ଡଙ୍ଗା ଡୁବି ୩୨ ଯାତ୍ରୀଙ୍କ ମୃତ୍ୟୁ, ଆହୁରି ଅନେକ ନିଖୋଜ : ବାଙ୍ଗଲାଦେଶ ବୁରିଗଙ୍ଗାରେ ଜାହାଜ ସହ ଧକ୍କାରୁ ଭୟଙ୍କର ଦୁର୍ଘଟଣା

Published By : Prameya-News7 Bureau | June 29, 2020 IST

ନୂଆଦିଲ୍ଲୀ ୨୯/୦୬ : ବାଙ୍ଗଲାଦେଶ ବୁରିଗଙ୍ଗା ନଦୀରେ ଡଙ୍ଗା ବୁଡି ୩୨ ଜଣଙ୍କ ମୃତ୍ୟୁ ହୋଇଛି | ମୃତକଙ୍କ ମଧ୍ୟରେ ୨ ଶିଶୁ ଥିଲେ | ଡଙ୍ଗା ଅନ୍ୟ ଏକ ଜାହାଜ ସହ ଧକ୍କା ହେବ ଯୋଗୁଁ ଦୁର୍ଘଟଣା ଘଟିଥିଲା | ବାଙ୍ଗଲାଦେଶ ଇନଲ୍ୟାଣ୍ଡ ୱାଟର ଟ୍ରାନ୍ସପୋର୍ଟ ଅଥୋରିଟି (BIWTA) ଅଧିକାରୀ ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି | ଦୁର୍ଘଟଣା ଢାକାର ଶ୍ୟାମବଜାର ନିକଟରେ ସକାଳ ସାଢେ ୯ଟା ସମୟରେ ଘଟିଥିଲା | ନୌକା ଚାଳକର ଦାୟିତ୍ବହୀନତା ଯୋଗୁଁ ଦୁର୍ଘଟଣା ଘଟିଥିବା କୁହାଯାଉଛି | ଡଙ୍ଗାରେ ପାଖାପାଖି ୧୦୦ ଲୋକ ଥିଲେ |

{"id":293417,"width":571,"height":372,"sizeSlug":"large"}

ଦୁର୍ଘଟଣା ପରେ ୩୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି | ଅନେକ ଲୋକ ନିଖୋଜ ଅଛନ୍ତି | ଏବେ ମଧ୍ୟ ଲୋକଙ୍କୁ ଖୋଜଚାଲିଛି | ନିଖୋଜ ଲୋକଙ୍କୁ ଖୋଜିବା ମୁସ୍କିଲ ହୋଇଯାଇଛି କାରଣ ପାଣିରେ ପୁରା କାଦୁଅ ମିଶିଯାଇଛି ବୋଲି ପୋଲିସ କହିଛି | ମୃତକଙ୍କ ମଧ୍ୟରେ ୫ ମହିଳା ଓ ୨ ଶିଶୁ ଅଛନ୍ତି | ମୃତକଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା କରାଯାଉଛି | ମର୍ନିଙ୍ଗ ବାର୍ଡ଼ ନାମକ ଏକ ନୌକା ଢାକାରୁ ମୁନ୍ସୀଗଂଜ ଯାଉଥିଲା | ରାସ୍ତାରେ ମୋୟୁର-୨ ନାମକ ଜାହାଜ ସହ ଧକ୍କା ହୋଇଥିଲା | ପୋଲିସ ସୂଚନା ଅନୁଯାୟୀ ମୋୟୁର-୨ ଜାହାଜରେ ପାଖାପାଖି ହଜାରେ ଯାତ୍ରୀ ଥିଲେ ଏବଂ ସମସ୍ତେ ସୁରକ୍ଷିତ ଅଛନ୍ତି |

{"id":293418,"sizeSlug":"large"}

ସୂଚନାଯୋଗ୍ୟ ଯେ, ବାଙ୍ଗଲାଦେଶରେ ଏହିଭଳି ଘଟଣା ସାମାନ୍ୟ | ଦେଶର ଅନେକ ସିପୟାର୍ଡ଼ରେ ଖରାପ ସୁରକ୍ଷା ବ୍ୟବସ୍ଥା ଯୋଗୁଁ ନୌକା ଦୁର୍ଘଟଣା ହୋଇଥାଏ | ଅପରପକ୍ଷରେ ନୌକା ମଧ୍ୟ କ୍ଷମତା ଠାରୁ ଅଧିକ ଲୋକ ନେଇଥାଏ ଏବଂ ଖରାପ ପାଣିପାଗ ଯୋଗୁଁ ମଧ୍ୟ ନୌକା ବୁଡି ଘଟଣା ଘଟିଥାଏ | ଏହା ପୂର୍ବରୁ ଫେବୃଆରୀ ୧ ତାରିଖରେ ଏହିଭଳି ଏକ ଦୁର୍ଘଟଣାରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିଲା | ୭୦ ଜଣଙ୍କୁ ଉଦ୍ଧାର କରାଯାଇଥିଲା | ମାଛଧରା ନୌକାରେ ପାଖାପାଖି ୧୩୦ ଜଣ ଥିଲେ | ଏହି ନୌକା ବଙ୍ଗଳାରୁ ମାଲେସିଆ ଆଡକୁ  ଯାତ୍ରା କରୁଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.