ବିବାହର ତୃତୀୟ ଦିନରେ କନ୍ୟା ବାହାରିଲେ କରୋନା ପଜିଟିଭ : ବର ଓ ପଣ୍ଡିତଙ୍କ ସମେତ ୩୨ ଜଣ କ୍ଵାରେଣ୍ଟାଇନରେ

Published By : Prameya-News7 Bureau | May 21, 2020 IST

ଭୋପାଲ ୨୧/୦୫ : ମଧ୍ୟ ପ୍ରଦେଶ ରାଜଧାନୀ ଭୋପାଲର ରେଡ ଜୋନରେ ଅନୁଷ୍ଠିତ ହୋଇଥିବା ଏକ ବିବାହ ବର୍ତ୍ତମାନ ଦୁଇ ଜିଲ୍ଲାରେ ହଇଚଇ ସୃଷ୍ଟି କରିଛି | ବିବାହର ତୃତୀୟ ଦିନରେ ନବ ବିବାହିତା କନ୍ୟାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି | କରୋନା ରିପୋର୍ଟ ପଜିଟିଭ ଆସିବା ପରେ ବର ସହ ବାହାଘରରେ ସାମିଲ ହୋଇଥିବା ୩୨ ଜଣଙ୍କୁ ହୋମ କ୍ଵାରେଣ୍ଟାଇନ କରାଯାଇଛି | କନ୍ୟା ରେଡ ଜୋନ ଭୋପାଲରୁ ବିବାହ କରି ଗ୍ରୀନ ଜୋନ ରାୟସେନର ମଣ୍ଡିଦୀପ ଯାଇଥିଲେ | ସେଥିପାଇଁ ରାୟସେନରେ ଚହଳ ପଡିଯାଇଛି | କ୍ଵାରେଣ୍ଟାଇନ କରାଯାଇଥିବା ଲୋକଙ୍କୁ ପଚରା ଯାଉଛି ସେମାନେ ଆଉ କାହା କାହା ସମ୍ପର୍କରେ ଆସିଥିଲେ | ଏଭଳି ସ୍ଥିତିରେ କରୋନା ଚେନ ସୃଷ୍ଟି ହୋଇଥିବା ଆଶଙ୍କା କରାଯାଉଛି |

{"id":273388,"sizeSlug":"large"}

ମାମଲା ଭୋପାଲ ଜାଟ ଅଞ୍ଚଳର | ସୋମବାର ଦିନ ଯୁବତୀଙ୍କ ବାହାଘର ହୋଇଥିଲା | ବରଯାତ୍ରୀ ରାୟସେନ ଜିଲ୍ଲାର ମଣ୍ଡିଦୀପରୁ ଆସିଥିଲେ | ଯୁବତୀଙ୍କୁ ୭ ଦିନ ପୂର୍ବରୁ ଜ୍ୱର ହୋଇଥିଲା | କିନ୍ତୁ ଜ୍ୱର ଔଷଧ ଖାଇଲା ପରେ ସେ ସୁସ୍ଥ ହୋଇଯାଇଥିଲେ | କିନ୍ତୁ ସତର୍କତା ଅବଲମ୍ବନ କରି ଶନିବାର ଦିନ ତାଙ୍କ ପରିବାର ଲୋକ ଝିଅର କରୋନା ଯାଞ୍ଚ କରାଇଥିଲେ | ସୋମବାର ଦିନ ତାଙ୍କ ବାହାଘର ଠିକ ହୋଇ ସାରିଥିଲା | ନିର୍ଧାରିତ ତାରିଖ ହିସାବରେ ସେହିଦିନ ହିଁ ତାଙ୍କର ବିବାହ ସମ୍ପନ୍ନ ହୋଇଥିଲା | ଯୁବତୀଙ୍କ ଯାଞ୍ଚ ରିପୋର୍ଟ ବୁଧବାର ଦିନ ଆସିଥିଲା | ବୁଧବାର ଦିନ ତାଙ୍କର ଯାଞ୍ଚ ରିପୋର୍ଟ ପଜିଟିଭ ଆସିଥିଲା | ନବ ବିବାହିତା ବୋହୁ କରୋନା ପଜିଟିଭ ଥିବା ଜାଣି ଘର ଭିତରେ ଓ ବାହାରେ ହଇଚଇ ସୃଷ୍ଟି ହୋଇଥିଲା | 

{"id":273391,"width":570,"height":379,"sizeSlug":"large"}

ଏହାପରେ ବର ସହ ଯୁବତୀଙ୍କ ସମ୍ପର୍କରେ ଆସିଥିବା ସମସ୍ତଙ୍କୁ ଅର୍ଥାତ ଉଭୟ ବର ଓ କନ୍ୟା ପକ୍ଷର ୩୨ ଜଣଙ୍କୁ ହୋମ କ୍ଵାରେଣ୍ଟାଇନ କରାଯାଇଛି | ବିବାହ କରାଇଥିବା ପଣ୍ଡିତ ମଧ୍ୟ କ୍ଵାରେଣ୍ଟାଇନରେ ଅଛନ୍ତି | ସମସ୍ତଙ୍କ ନମୁନା ସଂଗ୍ରହ କରାଯାଇଛି | ଦିନେ ଦୁଇ ଦିନ ଭିତରେ ସମସ୍ତଙ୍କ ରିପୋର୍ଟ ଆସିଯାଇପାରେ |

{"id":273386,"width":580,"height":360,"sizeSlug":"large"}

ଖବର ପରେ ମଣ୍ଡିଦୀପ ପ୍ରଶାସନ ମଧ୍ୟ ସତର୍କ ହୋଇଯାଇଛି | ବିବାହରେ ଯୋଗ ଦେଇଥିବା ସମସ୍ତ ଲୋକଙ୍କୁ ନିଜ ନିଜ ଘରେ ରହିବାକୁ ପ୍ରଶାସନ ପରାମର୍ଶ ଦେଇଛି | ଯୁବତୀଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କ ଏକ ତାଲିକା ପ୍ରସ୍ତୁତ କରିଛି ସ୍ୱାସ୍ଥ୍ୟ ବିଭାଗ ଟିମ | ବିବାହ ପରେ ଏମାନେ କୁଆଡେ ଯାଇଥିଲେ ଏବଂ କାହା କାହା ସମ୍ପର୍କରେ ଆସିଥିଲେ ସେନେଇ ପଚରାଉଚୁରା ଜାରି ରହିଛି | ତେବେ କରୋନା ସଂକ୍ରମଣର ଏହି ଲମ୍ବା ହୋଇଥାଇପାରେ ବୋଲି ଆଶଙ୍କା କରାଯାଉଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.