Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ୩୨ ହଜାର ୬୯୫ ନୂଆ ମାମଲା, ୬୦୬ ମୃତ୍ୟୁ : ଦେଶରେ ସଂକ୍ରମଣ ୯ ଲକ୍ଷ ୬୮ ପାର୍

16/07/2020 at 10:18 AM

ନୂଆଦିଲ୍ଲୀ ୧୬/୦୭ : ଦେଶରେ କରୋନା ସଂକ୍ରମଣ ନିଜର କାୟା ବିସ୍ତାର କରିବାରେ ଲାଗିଛି | ଦେଶରେ ଲଗାତାର କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି | ଅପରପକ୍ଷରେ ଦେଶରେ ସୁସ୍ଥହାର ମଧ୍ୟ ସୁଧୁରିଛି | ବର୍ତ୍ତମାନ ଦେଶରେ ସୁସ୍ଥହାର ୬୩.୨୪ ପ୍ରତିଶତ ରହିଛି |

କରୋନା ମାମଲାରେ ଆମେରିକା ଓ ବ୍ରାଜିଲ ପରେ ସବୁଠାରୁ ପ୍ରଭାବିତ ଦେଶ ଭାରତ | ଆମେରିକା ପ୍ରଥମ ସ୍ଥାନରେ, ବ୍ରାଜିଲ ଦ୍ୱିତୀୟ ସ୍ଥାନରେ ଥିବାବେଳେ ଭାରତ ତୃତୀୟ ସ୍ଥାନରେ ରହିଛି | ଯଦି ପ୍ରତ୍ୟେକ ୧୦ ଲକ୍ଷ ଜନସଂଖ୍ୟାରେ ସଂକ୍ରମଣ ମାମଲା ଓ ମୃତ୍ୟୁହାର ଉପରେ ବିଚାର କରାଯାଏ ତାହେଲେ ଅନ୍ୟ ଦେଶ ତୁଳନାରେ ଭାରତର ସ୍ଥିତି ବହୁତ ଭଲ ରହିଛି | ଭାରତରୁ ଅଧିକ ମାମଲା ଆମେରିକା ଓ ବ୍ରାଜିଲର ରହିଛି  ଆମେରିକାରେ ଏବେ ସୁଦ୍ଧା ୩୬ ଲକ୍ଷ ୧୫ ହଜାର ୯୯୧ ସଂକ୍ରମଣର ଶିକାର ହୋଇଥିବାବେଳେ ବ୍ରାଜିଲରେ ୧୯ ଲକ୍ଷ ୭୦ ହଜାର ୯୦୯ ଜଣ ସଂକ୍ରମିତ ହୋଇଛନ୍ତି |

ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁଯାୟୀ, ୨୪ ଘଣ୍ଟାରେ ଦେଶରେ ରେକର୍ଡ ସଂଖ୍ୟକ ୩୨ ହଜାର ୬୯୫ ନୂଆ ମାମଲା ସାମ୍ନାକୁ ଆସିଛ | ମଙ୍ଗଳବାର ୨୯ ହଜାର ୯୧୭ ରୋଗୀ ଓ ସୋମବାର ଦିନ ୨୮ ହଜାର ୧୭୮ ନୂଆ ମାମଲା ସାମ୍ନାକୁ ଆସିଥିଲା | ଗୋଟିଏ ଦିନରେ ୬୦୬ ଜଣଙ୍କ ମୃତ୍ୟୁ ହୋଇଛି |

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁଯାୟୀ, ଦେଶରେ କରୋନା ମାମଲାରେ ୩ ଲକ୍ଷ ୩୧ ହଜାର ୧୪୬ ଆକ୍ଟିଭ ମାମଲା ରହିଛି | କରୋନା ଯୋଗୁଁ ଏବେ ସୁଦ୍ଧା ୨୪ ହଜାର ୯୧୫ ଜଣଙ୍କ ମୃତ୍ୟୁ ହୋଇଛି | ଅପରପକ୍ଷରେ ୬ ଲକ୍ଷ ୧୨ ହଜାର ୮୨୪ ଜଣ ସୁସ୍ଥ ହୋଇଛନ୍ତି | ଇଣ୍ଡିଆନ କାଉନ୍ସିଲ ଅଫ ମେଡିକାଲ ରିସର୍ଚ୍ଚ ଅନୁଯାୟୀ, ଦେଶରେ ଏବେ ସୁଦ୍ଧା ୧ କୋଟି ୨୭ ଲକ୍ଷ ୩୯ ହଜାର ୪୯୦ ଜଣଙ୍କ ନମୁନା ଯାଞ୍ଚ ହୋଇଛି | ଜୁଲାଇ ୧୫ ତାରିଖରେ ଦେଶରେ ୩ ଲକ୍ଷ ୨୬ ହଜାର ୮୨୬ ନମୁନା ପରୀକ୍ଷା ହୋଇଛି | 

   Related Posts