କରୋନା ସଂକଟ: UAEରୁ ଭାରତ ଫେରିବେ ପ୍ରବାସୀ ନାଗରିକ, ୨ ଦିନରେ ପଞ୍ଜିକରଣ କଲେଣି ୩୨ ହଜାର ଲୋକ

Published By : Prameya-News7 Bureau | May 01, 2020 IST

ଅବୁଧାବୀ: ବୈଶ୍ୱିକ କରୋନା ମହାମାରୀ ସଂକଟରେ ସଂଯୁକ୍ତ ଆରବ ଏମିରଟ (ୟୁଏଇ)ରୁ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ଲାଗି ୩୨ ହଜାର ଭାରତୀୟ ପଞ୍ଜିକରଣ କରିଥିବା ଜଣାପଡିଛି। ସେମାନେ ଭାରତୀୟ ଦୂତାବାସରେ ଏହି ରେଜିଷ୍ଟ୍ରେସନ କରାଉଛନ୍ତି।  ମିଳିଥିବା ସୂଚନା ଅନୁସାରେ ଆବୁଧାବୀସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ବୁଧବାର ରାତିରେ ନାଗରିକଙ୍କୁ ଦେଶକୁ ପ୍ରତ୍ୟାବର୍ତ୍ତନ ନିମନ୍ତେ ରେଜିଷ୍ଟ୍ରେସନ କରିବାକୁ କୁାହାଯାଇଥିଲା।

{"id":263097,"sizeSlug":"large"}

ସେହି ଅନୁସାରେ ଗୁରୁବାର ଗୋଟିଏ ଦିନରେ ୩୨ ହଜାର ଲୋକେ ଦୂତାବାସଙ୍କ ୱେବସାଇଟ୍‌ରେ ଘରକୁ ଫେରିବା ଲାଗି ସେମାନଙ୍କର ପଞ୍ଜିକରଣ କରାଇଥିବା ଜଣାପଡିଛି। ଏବେ ପଞ୍ଜିକରଣ କରାଇଥିବା ନାଗରିକଙ୍କୁ ଦୂତାବାସ ପ୍ରାଥମିକତା ଆଧାରରେ ଦେଶକୁ ଫେରିବାର ବ୍ୟବସ୍ଥା କରିବେ । ଏଥିରେ ମହିଳା ଓ ବୟସ୍କଙ୍କୁ ପ୍ରାଥମିକତା ଭିତ୍ତରେ ଦେଶକୁ ପଠାଯିବ ବୋଲି ଜଣାପଡିଛି। 

{"id":263098,"sizeSlug":"large"}

ଏ ନେଇ ଦୂତାବାସ ପକ୍ଷରୁ ଜାରି ଏକ ବିବୃତ୍ତିରେ ସବୁ ଲୋକେ ଦେଶକୁ ଫେରିବେ, ହେଲେ ଆମକୁ ଲକଡାଉନ୍‌ ନିୟମର ମଧ୍ୟ ପାଳନ କରିବାକୁ ହେବ ବୋଲି କୁହାଯାଇଛି । ଯେଉଁମାନେ ପଞ୍ଜିକରଣ କରିଛନ୍ତି ସେମାନଙ୍କ କ୍ରମାଙ୍କ ଅନୁସାରେ ଘରକୁ ଫେରିବାର ବ୍ୟବସ୍ଥା କରାଯିବ। ତେବେ ସେମାନଙ୍କ ପ୍ରତ୍ୟାବର୍ତ୍ତନ କେବେ ହେବ ତାହା କିନ୍ତୁ ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ। ଭାରତ ସରକାର ବିମାନ ସେବାକୁ ମଞ୍ଜୁରି ପ୍ରଦାନ କରିବା ପରେ ପ୍ରବାସୀଙ୍କ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ହୁଏତ ଆରମ୍ଭ ହୋଇପାରେ ବୋଲି କୁହାଯାଇଛି।

{"id":263099,"width":582,"height":384,"sizeSlug":"large"}

କେବଳ ୟୁଏଇ ନୁହେଁ ବିଶ୍ୱର ବିଭିନ୍ନ ଦେଶରେ ହଜାର ହଜାର ଭାରତୀୟ ଏବେ ଅଟକି ରହିଛନ୍ତି। କରୋନା ସଂକ୍ରମଣ ଆରମ୍ଭ ବେଳେ ସରକାର ବିମାନ ପଠାଇ ବିଭିନ୍ନ ଦେଶରୁ ଲୋକଙ୍କୁ ଅଣାଇଥିଲେ। ହେଲେ ଅନେକ ଲୋକ ସେତେବେଳେ ସରକାରଙ୍କ ଏହି ସୁବିଧାର ଲାଭ ନେଇ ପାରିନଥିଲେ। ତେବେ ବିମାନ ଚଳାଚଳ ବନ୍ଦ ହୋଇଯିବା ପରେ ସେମାନେ ବିଭିନ୍ନ ଦେଶରେ ଅଟକି ରହିବାକୁ ବାଧ୍ୟ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.