କେଜ୍ରିୱାଲଙ୍କ ଜନତା ଦରବାରରୁ ବନ୍ଧୁକ ଗୁଳି ସହ ଜଣେ ଗିରଫ; ଦିଲ୍ଲୀର ସୁରକ୍ଷା ବ୍ୟବସ୍ଥା ବିଗିଡ଼ିବା ନେଇ ମୋଦିଙ୍କ ଇସ୍ତଫା ଦାବି କଲେ କେଜ୍ରିୱାଲ
27/11/2018 at 12:47 PM

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଜନତା ଦରବାରରୁ ଜଣେ ବ୍ୟକ୍ତିଙ୍କୁ ବନ୍ଧୁକ ଏବଂ ଗୁଳି ସହ ଗିରଫ କରାଯାଇଛି | ନିକଟରେ ତାଙ୍କ ଉପରକୁ ଲଙ୍କା ଗୁଣ୍ଡ ଆକ୍ରମଣ ହୋଇଥିଲା | ସୋମବାର ସକାଳେ କେଜ୍ରିୱାଲଙ୍କ ଘରେ ଜନତା ଦରବାର ଚାଲିଥିଲା | ଜଣେ ବ୍ୟକ୍ତିଙ୍କ ପାଖରୁ ଜୀବନ୍ତ ଗୁଳି ସହ ବନ୍ଧୁକ ଜବତ କରି ଗିରଫ କରାଯାଇଛି | ଗିରଫ ଅଭିଯୁକ୍ତ ହେଲା ୩୮ ବର୍ଷ ବୟସ୍କ ମହମ୍ମଦ ଇମ୍ରାନ | ମହମ୍ମଦ ଇମ୍ରାନର ଘର ସିଲମପୁରରେ | କେନ୍ଦ୍ର ବକଫ ବୋର୍ଡର ୧୨ ଜଣ କାର୍ଯ୍ୟରତ କର୍ମଚାରୀ ଦରମା ବଢାଇବା ପାଇଁ ଅନୁରୋଧ କରିବା ପାଇଁ ଆସିଥିଲେ | ସେହି ୧୨ ଜଣଙ୍କ ମଧ୍ୟଏର ଇମ୍ରାନ ମଧ୍ୟ ଥିଲେ | ସୁରକ୍ଷାକର୍ମୀ ଯାଞ୍ଚ ବେଳେ ଇମ୍ରାନଙ୍କ ପର୍ସରୁ .୩୨ ବୋରର ଏକ ଜୀବନ୍ତ ଗୁଳି ଜବତ କରିଥିଲେ |
ଗିରଫ ପରେ ଇମ୍ରାନକୁ ଦିଲ୍ଲୀ ପୋଲିସକୁ ହସ୍ତାନ୍ତର କରାଯାଇଥିଲା | ଆର୍ମସ ଆକ୍ଟ ଆଧାରରେ ଇମ୍ରାନ ବିରୋଧରେ ଏଫଆଇଆର ରୁଜ୍ଜୁ କରାଯାଇଛି | ପୋଲିସ ତଦନ୍ତ ଜାରି ରଖିଛି |
ନିକଟରେ କେଜ୍ରିୱାଲଙ୍କ ଉପରେ ଲଙ୍କାଗିନ୍ଦା ଆକ୍ରମଣ ହୋଇଥିବା ନେଇ ବିଧାନସଭାରେ ବହୁତ ଚର୍ଚ୍ଚା ହୋଇଥିଲା | ଦିଲ୍ଲୀ ବିଭାଗର ଗୃହମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଦିଲ୍ଲୀର ସୁରକ୍ଷା ବ୍ୟବସ୍ଥା ବିଗିଡ଼ିବା ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି |
ଏହି ମାମଲାରେ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଯଦି ଦିଲ୍ଲୀର ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷା ଯୋଗେଇ ପାରୁନାହାନ୍ତି ତାହେଲେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଦେବା ଉଚିତ |
ପୋଲିସ ପଚରାଉଚୁରା କରିବାରୁ ଇମ୍ରାନ କହିଥିଲା ଯେ, ସେ କରୋଲ ବାଗ ସ୍ଥିତ ବାବିଲି ମସଜିଦରେ କେୟାର ଟେକର ଭାବେ କାମ କରେ | ଗାତ ୨/୩ ମାସ ପୂର୍ବରୁ ତାକୁ ଦାନପାତ୍ରରୁ ଏହି ବନ୍ଧୁକ ଗୁଳି ମିଳିଥିଲା | ଇମ୍ରାନର ଭାଇ ସେହି ଗୁଳିକୁ ଯମୁନା ନଦୀରେ ଫୋପାଡ଼ି ଦେବା ପାଇଁ କହିଥିଲା | କିନ୍ତୁ ସେ ସେହି ଗୁଳିକୁ ନ ଫୋପାଡ଼ି ନିଜ ପାଖରେ ରଖିଥିଲା |