ଖସୁଛି କରୋନା ଗ୍ରାଫ୍ : ଦେଶରେ ଗତ ୨୪ଘଣ୍ଟାରେ ୩୨୯୮୧ ନୂଆ କୋଭିଡ଼ ସଂକ୍ରମିତ ଚିହ୍ନଟ, ୪ଲକ୍ଷ ତଳେ ଆକ୍ଟିଭ୍ କେସ୍
7/12/2020 at 10:53 AM

ନୂଆଦିଲ୍ଲୀ ୦୭।୧୨: କରୋନା ଭାଇରସର ଦୈନିକ ସଂକ୍ରମଣ ଏବେ ହ୍ରାସ ପାଇବାରେ ଲାଗିଛି । ରବିବାର ଦିନ ୩୬,୦୧୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୋମବାର ୩୨,୯୮୧ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ଆକ୍ଟିଭ୍ କେସ୍ ସଂଖ୍ୟା ୪ଲକ୍ଷ ତଳକୁ ଖସିଛି । ସେହିପରି ଅନ୍ୟପଟେ ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୯୧ଲକ୍ଷରୁ ଅଧିକ ରହିଛି ।
With 32,981 new #COVID19 infections, India's total cases rise to 96,77,203
— ANI (@ANI) December 7, 2020
With 391 new deaths, toll mounts to 1,40,573. Total active cases at 3,96,729.
Total discharged cases at 91,39,901 with 39,109 new discharges in the last 24 hours. pic.twitter.com/V5nQC9tYwz
କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗତ ୨୪ଘଣ୍ଟା ମଧ୍ୟରେ ଦେଶରେ ୩୨,୯୮୧ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୯୧ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ବର୍ତ୍ତମାନ ସୁଦ୍ଧା ୯୬,୭୭,୨୦୩ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେହିପରି ଦେଶରେ ଏବେ ଯାଏଁ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯୧,୩୯,୯୦୧ରେ ପହଞ୍ଚିଛି । ଗତ ୨୪ଘଣ୍ଟା ମଧ୍ୟରେ ୩୯,୧୦୯ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦେଶରେ ବର୍ତ୍ତମାନ ଆକ୍ଟିଭ୍ କେସ୍ ୩,୯୬,୭୨୯ରେ ପହଞ୍ଚିଛି । କରୋନା ଭାଇରସରେ ଏବେ ଯାଏଁ ୧,୪୦,୫୭୩ଜଣଙ୍କ ମୃତ୍ୟୁ ହୋଇଛି ।
ଦେଶରେ କିଛି ସ୍ଥାନରେ କରୋନାର ୨ୟ ଲହରୀ ଜାରି ରହିଛି । ଏପରିକି ଅଞ୍ଚଳରେ ନାଇଟ୍ କର୍ଫ୍ୟୁ ଜାରି ରହିଛି । ଖାସ୍ କରି ଦିଲ୍ଲୀ, ଗୁଜୁରାଟ, ମଧ୍ୟପ୍ରଦେଶ, ରାଜସ୍ଥାନ, କର୍ଣ୍ଣାଟକ ଆଦି ଅଞ୍ଚଳରେ କରୋନାର ୨ୟ ଲହରୀ ଦେଖାଦେଇଛି । ରାଜଧାନୀ ଦିଲ୍ଲୀରେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ଲଗାତର ଭାବେ ବଢିଚାଲିଛି । କିନ୍ତୁ ଗତ ୨ଦିନ ହେଲା ସଂକ୍ରମଣ ସଂଖ୍ୟା ଧୀରେ ଧୀରେ ହ୍ରାସ ପାଉଛି ।