କଟକରେ ପୁଣି ୩୨ ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ୍

Published By : Prameya-News7 Bureau | July 21, 2020 IST

କଟକ ୨୧/୭: ମଙ୍ଗଳବାର କଟକରେ ପୁଣି ୩୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୨୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ଅଞ୍ଚଳରୁ ୫ଜଣ ଚିହ୍ନଟ ହୋଇଛନ୍ତି । ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୫ଜଣଙ୍କ ମଧ୍ୟରୁ ଭଗତପୁର, ତନ୍ତିସାହି, କାଇବନ୍ତ ସାହି , କାଳୀଗଳି ଓ ଟୋଲଗେଟ ନିକଟ ଗୋପାଳପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ବର୍ତ୍ତମାନ ସୁଦ୍ଧା ସହରରେ ୩୯୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୨୨୫ଜଣ ସୁସ୍ଥ ହୋଇଛନ୍ତି ଓ ୮ଜଣଙ୍କର ମୃତ୍ୟୁ ଘଟିଛି । ଏବେ କଟକରେ ୧୬୫ ଆକ୍ଟିଭ କେସ୍ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.