Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

୩୨୦ କେଜି ଗଞ୍ଜେଇ ଜବତ, ପିକଅପ୍ ଭ୍ୟାନ୍ ଜବତ ସହ ଡ୍ରାଇଭର୍ ଗିରଫ

10/09/2021 at 4:07 PM

ଭଞ୍ଜନଗର ୧୦।୯: ଜବତ ହେଲା ୩୨୦ କେଜି ଗଞ୍ଜେଇ ଜବତ । ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ପୋଲିସର ବଡ଼ଗଡ଼-ମୋହନା ରାସ୍ତା ଡାଳଖାଇ ନିକଟରେ ଗଞ୍ଜେଇ ଜବତ ହୋଇଛି । ଏହି ରାସ୍ତାରେ ବ୍ଲକିଂ କରୁଥିବାବେଳେ ମୋହନା ରାସ୍ତାରୁ ଆସୁଥିବା ଏକ ପିକଅପ୍ ଭ୍ୟାନକୁ ଅଟକାଇ ଚେକିଂ କଲାବେଳେ ୧୨ଟି ପ୍ୟାକେଟରୁ ୩୨୦ କେଜି ଗଞ୍ଜେଇ ଜବତ କରିଛି ପୋଲିସ । ପିକଅପ୍ ଭ୍ୟାନ୍ ସହ ଡ୍ରାଇଭରକୁ ଗିରଫ କରିଛି ପୋଲିସ ।

ଗିରଫ ଜଣଙ୍କ ହେଲେ ଗଜପତି ଜିଲ୍ଲା ଆର. ଉଦୟଗିରି ଥାନା କେଡିପଦର ଗ୍ରାମର ଥୋମାସ ପୂଜାରୀ । ଜବତ ଭ୍ୟାନଟି ଆନ୍ଧ୍ରପ୍ରଦେଶ ଅଞ୍ଚଳର ରେଜିଷ୍ଟ୍ରେସନ ନମ୍ବର ଥିବାବେଳେ ଗଜପତି ଜିଲ୍ଲା ମୋହନା ଅଂଚଳରୁ ଗଞ୍ଜାମ ଜିଲ୍ଲାକୁ ଚାଲାଣ ହେଉଥିବା ପୋଲିସ ତଦନ୍ତରୁ ଜଣାପଡିଛି । ଜବତ ଗଂଜେଇ ୧୨ଟି ପ୍ୟାକେଟ୍ ୩୨୦ କେଜି ହୋଇଥିବା ବେଳେ ଆନୁମାନିକ ମୂଲ୍ୟ ୮୦ ଲକ୍ଷ ଟଙ୍କା ବୋଲି ଆସିକା ଏସଡିପିଓ ସୂଚନା ଦେଇଛନ୍ତି ।

   Related Posts