ଦେଶରେ ହ୍ରାସ ପାଉଛି କରୋନା ସଂକ୍ରମଣ, ଗତ ୨୪ଘଣ୍ଟାରେ ୩୨୦୮୦ କୋଭିଡ଼ ସଂକ୍ରମିତ ଚିହ୍ନଟ

Published By : Prameya-News7 Bureau | December 09, 2020 IST

ନୂଆଦିଲ୍ଲୀ ୦୯।୧୨: ଦେଶରେ କରୋନା ଭାଇରସର ପ୍ରତିଦିନ ସଂକ୍ରମିତ ସଂଖ୍ୟା କମିବାରେ ଲାଗିଛି । ଗତ ୨୪ଘଣ୍ଟାରେ ଦେଶରେ ୩୨,୦୮୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଗତକାଲି ତୁଳନାରେ କରୋନା ସଂକ୍ରମଣ ସଂଖ୍ୟା ବଢିଛି । ମଙ୍ଗଳବାର ଦିନ ୨୬,୫୬୭ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯୨ଲକ୍ଷରୁ ଅଧିକ ରହିଛି ।

wp:html /wp:html

କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଦେଶରେ ଗତ ୨୪ଘଣ୍ଟାରେ ୩୨,୦୮୦ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୦୨ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ କରୋନା ସଂକ୍ରମିତ ସଂଖ୍ୟା ୯୭,୩୫,୮୫୦ରେ ପହଞ୍ଚିଛି । ସେହିପରି ଗତ ୨୪ଘଣ୍ଟାରେ ୩୬,୬୩୫ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ଯାଏଁ ଦେଶରେ ୯୨,୧୫,୫୮୧ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।  

ତେବେ ଦେଶରେ ଏବେ ଆକ୍ଟିଭ୍ କେସ୍‌ ଲଗାତର ୪ଲକ୍ଷ ତଳେ ରହିଛି । ବର୍ତ୍ତମାନ କରୋନାର ଆକ୍ଟିଭ୍‌ କେସ୍‌ ୩,୭୮,୯୦୯ରହିଛି । ସେହିପରି ଏବେ ଯାଏଁ କରୋନାରେ ମୃତ୍ୟୁ ହୋଇଥିବା ଲୋକଙ୍କ ସଂଖ୍ୟା ୧,୪୧,୩୬୦ରେ ପହଞ୍ଚିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.