ଭୁବନେଶ୍ୱରରୁ ଆଉ ୩୨ କରୋନା ପଜିଟିଭ୍ ଚିହ୍ନଟ, ୧୮ ଜଣ ସ୍ଥାନୀୟ ସଂକ୍ରମିତ

Published By : Prameya-News7 Bureau | July 09, 2020 IST

ଭୁବନେଶ୍ୱର ୦୯।୦୭: ଆଜି ରାଜ୍ୟରେ ୫୭୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୫୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଆଜି ଭୁବନେଶ୍ୱରରୁ ୩୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୪ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୧୮ ସ୍ଥାନୀୟ ଆକ୍ରାନ୍ତ ରହିଛନ୍ତି । ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୫୭ ରେ ପହଞ୍ଚିଛି । କରୋନାରୁ ୩୦୨ସୁସ୍ଥ ହୋଇଥିବା ବେଳେ ୭ଜଣଙ୍କ ମୃତ୍ୟୁ ହୋଇସାରିଛି । ସେହିପରି ୨୪୭ଟି ଆକ୍ଟିଭ୍‌ କେସ୍‌ ରହିଛି । ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଟ୍ୱିଟ୍‌ କରି ସୂଚନା ପ୍ରଦାନ କରିଛନ୍ତି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.