Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଓଭରବ୍ରିଜ୍‌ରୁ ୩୦ଫୁଟ ତଳକୁ ଖସିଲା କାର୍, ଦୁର୍ଘଟଣାରେ ଗାଡି ଭାଙ୍ଗିରୁଜି ଚୁରମାର୍
  • ||
  • ଶନିବାର ଏହି ସବୁ ଜିଲ୍ଲାରେ ବର୍ଷା : ବଢିବ ତାପମାତ୍ରା, କମିବ ଶୀତ
  • ||
  • ଭୟଙ୍କର ଦୁର୍ଘଟଣା : ମହାନଦୀ ପୋଲରେ ବୋଲେରୋକୁ ପିଟିଲା ଟ୍ରକ୍, ୫ ମୃତ
  • ||

ସାଇକୃପା ଆବାସିକ କଲେଜରୁ ୩୩ କରୋନା ଆକ୍ରାନ୍ତ ଚିହ୍ନଟ, ୧୦ଦିନ ପର୍ଯ୍ୟନ୍ତ କୁଞ୍ଜକାନ୍ତ କଣ୍ଟନମେଣ୍ଟ ଜୋନ ଘୋଷଣା

1/12/2021 at 10:42 PM

ଢେଙ୍କାନାଳ,|: ଢେଙ୍କାନାଳ ସହରରେ ଆଜି ଗୋଟିଏ ଦିନରେ ଏକ ଘରୋଇ ଆବାସିକ ମହାବିଦ୍ୟାଳୟରୁ ୩୩ଜଣ ଛାତ୍ରଛାତ୍ରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ଯାହାକୁ ନେଇ ସାରା ସହରାଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ତେବେ ସହରର କୁଞ୍ଜକାନ୍ତ ସ୍ଥିତ ସାଇକୃପା ଆବାସିକ କଲେଜରେ ପଢ଼ୁଥିବା ୩୩ଜଣ ଛାତ୍ରଛାତ୍ରୀମାନଙ୍କ ରିପୋର୍ଟ ପଜିଟିଭ ଆସିଛି ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସ୍ୱୀକାର କରିଛନ୍ତି

ଗତ ଦୁଇଦିନ ତଳେ କଲେଜର ୪ଜଣ ଛାତ୍ରଛାତ୍ରୀ କରୋନାରେ ପୀଡିତ ହୋଇଥିବା ବେଳେ ଆଜିର ରିପୋର୍ଟ ଜିଲ୍ଲା ପ୍ରଶାସନର ମୁଣ୍ଡ ବ୍ୟଥାର କାରଣ ପାଲଟିଛି ଆସନ୍ତା ଡିସେମ୍ବର ୧୦ ରାତି ପର୍ଯ୍ୟନ୍ତ ସମସ୍ତ କୁଞ୍ଜକାନ୍ତ ଅଞ୍ଚଳକୁ ଜିଲ୍ଲା ପ୍ରଶାସନ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି

   Related Posts