Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପଦ୍ମପୁର ଉପଖଣ୍ଡରେ କାଳବୈଶାଖୀ ବର୍ଷା , ବ୍ୟାପକ ପରିମାଣର କ୍ଷୟକ୍ଷତି

9/05/2020 at 8:46 AM

ପଦ୍ମପୁର ୦୯।୦୫ : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡରେ କାଳବୈଶାଖୀ ଓ ବର୍ଷା । ଦୁଇଦିନ ହେଲା ବିଲମ୍ବିତ ରାତିରେ ପ୍ରବଳ ବର୍ଷା ହେଇଛି ଆଜି ଦିନବେଳା ମଧ୍ୟ ବର୍ଷା ଜାରି ରହିଛି । ଅଞ୍ଚଳରେ ଘଣ୍ଟାପ୍ରତି ୬୦ରୁ ୭୦ କିଲୋମିଟର ବେଗରେ ପବନ ଏବଂ ଘୂର୍ଣ୍ଣିଝଡ଼ ରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ତେବେ କାଳବୈଶାଖୀ ବର୍ଷା ସହ ବିଜୁଳି, ଘଡ଼ଘଡ଼ି ଓ ବର୍ଷା ରେ ପୁରା ଅଞ୍ଚଳରେ ବିଦ୍ୟୁତର ସମସ୍ୟା ଦେଖା ଦେଉଛି ।

ଝଡ ତୋଫାନହୋଇ ପଦ୍ମପୁର ସହରରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ମୁଖ୍ୟତଃ ରାସ୍ତା କଡରେ ପାନ ଦୋକାନ କିମ୍ବା ଚା ଦୋକାନ କରି ପରିବାର ପୋଷଣ କରୁଥିବା ବ୍ୟକ୍ତିଙ୍କ ଦୋକାନ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। ଆକସ୍ମିକ ଭାବରେ ମାଡି ଆସୁଥିବା କାଳବୈଶାଖି ପଦ୍ମପୁର ଅଞ୍ଚଳରେ ତାର କରାଳ ରୂପ ଦେଖାଇଛି । ବର୍ଷା ତଥା ଜୋରରେ ପବନ ବହିବା ସହ କୁଆପଥର ମାଡ଼ ହେଉଛି । ଏହି କାଳବୈଶାଖି ଯୋଗୁଁ ରାସ୍ତା କଡରେ ଥିବା ବିଦ୍ୟୁତ ଖୁଣ୍ଟ ମାନ ମଧ୍ୟ ଭାଙ୍ଗି ଯାଇଛି । ଫଳରେ ବିଭିନ୍ନ  ଜାଗାରେ ବିଦ୍ୟୁତ ସରବରାହ ବନ୍ଦ ରହିଛି। ଖୁବ ଜୋରରେ ପବନ ବହିବା ଯୋଗୁଁ କେତେକ ଘରର ଟିଣର ଛାତ ମଧ୍ୟ ଉଡିଯାଇଛି ।

ସରକାର ଯଥା ଶୀଘ୍ର ଏହି ପ୍ରାକୃତିକ କ୍ଷତିର ଆକଳନ କରି ଲୋକଙ୍କୁ ସହାୟତା ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହେଉଛି । ଏକାଧିକ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡ଼ି ରାସ୍ତା ବନ୍ଦ ହେବା ସହିତ ଘରଦ୍ବାର ଭାଙ୍ଗିଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଚାଷରେ ମଧ୍ୟ ବହୁଳ କ୍ଷତି ହୋଇଛି , ଏବେ ଧାନ ଅମଳ ହେବା ସମୟ କିନ୍ତୁ ଏହି ବର୍ଷା ଚାଷୀ ର ଚିନ୍ତା ବଢ଼ାଇ ଦେଇଛି । ଚାଷୀ ମଧ୍ୟ ମୁଣ୍ଡରେ ହାତ ଦେଇ ବସିଲାଣି , କରୋନା ପାଇଁ ପନିପରିବା ବିକ୍ରି ହୋଇପାରି ନଥିଲା ,ଯାହା ପାଇଁ ବହୁତ କ୍ଷତୀ ସହିଥିଲା ଚାଷୀ ଏବଂ ଏବେ ଧାନ ଅମଳ ସମୟରେ ବର୍ଷା ଦାଉ ସାଜିଛି ।

   Related Posts