Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

‘କରୋନା’ ଭାଇରସ୍ ଆତଙ୍କ : ସ୍ବତନ୍ତ୍ର ବିମାନରେ ଚୀନ୍‌ରୁ ଫେରିଲେ ୩୨୪ ଭାରତୀୟ

1/02/2020 at 8:04 AM

ନୂଆଦିଲ୍ଲୀ ୧।୨: ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନରେ ଚୀନରୁ ଭାରତ ଫେରିଲେ ୩୨୪ ଭାରତୀୟ । ଫେରିଥିବା ଭାରତୀୟଙ୍କ ପାଇଁ ସେନା ଏବଂ ଆଇଟିବିପି ଦ୍ବାରା ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ହରିୟାଣାର ମନେସରରେ ଭାରତୀୟଙ୍କ ଚିକିତ୍ସା ପାଇଁ  ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ସେଠାରେ ସମସ୍ତଙ୍କୁ ସ୍ବତନ୍ତ୍ର ନିରୀକ୍ଷଣ ବ୍ୟବସ୍ଥାରେ ରଖାଯିବ । ଭାରତରେ ପହଞ୍ଚିବା ପରେ ସେମାନଙ୍କୁ ଏଏଚଓ ଏୟାରପୋର୍ଟ ହେଲଥ ଅଥରିଟି ଏବଂ ଏଏଫଏମଏସ୍ ବା ଆର୍ମଡ୍ ଫୋର୍ସେସ୍ ମେଡିକାଲ ସର୍ଭିସେସର ମିଳିତ ଟିମ୍  ଦ୍ବାରା ବିମାନବନ୍ଦରରେ ଭଲଭାବେ ଯାଞ୍ଚ କରାଯାଇଛି । ତେବେ ଏହାପରେ ଯେଉଁମାନଙ୍କଠାରେ ଭାଇରସ୍ ର ଲକ୍ଷଣ ଦେଖାଯିବ ସେମାନଙ୍କୁ ଏହି ସ୍ବତନ୍ତ୍ର ବ୍ୟବସ୍ଥା ରେ ୨ ସପ୍ତାହ ପାଇଁ ରଖାଯିବ। ସ୍ବତନ୍ତ୍ର ଡାକ୍ତରୀ ଦଳ ଏବଂ ମେଡିକାଲ କର୍ମୀ ଏମାନଙ୍କୁ ଚିକିତ୍ସା କରିବେ।

ତେବେ ସ୍କ୍ରିନିଂ ସମୟରେ ଭାରତୀୟମାନଙ୍କୁ ୩ ଭାଗରେ ବିଭକ୍ତ କରାଯିବ। ଯେଉଁମାନେ ଭାଇରସ୍ ଆକ୍ରାନ୍ତ ହୋଇଥିବା ଆଶଙ୍କା କରାଯିବ ସେମାନଙ୍କୁ ପ୍ରଥମ ଶ୍ରେଣୀରେ ରଖାଯିବ । ସେମାନଙ୍କୁ ସିଧାସଳଖ ବିଏଚ୍ ଡିଏସ୍ ବା ବେସ୍  ହସ୍ପିଟାଲ୍  ଦିଲ୍ଲୀ କ୍ୟାଣ୍ଟନମେଣ୍ଟ୍ କୁ ପଠାଯିବ। ଦ୍ବିତୀୟ ଶ୍ରେଣୀରେ ଯେଉଁମାନଙ୍କଠାରେ ଭାଇରସ୍ ର କିଛି ଲକ୍ଷଣ ଦେଖାଯାଉନଥିବ କିନ୍ତୁ ସେମାନେ ଉହାନ୍ ର ସିଫୁଡ୍  ଏବଂ ଏନିମଲ୍ ମାର୍କେଟ୍ ଯାଇଥିବେ ଓ ଗତ ୧୪ ଦିନ ମଧ୍ୟରେ ଚୀନ୍ ରେ ଭାଇରସ୍ ଲକ୍ଷଣ ଦେଖାଦେଇଥିବା ଲୋକଙ୍କ ସହ ମିଶିଥିବେ ସେମାନଙ୍କୁ ସିଧାସଳଖ ସ୍ବତନ୍ତ୍ର ବ୍ୟବସ୍ଥାରେ ରଖାଯିବ।

ତୃତୀୟ ଶ୍ରେଣୀରେ ଭାଇରସ୍ ଲକ୍ଷଣ ଦେଖା ଦେଇନଥିଲେ ମଧ୍ୟ କୌଣସି ଭାଇରସ୍ ଆକ୍ରାନ୍ତ ଲୋକଙ୍କ ସହ ମିଶିନଥିବା ଭାରତୀୟଙ୍କୁ ମଧ୍ୟ ସିଧାସଖଳ ସେନା ଦ୍ବାରା ହୋଇଥିବା ସ୍ବତନ୍ତ୍ର ବ୍ୟବସ୍ଥାକୁ ପଠାଯିବ। ଯେଉଁମାନେ ସ୍ବତନ୍ତ୍ର ବ୍ୟବସ୍ଥାରେ ରହିବେ ସେମାନେ ୩ ସ୍ତରୀୟ ମାସ୍କ ପିନ୍ଧିବେ ଏବଂ ସେମାନଙ୍କର ନିୟମିତ ମେଡିକାଲ ପରୀକ୍ଷା କରାଯିବ। ଯଦି ୧୪ ଦିନ ପରେ ସେମାନଙ୍କ ଠାରେ କୌଣସି ଭାଇରସ୍ ଲକ୍ଷଣ ଦେଖା ନଯାଏ ତେବେ ସେମାନଙ୍କୁ ଘରକୁ ପଠାଯିବ।

ତେବେ ଯଦି ସ୍ବତନ୍ତ୍ର ବ୍ୟବସ୍ଥାରେ ଥିବା ସମୟରେ କୌଣସି ବ୍ୟକ୍ତିଙ୍କଠାରେ ଭାଇରସ୍ ଲକ୍ଷଣ ଦେଖାଦିଏ ତେବେ ତାଙ୍କୁ ତୁରନ୍ତ ବିଏଚଡିଏସ୍ ସ୍ବତନ୍ତ୍ର ୱାର୍ଡକୁ ପଠାଯିବ। ଏଠାରେ କମ୍ୟୁନିଟି ମେଡିସିନ୍  ସ୍ପେସାଲିଷ୍ଟ୍, ନର୍ସିଂ ଅଧିକାରୀ, ମେଡିକାଲ ଅଧିକାରୀ ଏବଂ ଅନ୍ୟ ଷ୍ଟାଫ୍  ସଦସ୍ୟମାନେ ରହିବେ। 

ସେହିପରି ଆଇଟିବିପି ଦ୍ବାରା ମଧ୍ୟ ଦକ୍ଷିଣ ପଶ୍ଚିମ ଦିଲ୍ଲୀରେ ଏକ ୬୦୦ ବେଡ୍ ବିଶିଷ୍ଟ ସ୍ବତନ୍ତ୍ର ବ୍ୟବସ୍ଥା  କରାଯାଇଛି। ମହିଳା ଏବଂ ଶିଶୁମାନଙ୍କ ପାଇଁ ଏଠାରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଉହାନ୍ ରୁ ଫେରିଥିବା ଭାରତୀୟମାନଙ୍କୁ ଏହି ସ୍ବତନ୍ତ୍ର ବ୍ୟବସ୍ଥାରେ ରଖାଯିବ ।

   Related Posts