Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
  • ||
  • ଜି.ଉଦୟଗିରି: ମିନିବସରେ ଲାଗିଲା ନିଆଁ
  • ||
  • ଟାଙ୍ଗୀ: ବାଲିନାଶିରେ ୨ ଭାଇଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି
  • ||
  • ବଲାଙ୍ଗୀର: ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟର ଜବତ, ମାଲିକଙ୍କ ଉପରେ ୨୦ ହଜାର ଟଙ୍କାର ଫାଇନ୍ ଲଗାଇଲେ ତହସିଲଦାର
  • ||
  • ରାଇରଙ୍ଗପୁର: କଲୋନୀରେ ଅଗ୍ନିକାଣ୍ଡ, ଜଳି ପାଉଁଶ ହୋଇଗଲା ୨ ବଖରା ଘର
  • ||
  • ନବରଙ୍ଗପୁର : ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • କାମାକ୍ଷାନଗର : ବାଇକ୍‌କୁ ଧକ୍କା ଦେଲା ହାଇଓ୍ବା, ଜଣେ ମୃତ, ଜଣେ ଗୁରୁତର
  • ||
  • ବଲାଙ୍ଗୀର: ଆକ୍ସନ ମୋଡ୍‌ରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ, ଆରମ୍ଭ କଲେ ନୂଆ ପ୍ରକଳ୍ପ
  • ||
  • ବରଗଡ : ବାଲି ବୋଝେଇ ଟ୍ରାକ୍ଟର ଓ ବାଇକ୍ ମୁହାଁମୁହିଁ ଧକ୍କା, ୨ ଜଣ ମୃତ
  • ||
  • ଭୁବନେଶ୍ବର : ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ମିଳିବ ‘ପରୀକ୍ଷା ଦର୍ପଣ’, ପରୀକ୍ଷା ପାଇଁ ହେବ ସହାୟକ
  • ||

ଚଣ୍ଡୀଗଡ଼ ବିମାନବନ୍ଦରରୁ ଯୁବକଙ୍କ ଠାରୁ ମିଳିଲା ୩୨ ବୋର ପିସ୍ତଲର ଜୀବନ୍ତ ଗୁଳି

1/03/2019 at 7:03 PM

ଚଣ୍ଡୀଗଡ଼ ୧/୩ : ପୁଲବାମା ହମଲା ପରେ ଦେଶର ଅନେକ ସହରରେ ହାଇ ଆଲର୍ଟ ଜାରି କରାଯାଇଛି | ୨ ଦିନ ପୂର୍ବରୁ ଉତ୍ତର ଭାରତର ସମସ୍ତ ବିମାନବନ୍ଦରକୁ ବନ୍ଦ କରିଦିଆଯାଇଥିଲା | ୪୭ଟି ବିମାନସେବା ମଧ୍ୟ ରଦ୍ଦ କରିଦିଆଯାଇଥିଲା | ଚଣ୍ଡୀଗଡ଼ ଆନ୍ତର୍ଜାତିକ ବିମାନବନ୍ଦର ମଧ୍ୟ ଏଥିରେ ସାମିଲ ଥିଲା | କିନ୍ତୁ କିଛି ଘଣ୍ଟା ପରେ ପୁଣି ବିମାନ ଚଳାଚଳ ଆରମ୍ଭ ହୋଇଥିଲା | ଏବେ ମଧ୍ୟ ଅନେକ ବିମାନବନ୍ଦରରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି | ଏଭଳି ପରିସ୍ଥିତିରେ ପଞ୍ଜାବ ପୋଲିସ ଚଣ୍ଡୀଗଡ଼ ବିମାନବନ୍ଦରରେ ଜଣେ ଯୁବକକୁ ଗିରଫ କରିଛି | ଯୁବକ ପାଖରେ ୩୨ ବୋର ପିସ୍ତଲର ଜୀବନ୍ତ ଗୁଳି ଜବତ କରିଛି ପୋଲିସ |

ଯୁବକ ଜଣକ ୩୨ ବର୍ଷ ବୟସ୍କ ଗୁର୍ଦାସପୁରର ଅମରିନ୍ଦର ସିଂ | ପଞ୍ଜାବ ପୋଲିସ ଅଭିଯୁକ୍ତ ଯୁବକ ବିରୋଧରେ ମାମଲା ରୁଜ୍ଜୁ କରିଛନ୍ତି | ପୋଲିସ ଅଭିଯୁକ୍ତକୁ ରିମାଣ୍ଡରେ ନେଇ ପଚରାଉଚୁରା କରୁଛି |

ପଞ୍ଜାବ ପୋଲିସ ହରସିମରଣ ସିଂ କହିଛନ୍ତି ଯେ, ଅଭିଯୁକ୍ତ ଯୁବକ ଅମରିନ୍ଦର ଗୁର୍ଦାସପୁରରୁ ମୋହାଲି ଆନ୍ତର୍ଜାତିକ ବିମାନବନ୍ଦରରେ ମୁମ୍ବାଇ ଯିବା ପାଇଁ ଆସିଥିଲା | ଅମରିନ୍ଦର ମୁମ୍ବାଇ ଯାଉଥିବା ବିମାନରେ ଟିକେଟ ବୁକିଂ କରିଥିଲା | ଯେତେବେଳେ ସେ ମେଟାଲ ଡ଼ିଟେକ୍ଟର ପାର କରିଥିଲା ସେତେବେଳେ ସିଗ୍ନାଲ ବାଜିଥିଲା | ଯେଉଁଥିରୁ ସ୍ପଷ୍ଟ ହୋଇଥିଲା ଯେ, ଯୁବକ ପାଖରେ କିଛି ଅଛି | ଡ୍ୟୁଟିରେ ଥିବା ପଞ୍ଜାବ ପୋଲିସ ଯୁବକର ତଲାସୀ ନେଇଥିଲେ | ଯୁବକ ପିନ୍ଧିଥିବା ସାର୍ଟର ପେଟ ମଝିରେ ଏକ ପକେଟରେ ଏକ ଗୁଳି ଥିଲା | ପୋଲିସ ଏନେଇ ଅଧିକାରୀଙ୍କୁ ସୂଚନା ଦେଇଥିଲା |

   Related Posts