Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୧୯୩୨ ମସିହାରୁ ଏବେଯାଏଁ ଭାରତୀୟ କ୍ରିକେଟ୍ ଟିମ୍‌ରେ ଖେଳିସାରିଛନ୍ତି ଏହି ମୁସଲିମ୍ ଖେଳାଳି, ଜାଣନ୍ତୁ କେଉଁମାନେ

21/07/2019 at 12:30 PM

ନୂଆଦିଲ୍ଲୀ ୨୧|୭: ଭାରତ ଏମିତି ଏକ ଦେଶ ଯେଉଁଠାରେ ସବୁ ଧର୍ମର ଲୋକ ମିଳିମିଶି ରହିଥାନ୍ତି । ସମସ୍ତ କାର୍ଯ୍ୟକ୍ରମରେ ମଧ୍ୟ ସବୁ ଧର୍ମର ଲୋକ ସାମିଲ ହୋଇଥାନ୍ତି । ଏଥିରୁ ଭାରତୀୟ କ୍ରିକେଟ୍ ଟିମ୍ ମଧ୍ୟ ବାଦ୍ ପଡିନାହିଁ । ଭାରତୀୟ କ୍ରିକେଟ୍ ଟିମ୍ ପାଇଁ କେତେକ ମୁସଲିମ୍ ଖେଳାଳି ଖେଳିସାରିଛନ୍ତି । ସମସ୍ତେ ଆନ୍ତର୍ଜାତୀୟ ସ୍ତରରେ ନିଜ ନିଜର ପରିଚୟ ସୃଷ୍ଟି କରିସାରିଛନ୍ତି ।

ଭାରତରେ କ୍ରିକେଟ୍ ଖେଳର ଆରମ୍ଭ ୧୯୩୨ ମସିହାରୁ ଆରମ୍ଭ ହୋଇଥିଲା । ଭାରତୀୟ କ୍ରିକେଟ୍ ଟିମ୍ ଆନ୍ତର୍ଜାତୀୟ ସ୍ତରରେ ପ୍ରଥମଥର ଇଂଲଣ୍ଡ ବିପକ୍ଷରେ ଖେଳିଥିଲା ।  ୧୯୩୨ ମସିହାରୁ ୨୦୧୮-୧୯ ପର୍ଯ୍ୟନ୍ତ ୮୬ବର୍ଷ ମଧ୍ୟରେ ୩୨ ଜଣ ମୁସଲିମ୍ ଖେଳାଳି ଭାରତୀୟ କ୍ରିକେଟ୍ ଟିମ୍ ରେ ଖେଳିସାରିଛନ୍ତି ।

ଭାରତୀୟ କ୍ରିକେଟ୍ ଇତିହାସରେ ଏପରି ଦୁଇ ଜଣ ମୁସଲିମ୍ ଖେଳାଳି ମଧ୍ୟ ଅଛନ୍ତି ଯିଏକି ଭାରତୀୟ ଟିମ୍ ର ଅଧିନାୟକ ଦାୟିତ୍ବ ମଧ୍ୟ ତୁଲାଇଥିଲେ । ସେମାନେ ହେଲେ ମନସୁର ଅଲ୍ଲୀ ଖାନ୍ ପଟୌଦି ଏବଂ ମହମ୍ମଦ ଆଝାରୁଦ୍ଦିନ ।

ଏପର୍ଯ୍ୟନ୍ତ ଏହି ୩୨ ଜଣ ମୁସଲିମ୍ କ୍ରିକେଟ୍ ଖେଳାଳି ଭାରତୀୟ ଟିମ୍ ରେ ଖେଳିସାରିଛନ୍ତି । ଜାଣନ୍ତୁ ସେମାନ କିଏ-  

