Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଖଲ୍ଲିକୋଟ : ଜମିଜମା ବିବାଦକୁ କେନ୍ଦ୍ରକରି ଗାଁରୁ ବାସନ୍ଦ, ନ୍ୟାୟ ଦାବିରେ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଆମରଣ ଅନଶନରେ ବସିଲେ ବୃଦ୍ଧ ଦମ୍ପତ୍ତି
  • ||
  • ଭୁବନେଶ୍ବର : ଦରଦାମ୍ ବୃଦ୍ଧି ପ୍ରତିବାଦ ସହ ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜଭବନ ସମ୍ମୁଖରେ ବିଜେଡିର ଧାରଣା
  • ||
  • ଭୁବନେଶ୍ବର : ବିଧାନସଭା ଶୀତକାଳୀନ ଅଧିବେଶନ : ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ଧର୍ମଗଡ : ଝୁଲନ୍ତା ଅବସ୍ଥାରେ ମିଳିଲା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||

୩୧ତମ ଚଳଚ୍ଚିତ୍ର ପୁରସ୍କାର ନେଇ ବିବାଦ : କପି ଫିଲ୍ମକୁ ଦିଆଯାଉଛି ପୁରସ୍କାର, ହାଇକୋର୍ଟ ଯିବେ “ଛବିରାଣୀ”ର ନିର୍ଦ୍ଦେଶକ

8/11/2021 at 2:29 PM

କଟକ ୦୮।୧୧: ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ପ୍ରିୟାପ୍ରିତୀ ତୋଷଣ ଅଭିଯୋଗ। ଅନ୍ୟ ଭାଷାର ଚଳଚ୍ଚିତ୍ରକୁ କପି କରାଯାଇଥିବା ଚଳଚ୍ଚିତ୍ରକୁ ପୁରସ୍କାର ଦିଆଯାଇଥିଵା ଅଭିଯୋଗ କରିଛନ୍ତି “ଛଵିରାଣୀ”ଚଳଚ୍ଚିତ୍ର ନିର୍ଦ୍ଦେଶକ ଵଵି ଇସଲାମ୍। ମୌଳିକ ଓଡ଼ିଆ ଫିଲ୍ମକୁ ଅଣଦେଖା କରି ଚୟନ କମିଟି ଏପରି କରିଵାରୁ ନିଚ୍ଛକ ଓଡ଼ିଆ ଫିଲ୍ମ କରୁଥିବା ପ୍ରଯୋଜକ ଓ ନିର୍ଦ୍ଦେଶକ ଓଡିଆ ଫିଲ୍ମ ଜଗତଠାରୁ ଦୁରେଇ ଯିଵେ ଵୋଲି ଅଭିଯୋଗ ହୋଇଛି। ଚୟନ କମିଟି ପୁରସ୍କାର ପାଇଁ ଚୟନ ତାଲିକାର ପୁନର୍ଵିଚାର କରିବା ପାଇଁ ଦାବି ହୋଇଛି। କଟକରେ ଏକ ସାମ୍ବାଦିକ ସମ୍ମିଳନୀରେ “ଛଵିରାଣୀ” ଚଳଚ୍ଚିତ୍ର ନିର୍ଦ୍ଦେଶକ ଵଵି ଇସଲାମ୍ ଓ ତାଙ୍କ ଟିମ୍ ଏହି ଅଭିଯୋଗ ଆଣିଛି।

ତେବେ ଵଵି ଇସଲାମ୍‌ଙ୍କ ଅଭିଯୋଗ ଅନୁସାରେ,  କୋରିଆର “ହୋପ୍” ନାମକ ଫିଲ୍ମ ଓ ପଞାଵୀ ଫିଲ୍ମ “କ୍ୟାରି ଅନ୍ ଜଟ୍ଟା”କୁ ପୁରାପୁରି କପି କରି ତିଆରି ହୋଇଥିଵା ଚଳଚ୍ଚିତ୍ରକୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମିଳିଛି। ଏପରି ହେଲେ ନିଚ୍ଛକ ଓଡ଼ିଆ ଚଳଚ୍ଚିତ୍ର କରିବା ପାଇଁ ଆଗ୍ରହ ରଖୁଥିବା ନିର୍ମାତା, ନିର୍ଦ୍ଦେଶକ ହତୋତ୍ସାହିତ ହେଵେ ଵୋଲି କହିଛନ୍ତି ଵଵି ଇସଲାମ୍। ଵିଭାଗ ତାର ଚୟନ ତାଲିକା ପୁଣି ଥରେ ଅନୁଧ୍ୟାନ କରି ସଂଶୋଧନ କରିବା ପାଇଁ ଵଵି ଦାବି କରିଛନ୍ତି।

“ଛଵିରାଣୀ ” ନିଚ୍ଛକ ଓଡ଼ିଆ ଚଳଚ୍ଚିତ୍ର ଓ ପ୍ରଥମ ଓଡ଼ିଆ ବାଇଓପିକ୍। ତଥାପି ଜୁରି କମିଟି ପ୍ରିୟାପ୍ରିତୀ ତୋଷଣ କରି ଏହି ଚଳଚ୍ଚିତ୍ରକୁ ଅଣଦେଖା କରିଥିବା ଅଭିଯୋଗ ହୋଇଛି।ଵରିଷ୍ଠ ନିର୍ଦ୍ଦେଶକ ଅରୁଣ ମହାନ୍ତିଙ୍କ କହିଵା ଅନୁସାରେ ପାତର ଅନ୍ତର କରି ଭଲ ଫିଲ୍ମକୁ ଅଣଦେଖା କରି ଚାଲୁ ଫିଲ୍ମକୁ ପୁରସ୍କୄତ କରିବା  ଜୁରି କମିଟିର ଏହା ପୁରୁଣା ଅଭ୍ୟାସ।

୧୯୯୨ ମସିହାରେ ଏ ନେଇ ସ୍ବର୍ଗତ ହର ପଟ୍ଟନାୟକ ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲେ।ତେଵେ ଜୁରି କମିଟି ଉପରେ ତାର କୌଣସି ପ୍ରଭାବ ପଡି ନଥିଲା।ଏପରି ପ୍ରିୟାପ୍ରିତୀ ତୋଷଣ ଢୋକେ ପିଇ ଦଣ୍ଡେ ଜିଇ ଅଵସ୍ଥାରେ ଥିବା ଓଡ଼ିଆ ଫିଲ୍ମ ଶିଳ୍ପ ସମ୍ପୂର୍ଣ୍ଣ ଭୁଷୁଡି ପଡିବ ବୋଲି ଅଭିଯୋଗ ଆସିଛି । ସେପଟେ ନିର୍ଦ୍ଦେଶକ ଵଵି ଇସଲାମ୍ ଜୁରି କମିଟିର  ଏପରି ମନମାନି ଵିରୋଧରେ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର କରିଵ ଵୋଲି ସୂଚନା ମିଳିଛି।

   Related Posts