ଜଗତସିଂହପୁର ଜିଲ୍ଲାରେ ୩୩ କରୋନା ପଜିଟିଭ୍ ଚିହ୍ନଟ, ୧୩୦ରେ ପହଞ୍ଚିଲା ସଂକ୍ରମିତଙ୍କ ସଂଖ୍ୟା

Published By : Prameya-News7 Bureau | June 10, 2020 IST

ଜଗତସିଂହପୁର ୧୦।୬: ଜଗତସିଂହପୁର ଜିଲ୍ଲାରେ ବୁଧବାର ପୁଣି ୩୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ୩୩ ଜଣଙ୍କୁ ମିଶାଇ ଜିଲ୍ଲାରେ କରୋନା ସଂକ୍ରମିତ ସଂଖ୍ୟା ୧୩୦ରେ ପହଞ୍ଚିଛି । ନୂଆ ଚିହ୍ନଟ ୩୩ ଜଣ କରୋନା ପଜିଟିଭଙ୍କ ମଧ୍ୟରୁ ଜଗତସିଂହପୁର ବ୍ଲକର ୮ଜଣ, କୁଜଙ୍ଗ ବ୍ଲକର ୩ ଜଣ, ନାଉଗାଁ ବ୍ଲକର ୧୮ ଜଣ, ରଘୁନାଥପୁର ବ୍ଲକର ୨ ଜଣ ଓ ତିର୍ତ୍ତୋଲ ବ୍ଲକର ୨ ଜଣ ଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ବୁଧବାର ଚିହ୍ନଟ ହୋଇଥିବା ସଂକ୍ରମିତ ପ୍ରବାସୀ ହୋଇଥିବା ବେଳେ ସମସ୍ତେ କ୍ବାରେଣ୍ଟଇନରେ ରହିଥିଲେ । ସେମାନଙ୍କୁ ପାରାଦୀପ କୋଭିଡ୍ ହସ୍ପିଟାଲ ଓ ଭୁବନେଶ୍ବର କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୧୩୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୬୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ୬୨ ଟି ଆକ୍ଟିଭ କେସ୍ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.