ଖସୁଛି କରୋନା ଗ୍ରାଫ୍, ଦେଶରେ ଗତ ୨୪ଘଣ୍ଟାରେ ୩୧୫୨୨ କୋଭିଡ଼ ଆକ୍ରାନ୍ତ ଚିହ୍ନଟ

Published By : Prameya-News7 Bureau | December 10, 2020 IST

ନୂଆଦିଲ୍ଲୀ ୧୦।୧୨: ଦେଶରେ କରୋନା ଭାଇରସ ସଂକ୍ରମଣ ବଢୁଛି ଏବଂ କମୁଛି । ମଙ୍ଗଳବାର ତୁଳନାରେ ବୁଧବାର ବଢିଥିବା ବେଳେ ପୁଣି ଗୁରୁବାର ଦିନ ସଂକ୍ରମଣ ସଂଖ୍ୟା କମିଛି । ଗତ ୨୪ଘଣ୍ଟା ମଧ୍ୟରେ ୩୧,୫୨୨ କରୋନାର ନୂଆ କେସ୍‌ ସାମ୍ନାକୁ ଆସିଛି । ସେହିପରି ବୁଧବାର ଦିନ କରୋନା ଭାଇରସର ୩୨,୦୮୦ କରୋନା ସଂକ୍ରମଣ ଚିହ୍ନଟ ହୋଇଥିଲେ । ଦେଶରେ ଲଗାତର ଭାବେ କରୋନାର ଆକ୍ଟିଭ୍ କେସ୍‌ ୪ଲକ୍ଷ ତଳେ ରହିଛି ।

wp:html /wp:html

କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗତ ୨୪ଘଣ୍ଟା ମଧ୍ୟରେ ଦେଶରେ ୩୧,୫୨୨ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୧୨ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ବର୍ତ୍ତମାନ କରୋନାରେ ମୋଟ ୯୭,୬୭,୩୭୨ରେ ପହଞ୍ଚିଛି । ସେହିପରି ଦେଶରେ ଏବେ ଯାଏଁ କରୋନାରେ ୧,୪୧,୭୭୨ଲୋକଙ୍କ ମୃତ୍ୟୁ ହୋଇଛି ।

ସେହିପରି ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯୨ଲକ୍ଷ ଉପରେ ରହିଛି । ଗତ ୨୪ଘଣ୍ଟାରେ ୩୭,୭୨୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦେଶରେ ଏବେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯୨,୫୩,୩୦୬ରେ ପହଞ୍ଚିଛି । ତେବେ ଦେଶରେ ଏବେ କରୋନାର ଆକ୍ଟିଭ୍‌ କେସ୍‌ ମୋଟ ୩,୭୨,୨୯୩ରେ ରହିଛି । ଲଗାତ ଭାବେ କରୋନା ଆକ୍ଟିଭ କେସ୍‌ ଓ ସୁସ୍ଥ ସଂଖ୍ୟା ମଧ୍ୟରେ ବଡ଼ ଧରଣର ପାର୍ଥକ୍ୟ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.