୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୩୨୧୭ କୋଭିଡ୍-୧୯ ପଜିଟିଭ୍, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ

Published By : Prameya-News7 Bureau | September 12, 2020 IST

ଭୁବନେଶ୍ଵର ୧୨।୦୯: ସମସ୍ତ ପ୍ରୟାସ ପରେ ବି କରୋନା ସଂକ୍ରମଣ ଥମିବାର ନାଁ ଧରୁନାହିଁ। ଅଗଷ୍ଟ ମାସ ତୂଳନାରେ ସେପ୍ଟେମ୍ବର ମାସର ସ୍ଥିତି ଚିନ୍ତାଜନକ ରହିଛି।  ରାଜ୍ୟରେ ସଂପ୍ରତି ଦୈନିକ ହଜାର ହଜାର ସଂଖ୍ୟାରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସେପଟେ ସୁସ୍ଥ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି ଯାହା ସରକାରଙ୍କ ପାଇଁ ଆଶ୍ଵସ୍ତିକର ରହିଛି। ଏହି କ୍ରମରେ ଗତ ୨୪ ଘଣ୍ଟାରେ ୩୨୧୭ କୋଭିଡ୍-୧୯ ରୋଗୀ ସୁସ୍ଥ  ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟକାରୀଙ୍କ ସଂଖ୍ୟା ୧ ଲକ୍ଷ ୧୫ ହଜାର ୨୭୯ରେ ପହଞ୍ଚିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ଵିଟ୍ ଯୋଗେ ଏହାର ସୂଚନା ଦିଆଯାଇଛି।

wp:html /wp:html

ବିଭାଗ ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୪୭ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହି ପରି ମୟୂରଭଞ୍ଜ ଜିଲ୍ଲାରୁ ୨୮୧, କଟକ ଜିଲ୍ଲାରୁ ୨୭୫, ବରଗଡରୁ ୨୧୮, ରାୟଗଡାରୁ ୨୦୬, ଗଞ୍ଜାମରୁ ୧୨୬, କେନ୍ଦୁଝରରୁ ୧୧୬, ଯାଜପୁରରୁ ୧୧୨, କୋରାପୁଟରୁ ୧୧୨, ପୁରୀରୁ ୧୦୩, ଝାରସୁଗୁଡାରୁ ୯୬, ନବରଙ୍ଗପୁରରୁ ୭୯, ନୂଆପଡାରୁ ୭୯, ସୁନ୍ଦରଗଡରୁ ୭୯, ସମ୍ବଲପୁରରୁ ୭୫, ଅନୁଗୁଳରୁ ୬୯ ରୋଗୀ କରୋନା ମୁକ୍ତ ହୋଇଛନ୍ତି।

wp:html /wp:html

ସେହି ପରି ଢେଙ୍କାନାଳ ଜିଲ୍ଲାରୁ ୬୯, କେନ୍ଦ୍ରାପଡାରୁମ୫୯, ଭଦ୍ରକରୁ ୫୪, ଜଗତସିଂହପୁରରୁ ୫୪, ସୋନପୁରରୁ ୫୩, ବାଲେଶ୍ଵରରୁ ୪୯, ବଲାଙ୍ଗିରରୁ ୪୯, ନୟାଗଡରୁ ୪୯, କନ୍ଧମାଳରୁ ୩୬, ମାଲକାନଗିରିରୁ ୨୮, ଗଜପତିରୁ ୨୧, କଳାହାଣ୍ଡିରୁ ୧୨, ବୌଦ୍ଧରୁ ୭ ଓ ଦେବଗଡ ଜିଲ୍ଲାରୁ ୪ ଜଣ ଆକ୍ରାନ୍ତ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି।

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୭୭୭ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ସଂକ୍ରମିତଙ୍କ ସଂଖ୍ୟା ୧,୪୬,୮୯୪କୁ ବୃଦ୍ଧି ଘଟିଛି। ସେହି ପରି ରାଜ୍ୟରେ ଆଉ ୧୧ ଜଣଙ୍କ ପ୍ରାଣହାନୀ ପରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୧୬ରେ ପହଞ୍ଚିଛି। ଆଜିର ସୁସ୍ଥ ସଂଖ୍ୟାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୧ ଲକ୍ଷ ୧୫ ହଜାର ୨୭୯ରେ ପହଞ୍ଚିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.