୧. ମହମ୍ମଦ ନିସାର, ଡେବ୍ୟୁ ୧୯୩୨

୨. ସୟଦ ନଜିର ଅଲ୍ଲୀ, ଡେବ୍ୟୁ ୧୯୩୨

୩. ସୟଦ ଓ୍ବାଜିର, ଡେବ୍ୟୁ ୧୯୩୨

୪. ଜାହାଙ୍ଗୀର ଖାନ୍, ଡେବ୍ୟୁ ୧୯୩୨

୫. ସୟଦ ଆବିଦ, ଡେବ୍ୟୁ ୧୯୬୭

୬.ସଲିମ ଦୂରାନୀ, ଡେବ୍ୟୁ ୧୯୫୯

୭.ଦିଲାବର ହୁସେନ, ଡେବ୍ୟୁ ୧୯୩୩

୮. ଜମସେଦ ଇରାନୀ, ଡେବ୍ୟୁ ୧୯୩୭

୯. ଅର୍ସଦ ଆୟୁବ, ଡେବ୍ୟୁ ୧୯୮୭

୧୦. ଫାରୁଖ ଇଂଜିନିୟର, ଡେବ୍ୟୁ ୧୯୬୦-୬୧

୧୧. ରସିଦ ଗୁଲାମ

୧୨. ସୟଦ ମୁସ୍ତଫା ହୁସେନ, ଡେବ୍ୟୁ ୧୯୭୫

୧୩. ସୟଦ ମୁସ୍ତାକ ଅଲ୍ଲୀ, ଡେବ୍ୟୁ ୧୯୩୪

୧୪. ଅମିର ଇଲ୍ଲାହୀ, ଡେବ୍ୟୁ ୧୯୪୭

୧୫. ଗୁଲ୍ ମହମ୍ମଦ, ଡେବ୍ୟୁ ୧୯୫୬

୧୬. ଅବଦୁଲ୍ ହଫିଜ କାରଦାର, ଡେବ୍ୟୁ ୧୯୪୬

୧୭. ଇଫତଖାର ଅଲ୍ଲୀ ଖାନ୍ ପଟୌଦୀ

୧୮. ମନସୁନ ଅଲ୍ଲୀ ଖାନ୍ ପଟୌଦୀ, ଡେବ୍ୟୁ ୧୯୬୧

୧୯. ଅବ୍ବାସ ଅଲ୍ଲୀ ବେଗ୍, ଡେବ୍ୟୁ ୧୯୫୯

୨୦. ଗୁଲାମ ଅହମ୍ମଦ, ଡେବ୍ୟୁ ୧୯୪୮

୨୧. ଗୁଲାମ ଅହମ୍ମଦ ହସରନ

୨୨. ସୟଦ ସବା କରିମ

୨୩. ମହମ୍ମଦ ଆଝାରୁଦ୍ଦୀନ, ଡେବ୍ୟୁ ୧୯୮୪

୨୪. ମହମ୍ମଦ କୈଫ୍, ଡେବ୍ୟୁ ୨୦୦୦

୨୫. ଜାହିର ଖାନ୍, ଡେବ୍ୟୁ ୨୦୦୧

୨୬. ଇରଫାନ୍ ପଠାନ୍, ଡେବ୍ୟୁ ୨୦୦୩

୨୭. ମୁନାଫ୍ ପଟେଲ, ଡେବ୍ୟୁ ୨୦୦୬

୨୮. ଓ୍ବାସିମ ଜାଫର, ଡେବ୍ୟୁ ୨୦୦୬

୨୯. ୟୁସୁଫ ପଠାନ୍, ଡେବ୍ୟୁ ୨୦୦୭

୩୦. ପରଭେଜ ରସୁଲ, ଡେବ୍ୟୁ ୨୦୧୪

୩୧. ମହମ୍ମଦ ସାମି, ଡେବ୍ୟୁ ୨୦୧୩

୩୨. ସିରାଜ ଅହମ୍ମଦ, ଡେବ୍ୟୁ ୨୦୧୭

   Related Posts