ନବବଧୂ ଟିନୀ ମିସ୍ତ୍ରୀଙ୍କୁ ମାରିଦେଲେ –ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରୁ ନ ଥିବାରୁ ତାତିଲେ ୩୨ଟି ଗାଁର ଲୋକ

Published By : Prameya-News7 Bureau | October 17, 2019 IST

ନବରଂଗପୁର ୧୭।୧୦ -  ନବରଂଗପୁର ରାଇଘର ଥାନା ପୋଲିସ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ୩୨ଟି  ଗାଁର ଲୋକେ । ଯୌତୁକ ଲୋଭରେ ବଧୂ ହତ୍ୟା କରିଥିବା ଅଭିଯୁକ୍ତଙ୍କୁ ପୋଲିସ ଘଣ୍ଟ ଘୋଡ଼ାଉଥିବା ଅଭିଯୋଗ ହୋଇଛି । ଲୋକଙ୍କ ଆନ୍ଦୋଳନ ଯୋଗୁଁ ଦୋକାନ-ବଜାର ବନ୍ଦ ରହିଥିଲା । ଏପିରିକି ଉମରକୋଟ ଠାରୁ ରାୟପୁରକୁ ଗାଡି ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି ।

{"id":170902}

ପୋଲିସ ବିରୋଧରେ ଗର୍ଜିଛନ୍ତି ୩୨ଟି ଗାଁର ଲୋକେ । ପ୍ଲା କାର୍ଡ ଧରି ଧାରଣାରେ ବସିଛନ୍ତି ।  ଖାକି ବିରୋଧରେ ଲୋକଙ୍କ ରାଗ ପଞ୍ଚମରେ  । ଅଖ, ଚକ ବନ୍ଦ କରି ଦିଆଯାଇଛି । ଯୌତୁକ ଲୋଭରେ ବଧୁ ହତ୍ୟା କରିଥିବା ଅଭିଯୁକ୍ତଙ୍କୁ ରାଇଘର ଥାନା ପୋଲିସ ଘଣ୍ଟ ଘୋଡ଼ାଉଥିବା ଅଭିଯୋଗ ହୋଇଛି । ଘଟଣାଟି ହେଉଛି ନବରଙ୍ଗପୁର ଜିଲ୍ଲା ଅରଚିପରା ପଞ୍ଚାୟତ କିବେକଙ୍ଗା ଗାଁର । ଗତ ୨୨ ତାରିଖରେ ସୁମିତ ମିସ୍ତ୍ରୀଙ୍କ ପତ୍ନୀ ଟିନୀ ମିସ୍ତ୍ରୀ ନିଖୋଜ ଥିବା ନେଇ ଏତଲା ହୋଇଥିଲା । ଆଉ ଠିକ୍ ସେହିଦିନ ହିଁ ଗାଁର ପୋଖରୀରୁ ଟିନାଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା । ଶାଶୁ ଘର ଲୋକେ ଏହାକୁ ଆତ୍ମହତ୍ୟାର ରୂପ ଦେଉଥିଲେ ବି ଟିନାଙ୍କ ବାପା ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଥିଲେ । ସ୍ବାମୀ, ଶାଶୁ, ଶ୍ବଶୁରଙ୍କ ସହ ୨ ସଂପର୍କୀୟଙ୍କ ସଂପୃକ୍ତିର ଅଭିଯୋଗ ଆସିଥିଲା । ହେଲେ ପୋଲିସ କେବଳ ସ୍ବାମୀ, ଶ୍ବଶୁରଙ୍କୁ ଗିରଫ୍ କରି ଚୁପ୍ ବସି ଯାଇଛି  ବୋଲି ଲୋକେ ଅଭିଯୋଗ କରିଛନ୍ତି ।

{"id":170903}

ହତ୍ୟାକାଣ୍ଡ ପଛରେ ଯୌତୁକ ଦାବି କାରଣ ବୋଲି ଟିନାଙ୍କ ବାପା କହିଆସୁଛନ୍ତି । ଦାବି ଅନୁସାରେ ଦେବା ପରେ ବି ବାରମ୍ବାର ଟଙ୍କା  ଦାବି କରୁଥିଲେ ଟିନାଙ୍କ ଶାଶୁ ଘର । ଆଉ ଶେଷରେ ସେମାନେ ଏଭଳି ହତ୍ୟାକାଣ୍ଡ ଭିଆଇଲେ ବୋଲି ସେ କହିଛନ୍ତି । ସେପଟେ ବାକି ୩ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଟିନାଙ୍କ ବାପାଙ୍କ ସମର୍ଥନରେ ତାତିଛନ୍ତି ୩୨ଟି ବଂଗୀୟ ଗାଁ । ଲୋକଙ୍କ ଆନ୍ଦୋଳନ ଯୋଗୁଁ ଦୋକାନ-ବଜାର ବନ୍ଦ ରହିଥିଲା । ଆନ୍ଦୋଳନକାରୀଙ୍କ ରାସ୍ତା ଅବରୋଧ ଯୋଗୁଁ ଉମରକୋଟ ଠାରୁ ରାୟପୁରକୁ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି । ତେବେ ଲୋକଙ୍କ ବିରୋଧକୁ ନେଇ ନବରଂଗପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା  ଦିଆଯାଇ ନାହିଁ ।

{"id":170904}

ଯୌତୁକ ବିରୋଧରେ ଆଇନ  କଠୋର ହେଉଛି । ହେଲେ ଏବେ ବି କିଛି ରାକ୍ଷସ ଯୌତୁକ ଲାଗି ହତ୍ୟା ଘଟଇବାକୁ ପଛଉ ନାହାନ୍ତି । ସେପଟେ ଏଭଲି ଅଭିଯୁକ୍ତଙ୍କୁ ଉଚିତ ଶାସ୍ତି ଦେବା ଦିଗରେ ପୋଲିସର ନିଷ୍କ୍ରିୟତା  ଅଭିଯୋଗ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.