Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

୩୨ ବିଦେଶୀ ମହିଳା ଶିଖିଲେ ଓଡିଆ ପରମ୍ପରା, କଳା, ସଂସ୍କୃତି ଓ ଜାଣିଲେ ଯୌଥ ପରିବାରରେ ମାଆ ମହାନ ଭୂମିକା-ସୋଆରେ ଅନୁଷ୍ଠିତ ଇଣ୍ଟରନ୍ୟାସନାଲ୍ ମଦର୍ସ କନଫରେନ୍ସରେ ସମ୍ବର୍ଦ୍ଧିତ ହେଲେ

21/11/2019 at 7:23 PM

ଭୁବନେଶ୍ୱର ୨୧।୧୧ – ସୋଆ ଗ୍ଲୋବାଲ ଅନ୍ତର୍ଜାତୀୟ ସମ୍ମିଳନୀରେ ବିଦେଶୀ ମହିଳାଙ୍କୁ ସମ୍ବର୍ଦ୍ଧନା … ଯୌଥ ପରିବାରରେ ମାର ଭୂମିକା ଏବଂ ଭାରତୀୟ କଳା, ସଂସ୍କୃତି, ପରମ୍ପରାରର ଅନୁଧାୟନ ପାଇଁ ଆସିଛନ୍ତି ୩୨ ବିଦେଶୀ ମହିଳା …

ଯୌଥ ପରିବାରରେ ଜଣେ ମା’ର ଭୂମିକା କଣ । ଏଥି ସହ ଭାରତୀୟ କଳା, ସଂସ୍କୃତି ଓ ପରମ୍ପରା ସମ୍ପର୍କରେ ଅନୁଧ୍ୟାନ କରୁଛନ୍ତି ୩୨ ଜଣ ବିଦେଶୀ ମହିଳା । ବୁଲଗେରିଆ, ଜର୍ଜିଆ, ଜର୍ମାନ, ଇରାନ, କାଜକାସ୍ଥାନ, ନେପାଳ, ଭାରତ, ଭୁଟାନ ଆଦି ୮ଟି ଦେଶରୁ ଏହି ବିଦେଶୀ ମହିଳାମାନେ ଆସିଛନ୍ତି । ସୋଆରେ ଆୟୋଜିତ ଗ୍ଲୋବାଲ ମଦର୍ସ ଅନ୍ତର୍ଜାତୀୟ ସମ୍ମିଳନୀ ଅବସରରେ ବିଦେଶୀ ମହିଳାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ସମ୍ପୂର୍ଣ୍ଣ ଉତ୍କଳୀୟ ପରମ୍ପରା ଅନୁଯାୟୀ ଚନ୍ଦନ ଟିପା ଓ ଫୁଲମାଳ ଦେଇ ସେମାନଙ୍କୁ ସ୍ବାଗତ କରାଯାଇଥିଲା ।

ଖାସ୍ କଥା ହେଲା ବିଦେଶୀ ମହିଳାମାନେ କୌଣସି ହୋଟେଲରେ ରହୁନାହାନ୍ତି କି ହୋଟେଲ ଖାଦ୍ୟ ଖାଉନାହାନ୍ତି । ଯୌଥ ପରିବାରରେ ରହୁଛନ୍ତି । ସେମାନଙ୍କ ସହ ମିଶି ଖାଉଛନ୍ତି ।

ଆଉ ସେମାନଙ୍କ ହସଖୁସିରେ ସାମିଲ ହେଉଛନ୍ତି । ଏଥି ସହ ବସୁଧୈବ କୁଟୁମ୍ବକମ୍ ବା ସାରା ବିଶ୍ବ ଗୋଟିଏ ପରିବାର ବାର୍ତ୍ତା ଦେଇଥିଲେ । ତେବେ ସୋଆ ପକ୍ଷରୁ ଦିଆଯାଇଥିବା ଆତିଥେୟକୁ ବିଦେଶୀ ମହିଳାମାନେ ଭୁରି ଭୁରି ପ୍ରଶଂସା କରିଛନ୍ତି । ଏହି ଅବସରରେ ସୋଆ କୁଳପତି ଅମିତ ବାନାର୍ଜୀ, ସୋଆ ସ୍ବାସ୍ଥ୍ୟ ନିର୍ଦେଶକ ଡାକ୍ତର ଅଶୋକ ପଟ୍ଟନାୟକ, ଆଟିଇଆର ନିର୍ଦ୍ଦେଶକ ଡକ୍ଟର ମାନସ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ

ଗତ ୧୫ ତାରିଖରୁ ଓଡ଼ିଶାରେ ରହୁଥିବା ଏହି ବିଦେଶୀ ମହିଳାମାନେ ଆସନ୍ତା ୨୪ ତାରିଖରେ ବେଙ୍ଗାଲୁରୁ ଯିବେ ।

   Related Posts