକଟରେ କରାଯାଇଥିବା କ୍ବାରାଣ୍ଟାଇନ କେନ୍ଦ୍ରରେ ରଖାଯାଇଛି । ମତ୍ସ୍ୟଜୀବୀ ମାନେ ୧୪ ଦିନ କ୍ବାରାଣ୍ଟାଇନ୍ ରେ ରହିବେ । ଏହି ମତ୍ସ୍ୟଜୀବୀ ମାନେ କିଛି ମାସ ହେଲା ଚେନ୍ନାଇକୁ କାମ କରିବାକୁ ଯାଇଥିଲେ । ସେହିପରି ପାତିସୋନାପୁର ଠାରେ ଏକ ବୋଟ ଯୋଗେ ୩୯ ଜଣ ମତ୍ସ୍ୟଜୀବୀ ଫେରିଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ କ୍ବାରାଣ୍ଟାଇନରେ ରଖାଯାଇଥିଲା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.